ଆଜିର ମୁଖ୍ୟ ଖବର

ଆଜିର ଖବର
ତାରିଖ - ୧୩/୧୨/୨୦୨୦(ରବିବାର)

୧. ମାସ୍କ ଯୋଗୁଁ ଶ୍ବାସଜନିତ ରୋଗ‌ୀଙ୍କ ସଂଖ୍ୟ‌ାରେ ୬୦% ହ୍ରାସ ।

୨. ପରୀ ମୃତ୍ୟୁ ମାମଲା : ସନ୍ଦିଗ୍ଧ କଲେଜ ଛାତ୍ରଙ୍କ ଘରେ ପୁଣି ଏସ୍‌ଆଇଟି ଚଢ଼ଉ ।

୩. ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୮ଶହ ଟପି ଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୪ଜଣ ରୋଗୀଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି । 

୪. ଇଏସ୍‌ଆଇ ଡାକ୍ତରଙ୍କୁ ମିଳିଲାନି କୋଭିଡ୍‌ ଯୋଦ୍ଧାର ମାନ୍ୟତା ।

୫. ‌ସଚିବାଳୟରେ କାର୍ଯ୍ୟରତ ଡେସ୍କ ଅଫିସରଙ୍କ ଗ୍ରେଡେସନ ତାଲିକାକୁ ନେଇ ବିବାଦ : ନିଷ୍ପତ୍ତି ନେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ ।

୬. ପୁଣି ଏକାଠି ହେବେ ରଣବୀର-ଆଲିଆ ।

୭. ଓଡ଼ିଶା ରାଜ୍ୟରେ କୋଭିଡ୍‍ ସଂକ୍ରମିତଙ୍କ ସଂଖ୍ୟାରେ ୩୩୫ ବୃଦ୍ଧି ପାଇ ମୋଟ୍‍ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ରେ ପହଞ୍ଚିଛି ।  

୮. କରୋନା ମହାମାରୀ ସତ୍ତେ୍ୱ ଦେଶରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଘଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।   

୯. ତାଳଚେର ମେଡିକାଲ କଲେଜକୁ ସରକାରଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ପାଖରେ ଉପସ୍ଥାପନା ନେଇ ଅଂଚଳବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଦାବୀ ପତ୍ର ପ୍ରଦାନ ।

୧୦. ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ହେଲେ ‘ମାନ୍ନା’ ।

୧୧. ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ : ତମ୍ବୁ ତଳେ ପଞ୍ଚ ତାରକା ହୋଟେଲରେ ମଜା ନେଉଛନ୍ତି ପର୍ଯ୍ୟଟକ ।

୧୨. କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକ ଆନ୍ଦୋଳନ ତୀବ୍ର ହେବ ବୋଲି କୃଷକମାନେ ଘୋଷଣା କରିବାପରେ ଦିଲ୍ଲୀ ପୁଲିସ ଆଜି ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ କଂକ୍ରିଟ୍‌ ବ୍ୟାରିକେଡ୍‌ ରଖିଛି।

୧୩. କୋଭିଡ୍‌ ଟିକାକୁ ସ୍ବୀକୃତି ପରେ ଟ୍ରମ୍ପ୍‌ଙ୍କ ବୟାନ, ଆମେ ୯ ମାସରେ କରି ଦେଖାଇଲୁ ।

୧୪. ଦେଶରେ କରୋନା ଟିକାକରଣ ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ ଏବଂ ଦିନକରେ ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

୧୫. ଭବାନୀପାଟଣା : ଭାରତର ପଞ୍ଚ୍‌ମ୍ୟାନ ଭାବରେ ପରିଚିତ ସତ୍ୟପୀର ପ୍ରଧାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ସତ୍ୟପୀର କେସିଙ୍ଗା ବ୍ଲକର ଅଧମୁଣ୍ଡା ଗ୍ରାମର ଲିପ୍‌ସା ପ୍ରଧାନଙ୍କୁ ବିବାହ କରିଛନ୍ତି। 

୧୬. ସିବିଆଇ ହେପାଜତରୁ ୪୫ କୋଟି ଟଙ୍କାର ସୁନା ଗାଏବ ।

୧୭. କଟକର କିଶୋର ଲେଖକ ଶୁଭ୍ରାଂଶୁଙ୍କ କରିସ୍ମା : ୧୭ ବର୍ଷରେ ଅନ୍ତର୍ଜାତୀୟ ଲେଖକ ମାନ୍ୟତା ।

୧୮. ଏଏନ୍‌ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଅନଶନ : ୧୬ ଦିନରେ ୨୧ ଅସୁସ୍ଥ ।

୧୯. ୭୪% ଭାରତୀୟ ମାନସିକ ଚାପର ଶିକାର, ୮୮% ଦେଶବାସୀଙ୍କୁ ଘାରିଛି କୋଭିଡ୍‌ ଦୁଶ୍ଚିନ୍ତା ।

୨୦. ୧୪ରୁ ଚାଷୀଙ୍କ ଆମରଣ ଅନଶନ ।

୨୧. ୨୩ ରୁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ , ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ଦୈନିକ ୫ ହଜାର ଭକ୍ତ କରିବେ ଦର୍ଶନ ।

୨୨. ଖବରକାଗଜ ଶିଳ୍ପକୁ ପ୍ୟାକେଜ ଦିଅ ।

୨୩. ଓସିଏସ୍ ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ ।

୨୪. ଜାନୁଆରୀ ୮ରୁ ଚିଲିକା ପକ୍ଷୀ ମହୋତ୍ସବ ।

୨୫. 'ଓଡିଶୀ ନୃତ୍ୟ ଆଲୋଚନା' ର ଇଂଲିଶ ଅନୁବାଦ ପ୍ରକାଶ ପାଇବ ।

୨୬. 'ବିଶ୍ୱସ୍ତରୀୟ ଔଦ୍ୟୋଗିକ ସ୍ଥଳୀ ହେବ ଓଡିଶା । ଫକିରି ଇସ୍ପାୟାରିଂ ଓଡିଶା ଫର୍ ଇନସ୍ପାୟାରିଂ ଇଣ୍ଡିଆ କାର୍ଯ୍ୟକ୍ରମ ।

୨୭. ହନୁମା , ପନ୍ତଙ୍କ ଶତକ । ଭାରତ ୪୭୨ ରନରେ ଅଗ୍ରଣୀ । ଅଷ୍ଟ୍ରେଲିଆରେ ପୁଣିଥରେ ଫିଟନେସ୍ ଦେବେ : ରୋହିତ ।

ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ