ସାହାଯ୍ୟର ହାତ ବଢାଇଲେ ଜଗନ୍ନାଥ କନଷ୍ଟ୍ରକସନ ଆଣ୍ଡ ଓଏଲ୍ ଫେୟାର୍ ସୋସାଇଟି
 
  ବାଲିପାଟଣା  ବ୍ଲକ  ଅନ୍ତର୍ଗତ  କୂଳନ୍ତିରା  ଦଳିତ  ସାହିର  ରାଜ  ପ୍ରସାଦ  ଭୋଇଙ୍କ  ଦେହ  ଅସୁସ୍ଥତା  ଖବର  ବିଭିନ୍ନ ସାମାଜିକ  ଗଣମାଧ୍ୟମରେ  ପ୍ରକାଶ  ପାଇବା  ପରେ  ଅସହାୟକୁ  ସାହାଯ୍ୟର  ହାତ  ବଢ଼ାଇଲେ ଜଗନ୍ନାଥ  କନଷ୍ଟ୍ରକସନ  ଆଣ୍ଡ  ଓଏଲ୍  ଫେୟାର୍  ସୋସାଇଟି । ଚେୟାରମ୍ୟାନ  ନାରାୟଣ  ବେହେରା ,  ଅବସରପ୍ରାପ୍ତ  ଶିକ୍ଷକ  ଶରତ  ଚନ୍ଦ୍ର  ନନ୍ଦ  , ପ୍ରମୋଦ  କୁମାର  ବେହେରା  , ସାମ୍ବାଦିକ  ଗଗନ  ଭୋଇ , ମୋହନ  ବିଶ୍ୱାଳ , ବାଲୁଙ୍କି  ଜେନା , ଚିରଞ୍ଜିବି  ଜେନା , କାଳନ୍ଦୀ  ବେହେରା , ତ୍ରିନାଥ  ଭୋଇ , ନାରାୟଣ  ଖୁଣ୍ଟିଆ ଓ ରଞ୍ଜନ  ଭୋଇ  ପ୍ରମୁଖ ରାଜ ପ୍ରସାଦଙ୍କୁ ଭେଟିବା ସହ ଏକ  ମାସର  ରାସନ  ସାମଗ୍ରୀ ଏବଂ ମେଡ଼ିସିନ  ଖର୍ଚ୍ଚ  ବାବଦକୁ  କିଛି  ଆର୍ଥିକ  ସହାୟତା  ପ୍ରଦାନ  କରିଥିଲେ । ତତସଙ୍ଗେ ଚେଯାରମାନ ନାରାୟଣ ବେହେରା ତଥା ଅନ୍ୟ ସଦସ୍ୟ ମାନଙ୍କର ମିଳିତ ସହାୟତାରେ ଆଜି ରାଜପ୍ରସାଦଙ୍କୁ  ଚିକିତ୍ସା  କରାଇବା  ପାଇଁ  ହାଇଟେକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।  ତାଙ୍କ ଦେହ  ସୁସ୍ଥ  ହେବା  ପର୍ଯ୍ୟନ୍ତ  ତାଙ୍କ  ପରିବାରକୁ  ପ୍ରତି  ମାସରେ  ରାସନ  ସାମଗ୍ରୀ  ପ୍ରଦାନ  କରିଯିବା  ନେଇ   ସୋସାଇଟିର  ମୁଖ୍ୟ  ନାରାୟଣ  ବେହେରା  ସୂଚନା  ଦେଇଛନ୍ତି  ।           ଜଗନ୍ନାଥ  କନଷ୍ଟ୍ରକସନ  ଆଣ୍ଡ  ଓଏଲ୍  ଫେୟାର୍  ସୋସାଇଟି ସ୍ଥା...