ଶଂକୁଳ ସ୍ତରୀୟ ରେଡକ୍ରସ୍ ଅଧ୍ୟୟନ ସହ ତାଲିମ ଶିବିର ଉଦଘାଟିତ

 ଶଂକୁଳ ସ୍ତରୀୟ ରେଡକ୍ରସ୍ ଅଧ୍ୟୟନ ସହ ତାଲିମ ଶିବିର ଉଦଘାଟିତ

 


ଗୋବିନ୍ଦପାଲୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ହୋଇ ଯାଇଛି। ଏହି ଶିବିରରେ ଅଧ୍ୟକ୍ଷ ଚୈତନ୍ୟ ନାଲି ସଭାପତିତ୍ୱ କରିଥିବାବେଳେ ମୂଖ୍ୟ ଅତିଥି ଭାବେ ପ୍ରତାପ କୁମାର ରାୟ ପ୍ରଧାନ ଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଗାଂମ୍ ଯୋଗଦାନ କରିଥିଲେ। ମୂଖ୍ୟବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ଡ଼ଃ ରଂଜନ କୁମାର ସ୍ୱାଇଁ ଯୁବ ରେଡ଼କ୍ରସ୍ ର ଗୁଣବତ୍ତା ଓ ଭବିଷ୍ୟତ ଉପରେ ସେଛ୍ଛାସେବୀ ମାନଙ୍କୁ ବୁଝାଇଥିଲେ । ତତ୍ ସହିତ ରେଡକ୍ରସ୍ ର ଇତିହାସ, ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ରକ୍ତ ଦାନ ନିମନ୍ତେ ପ୍ରେରଣା, ଯୋଗ ଶିକ୍ଷା ଓ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ତାଲିମ ଦିଆଯାଇଥିଲା। ସଙ୍କୁଳ ସ୍ତରୀୟ ଶିବିରରେ ୫ଟି ମହାବିଦ୍ୟାଳୟର କାଉନସିଲରମାନେ ମଧ୍ୟ ଯୋଗଦାନ କରିଥିଲେ ଓ ଉଚ୍ଚ ବିଦ୍ୟାଳୟ ଗୋବିନ୍ଦପାଲୀର ରେଡକ୍ରସ୍ ଅଧିକାରୀ ଶଶାଙ୍କ ଶେଖର ପଟ୍ଟନାୟକ ତିନିଦିନ ଧରି ଚାଲିଥିବା ଶିବିର କୁ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଆଗକୁ ଦେଖିବାକୁ ରହିଲା ଜିଲ୍ଲା ରେଡକ୍ରସ୍ ତରଫରୁ ଆଗାମୀ ଦିନରେ ସାଧାରଣ ଲୋକ କିଭଳି ଉପକୃତ ହେବେ ଓ ସୁବିଧା ସୁଯୋଗ ପାଇପାରିବେ।


ଶଙ୍କର ଖିତି

ମାଲକାନଗିରି

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ