ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର
ତାରିଖ  ୧୮/୧୧/୨୦, ବୁଧବାର
୧-ଲଣ୍ଡନଠାରେ ଚାରି ଏକର ପରିମିତ ଜମିରେ ଖୁବ୍‌ଶୀଘ୍ର ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏଥିସକାଶେ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି ପାଇଁ ଭୁବନେଶ୍ୱରରେ ଦାରୁ ଚିହ୍ନଟ ।

୨-୨୦୨୧ ଜାନୁଆରି ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା । ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିପାରିବେ।

୩-ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍‌, କରୋନା ପାଇଁ କମିଲା ୫୦ ପ୍ରତିଶତ ଆୟ, ଏଥରର ବଜେଟ୍‌ରେ ସେବାୟତ କଲ୍ୟାଣ ଓ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।

୪-ଶୀତ ଅଧିବେଶନ ପାଇଁ ବାଚସ୍ପତି, ବିଧାୟକ ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ।

୫-୩ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଯତ୍ନ ଓ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ଶୈଶବର ବିକାଶ ପାଇଁ ମହିଳା ଓ ଶିଶୁବିକାଶ ଓ ମିସନ ଶକ୍ତି ବିଭାଗ ପକ୍ଷରୁ ‘ବାତ୍ସଲ୍ୟ’ କାର୍ଯ୍ୟକ୍ରମ ଆରମ୍ଭ ।

୬-ଚଳିତବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର ଦେବା ପାଇଁ ପ୍ରସ୍ତୁତି ।

୭- ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ।

୮-ଶପଥ ନେବା ପରେ ବିହାର ମୁଖ୍ୟମନ୍ତ୍ରୀ ବିଭାଗ ବାଣ୍ଟିଲେ ନୀତିଶ କୁମାର, ନିଜ ପାଖରେ ରଖିଲେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ।

୯-ଚାଲୁଛି ନୋ ସେଭ୍ ନଭେମ୍ବର: ମୋଦୀ ଓ କୋହଲିଙ୍କ ଦାଢ଼ି ପ୍ରେମରେ ଯୁବପିଢ଼ି ।

୧୦-ବର୍ଷେ ନପୂରୁଣୁ ଭାରତର ପ୍ରଥମ ଘରୋଇ ଟ୍ରେନ୍‌ର ଯାତ୍ରା ହେବ ଶେଷ, ଏକ୍ସପ୍ରେସ୍‌କୁ ମିଳୁନାହାନ୍ତି ପାସେଞ୍ଜର ।ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍‌ରେ ଦୌଡ଼ୁଥିବା ତେଜସ୍‌ ଏକ୍ସପ୍ରେସ୍‌ ନଭେମ୍ବର ୨୩ରେ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍‌ ଯାତ୍ରା ବନ୍ଦ କରିବ।

୧୧-ବଢ଼ିଚାଲିଛି ଆଡିଲେଡ୍‌ରେ କରୋନା ସଂକ୍ରମଣ : ପ୍ରଥମ ଟେଷ୍ଟ ଆୟୋଜନ ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଶାବାଦୀ ।

ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ