ସାହାଯ୍ୟର ହାତ ବଢାଇଲେ ଜଗନ୍ନାଥ କନଷ୍ଟ୍ରକସନ ଆଣ୍ଡ ଓଏଲ୍ ଫେୟାର୍ ସୋସାଇଟି
ବାଲିପାଟଣା ବ୍ଲକ ଅନ୍ତର୍ଗତ କୂଳନ୍ତିରା ଦଳିତ ସାହିର ରାଜ ପ୍ରସାଦ ଭୋଇଙ୍କ ଦେହ ଅସୁସ୍ଥତା ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅସହାୟକୁ ସାହାଯ୍ୟର ହାତ ବଢ଼ାଇଲେ ଜଗନ୍ନାଥ କନଷ୍ଟ୍ରକସନ ଆଣ୍ଡ ଓଏଲ୍ ଫେୟାର୍ ସୋସାଇଟି । ଚେୟାରମ୍ୟାନ ନାରାୟଣ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ନନ୍ଦ ,ପ୍ରମୋଦ କୁମାର ବେହେରା , ସାମ୍ବାଦିକ ଗଗନ ଭୋଇ,ମୋହନ ବିଶ୍ୱାଳ,ବାଲୁଙ୍କି ଜେନା,ଚିରଞ୍ଜିବି ଜେନା, କାଳନ୍ଦୀ ବେହେରା,ତ୍ରିନାଥ ଭୋଇ,ନାରାୟଣ ଖୁଣ୍ଟିଆ ଓ ରଞ୍ଜନ ଭୋଇ ପ୍ରମୁଖ ରାଜ ପ୍ରସାଦଙ୍କୁ ଭେଟିବା ସହ ଏକ ମାସର ରାସନ ସାମଗ୍ରୀ ଏବଂ ମେଡ଼ିସିନ ଖର୍ଚ୍ଚ ବାବଦକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତତସଙ୍ଗେ ଚେଯାରମାନ ନାରାୟଣ ବେହେରା ତଥା ଅନ୍ୟ ସଦସ୍ୟ ମାନଙ୍କର ମିଳିତ ସହାୟତାରେ ଆଜି ରାଜପ୍ରସାଦଙ୍କୁ ଚିକିତ୍ସା କରାଇବା ପାଇଁ ହାଇଟେକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଦେହ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ପ୍ରତି ମାସରେ ରାସନ ସାମଗ୍ରୀ ପ୍ରଦାନ କରିଯିବା ନେଇ ସୋସାଇଟିର ମୁଖ୍ୟ ନାରାୟଣ ବେହେରା ସୂଚନା ଦେଇଛନ୍ତି ।
ଜଗନ୍ନାଥ କନଷ୍ଟ୍ରକସନ ଆଣ୍ଡ ଓଏଲ୍ ଫେୟାର୍ ସୋସାଇଟି ସ୍ଥାନୀୟ ଅଞ୍ଚଳରେ ଅସହାୟ ମାନଙ୍କୁ ସହାୟତା ଯୋଗାଇଦେଇ ପୂର୍ବରୁ
ଅନେକ ସୁନାମ ଅର୍ଜ୍ଜନ କରିଛନ୍ତି । ଜଣେ ଅସହାୟ ଗରିବ ରୋଗୀକୁ ସହାୟତାର ହାତ ବଢାଇ ଏବଂ ସଂପୂର୍ଣ୍ଣ
ଭାବରେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦେବା ତ୍ୟାଗ, ସମାଜସେବା, ପରୋପକାରର ଜ୍ଵଳନ୍ତ
ଉଦାହରଣ । ବ୍ୟସ୍ତବହୁଳ ଓ ସ୍ଵାର୍ଥବାଦି ସମାଜରେ ଏହିପରି ବ୍ୟକ୍ତି ତଥା ସଂଘ ଖୁବ ବିରଳ । ଜଗନ୍ନାଥ କନଷ୍ଟ୍ରକସନ ଆଣ୍ଡ ଓଏଲ୍ ଫେୟାର୍ ସୋସାଇଟିର ଏହି ପ୍ରକାର
ସାଧୁ ଉଦ୍ୟମ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ଚେୟାରମ୍ୟାନ ନାରାୟଣ ବେହେରାଙ୍କୁ
ସାଧୁବାଦ ଦେବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ
ସି ପ୍ରାଇମ
Comments
Post a Comment