ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

 

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ



ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ ହେବାକୁ ଶେଷ ଦିନ । ଇତି ମଧ୍ୟରେ ରାଜ୍ୟର କେତୋଟି ସ୍ଥାନରେ ନାମାଙ୍କନ ପତ୍ର ପ୍ରାର୍ଥୀ ବା ପ୍ରାର୍ଥିନୀ ଦାଖଲ କରିବା ସମୟରେ ଜନ ଗହଳି ସହ କୋଭିଡ-୧୯ର ଗାଇଡଲାଇନ ଉଲଂଘନ ହେଉଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ ନଜରକୁ ଆସିଛି । ଗତ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ- ଆରକ୍ଷୀ ଅଧିକ୍ଷକ ସମ୍ମିଳନୀରେ ନିର୍ବାଚନ କମିଶନର ସ୍ପଷ୍ଟ କରିଥିଲେ ଯେ, ପ୍ରାର୍ଥୀ ବା ପ୍ରାର୍ଥିନୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ତଥା ନିର୍ବାଚନୀ ବୈଠକ ସମୟରେ ହେଉଥିବା ଭିଡକୁ ନିୟନ୍ତ୍ରଣ କରିବା ସହ କୋଭିଡ-୧୯ ଗାଇଡଲାଇନଙ୍କୁ ସଂପୂର୍ଣ୍ଣ ଭାବରେ ପାଳନ ଓ ତଦାରଖ କରିବା ପାଇଁ ଜଣେ ଡି ଏସ ପି ପାହ୍ୟାର ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।

ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ପ୍ରବଳ ଗହଳି ଓ ଭିଡ ହେବାର ସମ୍ଭାବନା ରହିଛି । ଏଣୁ ଏହି ସମୟରେ ହେଉଥିବା ଭିଡକୁ ରୋକିବା ଏବଂ କୋଭିଡ – ୧୯ ର ସମସ୍ତ ଗାଇଡ ଲାଇନ ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିଶନର ପୋଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ

ସି ପ୍ରାଇମ୍

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ