ସ୍ଵସ୍ଥ ଓ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ଵସ୍ଥ ଓ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ 

ମାଲକାନଗିରି ଜିଲ୍ଲା ସଦର ମହକୁମାର MV-02 ଗ୍ରାମର ମାନୁଗଂବୁରା ଆଦିବାସୀ ସଂସ୍କୃତି ଆସୋସିଏସନ ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ଵସ୍ଥ ଓ ସବୂଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଗ୍ରାମର ପ୍ରାୟ ୭୦ ରୁ ଉର୍ଦ୍ଧ୍ବ ଜଣ ଯୁବକ ଯୁବତୀ ଅଶଂଗ୍ରହଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ହରିଶ୍ ରୁପାଲ୍ ଏବଂ ଅନୁଷ୍ଠାନର ସଂନ୍ତୋଷ କୁମାର ପାତ୍ର, ଅର୍ଚ୍ଚନା ପଟ୍ଟନାୟକ, ମନଖୁସୀ ସରକାର, ତାପସ୍ ବାଗଚି, ରୂପଲାଲ୍ ସରେନ୍ ଓ ବାବୁଲା ହାସଂଦା ଉପସ୍ଥିତ ରହିଥିଲେ। ଗ୍ରାମର ପରିମଳ ବ୍ୟବସ୍ଥା, ସ୍ଵଛ ଗ୍ରାମଭାବେ ଗଢ଼ିବାପାଈଁ ଆଲୋଚନା କରାଯାଇଥିଲା। ପ୍ରତି ପରିବାର ନିଜ ଘରର ଅଳିଆ ଆବର୍ଜନା ର୍ନିଦ୍ଦିଷ୍ଠ ସ୍ଥାନରେ ପକାଇ ଜୈବିକ ସାର ଉପ୍ତାଦନ କରିବା, ପଲିଥିନ ବର୍ଜନ କରିବା, ପୂଷ୍କରିଣୀ ଏବଂ ନଳକୂପ ଚାରିପଟେ ପରିସ୍କାର ପରିଛ୍ଛନ୍ନ ରଖିବା ସମନ୍ଦରେ ଉପସ୍ଥାପନ କରାଯାଇଥିଲା। ତତ୍ ସହିତ ଗ୍ରାମର ସମସ୍ତ ଦୋକାନ ମାନଙ୍କୁ ଡ଼ଷ୍ଟବିନ୍ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ଦେଖିବାକୁ ରହିଲା ଗ୍ରାମର ପରିବେଶ କେତେ ଦିନ ସ୍ୱଚ୍ଛ ରହୁଛି।

ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର୍ଟ୍ ।

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |