ସଂକ୍ଷେପରେ ଆଜିର ଖବର

ସଂକ୍ଷେପରେ ଆଜିର ଖବର 

ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟାରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ନିର୍ବାଚନମଣ୍ଡଳୀ ର କର୍ମକର୍ତ୍ତା ଓ ନିର୍ବାଚନ ପରିଚାଳନାରେ ସାମିଲ ଥିବା ନେତାମାନଙ୍କୁ ଡିଜିଟାଲ ମାଧ୍ୟମରେ ସମ୍ବୋଧନ କରିବେ।

ଏଥର ରାଜ୍ୟର ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ ।କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଓ ସାତକୋଶିଆରେ ହେବ। ପରିବେଶ ପର୍ଯ୍ୟଟନ ପାଇଁ ବୁକିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଇକୋ ରିଟ୍ରିଟ୍ ଚାଲିବ।

ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ।

ଆୟୂଷ ଡାକ୍ତରଙ୍କୁ ସରକାରୀ ମାନ୍ୟତା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଦାବି ।

ଆଜି ଭୁବନେଶ୍ବର ଏମସ୍‌ରେ ରୋବୋଟିକ୍‌ ଫିଜିଓଥେରାପି ଚିକିତ୍ସାର ହେବ ଲୋକାର୍ପିତ, ଏମସ୍‌ ପକ୍ଷରୁ ସୂଚନା ।

ଦେଶର ୮ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୫ ପ୍ରତିଶତ ବଢ଼ିବ, ନଭେମ୍ବର ପହିଲାରୁ ଲାଗୁ !

ବ୍ରାଜିଲରେ ଅଟକିଲା ଚୀନ୍ ପ୍ରସ୍ତୁତ Covid ଟିକା ସିନୋଭେକ୍‌ର କ୍ଲିନିକାଲ ଟ୍ରାୟଲ ।

କରୋନା ମୁକାବିଲା ନିମନ୍ତେ Pfizer ଟିକା କିଣିବାକୁ ଭାରତ ସରକାର ପ୍ରସ୍ତୁତ, କୋଲ୍ଡ ଚେନ୍‌କୁ ନେଇ ଚିନ୍ତା ।

ବିହାର’ ବିଜୟ ପରେ ବିଜେପିର ବିଜୟ ଉତ୍ସବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଧୁମଧାମରେ ଚାଲିଲା ସେଲିବ୍ରେସନ । ସାମିଲ ହେଲେ ସବୁ ତୁଙ୍ଗ ନେତା ।

ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ୱାମୀ । କହିଲେ, ଭାରତ ମାତା କି ଜୟ… ରାସ୍ତା ସାରା ଲୋକ ଜଣାଇଲେ ସମର୍ଥନ ।

ସୀମାରେ ବଢ଼ିଲା ଶାନ୍ତିର ସମ୍ଭାବନା । ସୈନ୍ୟ ଅପସାରଣ ନେଇ ଭାରତ ଓ ଚୀନ୍ ମଧ୍ୟରେ ସହମତି ହୋଇଥିବା ସୂଚନା, ୩ଟି ପର୍ଯ୍ୟାୟରେ ହେବ ସୈନ୍ୟ ଅପସାରଣ ।

ଦୁବାଇରୁ ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିଲା ଟିମ୍‌ ଇଣ୍ଡିଆ, ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ ।

️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ