ଆଜିର ଖବର

ସଂକ୍ଷେପରେ ଆଜିର ଖବର
ତାରିଖ - ୧୩/୧୧/୨୦୨୦(ଶୁକ୍ରବାର)

➡️୧. ଭୁବନେଶ୍ୱର : ଆନ୍ଧ୍ର, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହିତ ଲାଗି ରହିଛି ସୀମା ବିବାଦ । ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ମଧ୍ୟ ଏହି ପଡ଼ୋଶୀ ରାଜ୍ୟଗୁଡ଼ିକର ଆଖି ରହିଛି । 

➡️୨. ଏଣିକି ବାହାର ରାଜ୍ୟର ଡାକ୍ତରଙ୍କୁ ମିଳିପାରିବ ସରକାରୀ ନିଯୁକ୍ତି । 

➡️୩. କରୋନା, ବାୟୁ ପ୍ରଦୂଷଣକୁ ନେଇ ଅଧିକ ଚିନ୍ତା ।

➡️୪. ସରିଲା ଉପନିର୍ବାଚନ, ଏବେ ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ : ଗଞ୍ଜାମରେ ବିଜେଡିର ଶତ୍ରୁ ବିଜେଡି।

➡️୫. ନୂଆଦିଲ୍ଲୀ : ଦେଶରେ ବର୍ତମାନ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ କମି ନଥିବା ବେଳେ ବର୍ତମାନ ମଧ୍ୟପ୍ରଦେଶର ପନ୍ନା ନିକଟରେ ପାଖାପାଖି ୨୦୦ ବର୍ଷ ପୁରୁଣା ରୋଗ ସ୍କ୍ରବ ଟାଇଫସ ପୁଣି ଆଉଥରେ ଲୋକମାନଙ୍କ ଭିତରେ ବ୍ୟାପିବାକୁ ଲାଗିଲାନି ।

➡️୬. ପୁରୀ ଐତିହ୍ୟ କରିଡର ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି : ବିନାମୂଲ୍ୟରେ ଅଧିଗୃହୀତ ଜମି ଶ୍ରୀମନ୍ଦିରକୁ ହସ୍ତାନ୍ତର କରାଯିବ ।

➡️୭. ନୂଆ ବିଧାୟକ ଓ ନେତାଙ୍କୁ ମନ୍ତ୍ର ଫୁଙ୍କିଲେ ନବୀନ । ଲୋକଙ୍କ ଆବଶ୍ୟକତା ମୋତେ ଜଣାଅ
ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ ତିର୍ତ୍ତୋଲ ଓ ବାଲେଶ୍ବର କର୍ମୀଙ୍କୁ ଧନ୍ୟବାଦ ଦେଲେ ।

➡️୮. କାଠଗଡ଼ାରେ ଘରୋଇକରଣ ପ୍ରସଙ୍ଗ : ପାନ୍ଥନିବା‌ସ ଘରୋଇକରଣ ପ୍ରକ୍ରିୟାରେ ରହିତାଦେଶ ।

➡️୯. ରାଜ୍ୟରେ ୪ %ରୁ କମ୍ କରୋନା ରୋଗୀ ଚିକିତ୍ସାଧୀନ ।

➡️୧୦. ଧୋନୀ କରିବେ କଡକନାଥ କୁକୁଡ଼ା ଚାଷ ।

➡️୧୧. କୋଣାର୍କ ଓ ଇକୋ ରିଟ୍ରିକି ଉତ୍ସଵ ପାଇଁ ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କ ସ୍ଥିତି ଅନୁଧ୍ୟାନ ।

➡️୧୨. ସୀମା ବିବାଦରେ ଆସୁଛି ସୁଧାର, ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ଏପ୍ରିଲ-ମେ’ ପରେ ହୋଇଥିବା ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରିବେ ଭାରତ ଓ ଚୀନ ।

➡️୧୩. ବଢ଼ିଲା ଆରୋଗ୍ୟ ସଂଖ୍ୟା; ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୨୬୪ କରୋନା ରୋଗୀ ।

➡️୧୪. ଦୁବାଇରୁ ଫେରୁଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ କୃନାଲ ପାଣ୍ଡ୍ୟା ଅଟକ । ପାଖରେ ଅଧିକ ମାତ୍ରାରେ ସୁନା ରଖିଥିବା ସନ୍ଦେହ ।

➡️୧୫. ମଣିପୁର ଉପନିର୍ବାଚନ ବିଜୟ ପଛରେ ଜୟ ପଣ୍ଡାଙ୍କ ହାତ ।

➡️୧୬. ୨୦୨୧ ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଭାରତରେ ୨୦୨୧ରେ ଅକ୍ଟୋବର ଓ ନଭେମ୍ବର ମାସରେ ଟି-୨୦ ବିଶ୍ୱକପ ଆୟୋଜନ ପାଇଁ ଆଇସିସି ସ୍ଥିର କରିଛି ।

➡️୧୭. ରାଜ୍ୟ ସରକାରଙ୍କ ‘ଅବଢ଼ା’ ଯୋଜନାରେ ପୁରୀଠାରେ ଜଗନ୍ନାଥବଲ୍ଲଭ ତୀର୍ଥସ୍ଥଳୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ନିର୍ମାଣ ଓ ମୂଷା ନଦୀର ସମ୍ପ୍ରସାରଣ କାର୍ଯ୍ୟ ଏନସିସି ଲିମିଟେଡ୍ କରିବ ।

➡️୧୮. ଆଶା ବଢାଇଲା ‘ଆସ୍ଥା-୧୫’ ! ବିଶ୍ୱର ପ୍ରଥମ ଆୟୁର୍ବେଦିକ କରୋନା ଔଷଧକୁ ମିଳିଲା ଆୟୁଷ ମନ୍ତ୍ରାଳୟଙ୍କ ମଞ୍ଜୁରି ।

➡️୧୯. ୧୧,୨୦୦କୋଟି ଟଙ୍କାର ଚିଠା ପ୍ରସ୍ତାବକୁ ମଞ୍ଜୁରୀ, ସାମାଜିକ କ୍ଷେତ୍ରକୁ ଅଗ୍ରାଧିକାର ।

➡️୨୦. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ୩.୦ ଘୋଷଣା କଲେ।

➡ ଲିଙ୍ଗ ନିରୂପଣକାରୀଙ୍କ ସୂଚନା ଦେଲେ ଦଶହଜାର ପୁରସ୍କାର 

    

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |