ୟୁକ୍ରେନରେ ଦ୍ୱିତୀୟ ଭାରତୀୟଙ୍କ ମୃତ୍ୟୁ



ୟୁକ୍ରେନର ଡାକ୍ତରୀ ଛାତ୍ର ଚନ୍ଦନ ଜିନ୍ଦଲ (୨୨) ଇସ୍କେମିକ୍ ଷ୍ଟ୍ରୋକ୍ ରେ  ପୀଡିତ ହେବାପରେ ଭିନ୍ଟିସିଆରେ ଜରୁରୀକାଳୀନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଚନ୍ଦନ ଜିନ୍ଦଲ ଭିନ୍ନିସିଆ ନ୍ୟାସନାଲ ପିରୋଗୋଭ, ମେମୋରିଆଲ ମେଡିକାଲ ୟୁନିଭରସିଟି, ଭିନିଟିସିଆ ୟୁକ୍ରେନରେ ଅଧ୍ୟୟନ କରୁଥିଲେ | ଉପଲବ୍ଧ ରିପୋର୍ଟ ଅନୁଯାୟୀ, ଜିନ୍ଦଲଙ୍କୁ ଇସକେମିକ୍ ଷ୍ଟ୍ରୋକ୍ ରେ ପୀଡିତ ହେବା ପରେ ଜରୁରୀକାଳୀନ ହସ୍ପିଟାଲ୍ ଭିନିଟିସିଆରେ ଭର୍ତ୍ତି କରାଯାଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚନ୍ଦନଙ୍କ ପରିବାର ସଦସ୍ୟ ମଧ୍ୟ ୟୁକ୍ରେନରେ ଅଛନ୍ତି। ମୃତ ଶରୀରକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଚନ୍ଦନଙ୍କ ପିତା ଭାରତ ସରକାରଙ୍କୁ ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ

ସି ପ୍ରାଇମ

Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଫାଣ୍ଡି ପାଇଁ ସ୍ଥାନ ଅଧିକରଣ

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡିଶା ଓ AIKS ସମିତି ଦ୍ବାରା ଚକାଜାମ୍