Posts

Showing posts from January, 2021

ଶଂକୁଳ ସ୍ତରୀୟ ରେଡକ୍ରସ୍ ଅଧ୍ୟୟନ ସହ ତାଲିମ ଶିବିର ଉଦଘାଟିତ

Image
  ଶଂକୁଳ ସ୍ତରୀୟ ରେଡକ୍ରସ୍ ଅଧ୍ୟୟନ ସହ ତାଲିମ ଶିବିର ଉଦଘାଟିତ   ଗୋବିନ୍ଦପାଲୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ହୋଇ ଯାଇଛି। ଏହି ଶିବିରରେ ଅଧ୍ୟକ୍ଷ ଚୈତନ୍ୟ ନାଲି ସଭାପତିତ୍ୱ କରିଥିବାବେଳେ ମୂଖ୍ୟ ଅତିଥି ଭାବେ ପ୍ରତାପ କୁମାର ରାୟ ପ୍ରଧାନ ଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଗାଂମ୍ ଯୋଗଦାନ କରିଥିଲେ। ମୂଖ୍ୟବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ଡ଼ଃ ରଂଜନ କୁମାର ସ୍ୱାଇଁ ଯୁବ ରେଡ଼କ୍ରସ୍ ର ଗୁଣବତ୍ତା ଓ ଭବିଷ୍ୟତ ଉପରେ ସେଛ୍ଛାସେବୀ ମାନଙ୍କୁ ବୁଝାଇଥିଲେ । ତତ୍ ସହିତ ରେଡକ୍ରସ୍ ର ଇତିହାସ, ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ରକ୍ତ ଦାନ ନିମନ୍ତେ ପ୍ରେରଣା, ଯୋଗ ଶିକ୍ଷା ଓ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ତାଲିମ ଦିଆଯାଇଥିଲା। ସଙ୍କୁଳ ସ୍ତରୀୟ ଶିବିରରେ ୫ଟି ମହାବିଦ୍ୟାଳୟର କାଉନସିଲରମାନେ ମଧ୍ୟ ଯୋଗଦାନ କରିଥିଲେ ଓ ଉଚ୍ଚ ବିଦ୍ୟାଳୟ ଗୋବିନ୍ଦପାଲୀର ରେଡକ୍ରସ୍ ଅଧିକାରୀ ଶଶାଙ୍କ ଶେଖର ପଟ୍ଟନାୟକ ତିନିଦିନ ଧରି ଚାଲିଥିବା ଶିବିର କୁ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଆଗକୁ ଦେଖିବାକୁ ରହିଲା ଜିଲ୍ଲା ରେଡକ୍ରସ୍ ତରଫରୁ ଆଗାମୀ ଦିନରେ ସାଧାରଣ ଲୋକ କିଭଳି ଉପକୃତ ହେବେ ଓ ସୁବିଧା ସୁଯୋଗ ପାଇପାରିବେ। ଶଙ୍କର ଖିତି ମାଲକାନଗିରି

ସ୍ଵସ୍ଥ ଓ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ସ୍ଵସ୍ଥ ଓ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ  ମାଲକାନଗିରି ଜିଲ୍ଲା ସଦର ମହକୁମାର MV-02 ଗ୍ରାମର ମାନୁଗଂବୁରା ଆଦିବାସୀ ସଂସ୍କୃତି ଆସୋସିଏସନ ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ଵସ୍ଥ ଓ ସବୂଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଗ୍ରାମର ପ୍ରାୟ ୭୦ ରୁ ଉର୍ଦ୍ଧ୍ବ ଜଣ ଯୁବକ ଯୁବତୀ ଅଶଂଗ୍ରହଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ହରିଶ୍ ରୁପାଲ୍ ଏବଂ ଅନୁଷ୍ଠାନର ସଂନ୍ତୋଷ କୁମାର ପାତ୍ର, ଅର୍ଚ୍ଚନା ପଟ୍ଟନାୟକ, ମନଖୁସୀ ସରକାର, ତାପସ୍ ବାଗଚି, ରୂପଲାଲ୍ ସରେନ୍ ଓ ବାବୁଲା ହାସଂଦା ଉପସ୍ଥିତ ରହିଥିଲେ। ଗ୍ରାମର ପରିମଳ ବ୍ୟବସ୍ଥା, ସ୍ଵଛ ଗ୍ରାମଭାବେ ଗଢ଼ିବାପାଈଁ ଆଲୋଚନା କରାଯାଇଥିଲା। ପ୍ରତି ପରିବାର ନିଜ ଘରର ଅଳିଆ ଆବର୍ଜନା ର୍ନିଦ୍ଦିଷ୍ଠ ସ୍ଥାନରେ ପକାଇ ଜୈବିକ ସାର ଉପ୍ତାଦନ କରିବା, ପଲିଥିନ ବର୍ଜନ କରିବା, ପୂଷ୍କରିଣୀ ଏବଂ ନଳକୂପ ଚାରିପଟେ ପରିସ୍କାର ପରିଛ୍ଛନ୍ନ ରଖିବା ସମନ୍ଦରେ ଉପସ୍ଥାପନ କରାଯାଇଥିଲା। ତତ୍ ସହିତ ଗ୍ରାମର ସମସ୍ତ ଦୋକାନ ମାନଙ୍କୁ ଡ଼ଷ୍ଟବିନ୍ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଦେଖିବାକୁ ରହିଲା ଗ୍ରାମର ପରିବେଶ କେତେ ଦିନ ସ୍ୱଚ୍ଛ ରହୁଛି। ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର୍ଟ୍ ।

ପଦ ଓ ପଦଵୀ ଅପବ୍ୟବହାର ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

Image
ପଦ ଓ ପଦଵୀ ଅପବ୍ୟବହାର ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀରେ ବିଜେପି ତରଫରୁ କାମାକ୍ଷା ନଗର ଏନ ଏ ସି ମାନ୍ୟ ଢେ଼ଙ୍କାନାଳ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ନରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ଖଣି ମନ୍ତ୍ରୀ ତଥା କାମାକ୍ଷା ନଗର ବିଧାୟକଙ୍କ ବିରୁଦ୍ଧରେ ଏହି ସମ୍ମିଳନୀରେ ସ୍ୱର ଉତ୍ତୋଳନ କରା ଯାଇଥିଲା । ସୂଚନା ଅନୁସାରେ ତାଙ୍କର ବୋହୁ କାମାକ୍ଷା ନଗର ମହାବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ମଧ୍ୟ ଵିନା କାର୍ଯ୍ୟରେ ପଦବୀ କ୍ଷମତା ହେତୁ ଦରମା ପାଉଥିବାର ଅଭିଯୋଗ ହୋଇଛି । ନରେଶ ମହାପାତ୍ରଙ୍କ ଅଧକ୍ଷତାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତୃବୃନ୍ଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଧାୟକ ପ୍ରାର୍ଥୀ ଶ୍ରୀ ଶତ୍ରୁଘ୍ନ ଜେନା , ବରିଷ୍ଠ ବିଜେପି ।ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ଜେନା, ଜିଲ୍ଲା ଉପ ସଭାପତି ତଥା ପୂର୍ବତନ ଉପନଗରପାଳ ଶ୍ରୀ ଅଶ୍ୱିନୀ ମହାପାତ୍ର, ଜିଲ୍ଲା ଉପସଭାପତି ଶ୍ରୀ ପବିତ୍ର ମୋହନ ବିଶ୍ୱାଳ, ନଗର ମଣ୍ଡଳ ସଭାପତି ଶ୍ରୀ ସନ୍ଦୀପ ପଟ୍ଟନାୟକ, ମେଡିଆସେଲ ପ୍ରଭାରୀ ଶ୍ରୀ ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।  ରିପୋର୍ଟ ନିରୋଦ ଦାଶ ଢେ଼ଙ୍କାନାଳ

ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର

Image
ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଜଗନ୍ନାଥଧାମ ଅନ୍ୟତମ। ଏଠାକୁ ସମଗ୍ର ବିଶ୍ୱରୁ ହିନ୍ଦୁମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି। ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେ ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୁରୀଠାରୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କର ସୂର୍ଯ୍ୟ ମନ୍ଦିର ମାତ୍ର ୩୫ କିଲୋମିଟର ଦୂର। ପୁରୀ ସହ ରାମଚଣ୍ଡୀ ଓ ଚନ୍ଦ୍ରଭଗା ବେଳାଭୂମି ସଂଲଗ୍ନ ରହିଛି। ଏହାଛଡ଼ା ଜାତୀୟ  ଭିତରକନିକା ଜାତୀୟ ଉଦ୍ୟାନ, ରତ୍ନଗିରି ଓ ଧଉଳି ଭଳି ପ୍ରସିଦ୍ଧ ବୌଦ୍ଧପୀଠ ବି ଏହା ନିକଟରେ ରହିଛି। ଏହା ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରେ। ଏହାସହିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ପୁରୀର ଅନ୍ୟତମ ଆକର୍ଷଣ। ଏହାସହିତ ପୁରୀ ଆଧ୍ୟାତ୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶର କ୍ଷେତ୍ର ହୋଇପାରିବ। ନୂତନ ଅର୍ଥନୈତିକ କାର୍ଯ୍ୟକଳାପ ଦିଗରେ ଅନ୍ତର୍ଜାତୀୟ ବିମାନବନ୍ଦର ଯଥେଷ୍ଟ ସହାୟ...