ମାଲକାନଗିରି ଜିଲ୍ଲାପାଳକଂ ନାଁରେ ହତ୍ୟା ମାମଲା ରୁଜୁ

ମାଲକାନଗିରି ଜିଲ୍ଲାପାଳକଂ ନାଁରେ ହତ୍ୟା ମାମଲା ରୁଜୁ
ମାଲକାନଗିରି ତା.୧୩.୧୧.୨୦୨୦ ରିଖ ଦିନ ମାଲକାନଗିରି SDJM କୋର୍ଟ କଂ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାପାଳକଂ ସମେତ ୪ଜଣକଂ ନାମରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଆପଣ ମାନଙ୍କ ମନେ ଥିବ ଗତ ୨୮ ଡିସେମ୍ବର ୨୦୧୯ ତାରିଖ ସକାଳ ସମୟରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାର ରେ ତତ୍କାଳୀନ ଜିଲ୍ଲାପାଳ କଂ ବ୍ୟକ୍ତିଗତ ସହାୟକ ସ୍ବର୍ଗତ ଦେବନାରାୟଣ ପଣ୍ଡା କଂ ମୃତ୍ୟୁ ଶରୀର ଭାସୁଥିବା ସ୍ଥାନୀୟ ମସ୍ଛ୍ୟଜିବୀ ମାନେ ଦେଖି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଥିଲେ ଓ ପଣ୍ଡାଙ୍କ ବ୍ୟବହାର କରିଥିବା ଗାଡ଼ି ହେଲମେଟ୍  ପାଇଥିଲେ । ପରେ ଅଗ୍ନି ସେବା ବାହିନୀକଂ ସହାୟତା ରେ ମୃତ୍ୟୁ ଶରୀର କୁ ଉଦ୍ଧାର କରି ଡାକ୍ତର କଂ ନିକଟକୁ ଵ୍ୟଵଛ୍ଛେଦ ପାଇଁ ପଠା ଯାଇଥିଲା। ସେହି ସମୟରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ନିରବ ସାଜିଥିବା ସ୍ବର୍ଗତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ତନୁଜା ପଣ୍ଡାଙ୍କ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାକଥା ଗତ ୨୭.୧୨.୨୦୧୯ ରେ ସ୍ବର୍ଗତ ପଣ୍ଡା ମଧ୍ୟାନ୍ନ ଭୋଜନ କରି ଘରୁ ବାହାରି ଥିଲେ ଓ ସେ ରାତିରେ ଘରକୁ ଫେରି ନଥିଲେ। ତେଣୁ ସେ ଚିନ୍ତାରେ ଥିଲେ ଏବଂ ସକାଳେ ତାଙ୍କ ସ୍ବାମୀ କଂ ମୃତ୍ୟୁ ଖବର ପାଇଥିଲେ। ସେ ସମୟରେ ତନୁଜା ପଣ୍ଡା ଭାବିଥିଲେ ହୁଏତ ସ୍ୱାମୀ  ଅପମୃତ୍ୟୁ କରି ଥାଇପାରନ୍ତି। କିନ୍ତୁ ସ୍ଥାନୀୟ ପାରିପାର୍ଶ୍ବିକ ପରିବେଶ, ଡ଼ାକ୍ତର କଂ ଫରେନ୍ ଶିକ୍ ଟେଷ୍ଟ ରିପୋର୍ଟ ଓ ଜିଲ୍ଲା ପାଳକଂ ଅସହଯୋଗ, ବାରମ୍ବାର ସାହାଯ୍ୟ ପାଇଁ ଅନୁରୋଧକରିଥିଲେ ମଧ୍ୟ ପ୍ରାୟ ୨ ମାସ ହୋଇଗଲା ସମସ୍ତେ ଚୂପ୍ ହୋଇ ରହିଗଲେ। ତେଣୁ ପୋଲିସର କାର୍ଯ୍ୟ ଶୈଳୀ ଉପରେ ସଂନ୍ଦେହ  ମଧ୍ୟ ହେଲା ।  ପୂର୍ବରୁ ବହୁବାର ସ୍ବର୍ଗତ ପଣ୍ଡାଙ୍କ ଘରେ ସ୍ବର୍ଗତ ପଣ୍ଡା ତନୁଜା ଙ୍କୁ ଜିଲ୍ଲାପାଳକଂ ଅନିୟମିତତା କାର୍ଯ୍ୟ କଳାପ କରିବାକୁ ବାଧ୍ୟ କରୁଥିବା ବିଷୟରେ କହୁଥିଲେ। ତେଣୁ ଜିଲ୍ଲାପାଳ ଓ ଅନ୍ୟ କର୍ମଚାରୀ ମାନେ ଷଢଯନ୍ତ୍ର କରି ହତ୍ୟା କରିଥିବା ବିଷୟରେ ତନୁଜା ଓ ତାଙ୍କ ପରିବାର କହିଛନ୍ତି। ୟା ମଧ୍ୟରେ ପୋଲିସର କୋୖଣସି ଠୋସ୍ ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ୨୫ ଅଗଷ୍ଟ ୨୦୧୯ ରେ ମାଲକାନଗିରି ଥାନାରେ ଏକ ଏତଲା ଦେଇଥିଲେ। ଏବଂ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳ, ଜିଲ୍ଲାପାଳକଂ  ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁ , ଡାଟା ଅପେରେଟର୍ ଭି. ବେଣୁ ଓ ଅବସର ବ୍ୟକ୍ତିଗତ ସହାୟକ ଭଗବାନ ପାଣିଗ୍ରାହୀଙ୍କ ନାମରେ ମିଳିତ ଭାବେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ଦକ୍ଷିଣାଚଂଳ ଡିଆଇଜି ମାଲକାନଗିରି ଆସି କେସ୍ କୁ ତନ୍ନଖିଥିଲେ। ୟା ମଧ୍ୟରେ ପାଖାପାଖି ବର୍ଷେ ହେବାକୁ ବସିଲାଣି କିନ୍ତୁ ଦୋଷୀ ମାନଙ୍କୁ ଧରିବାରେ ପୋଲିସ ର କାର୍ଯ୍ୟ କଳାପରେ ସନ୍ତୁଷ୍ଟ ନ ହୋଇ ତା.୧୩.୧୧.୨୦୧୩ ରେ SDJM କୋର୍ଟ କଂ ଦ୍ବାରସ୍ତ ହୋଇଥିଲେ। ଏବଂ SDJM କଂ ର୍ନିଦ୍ଦେଷକ୍ରମେ ମାଲକାନଗିରି ପୋଲିସ IPC ଧାରା ୩୦୨ ଅର୍ଥାତ୍ ହତ୍ୟା କରିବା, ୨୦୧ ଅର୍ଥାତ ପ୍ରମାଣ ନଷ୍ଟ କରିବା, ୨୦୪ ଅର୍ଥାତ୍ ବ୍ୟୈଦ୍ୟୁତିକ ଓ ତଥ୍ୟ ଭିତ୍ତିକ ପ୍ରମାଣ ନଷ୍ଟ କରିବା, ୫୦୬ ଅର୍ଥାତ୍ ଧମକ ଦେବା, ୧୨୦(ବି) ଅର୍ଥାତ୍ ଅପରାଧିକ ଷଢ଼ଯନ୍ତ୍ର ଓ ଧାରା ୩୪ ଅର୍ଥାତ୍ ଗୋଟିଏ ଉଦ୍ଦେଶ୍ୟର ଅପରାଧ ପାଇଁ ସହାୟତା ଏଭଳି ପୋଲିସ ଦ୍ବାରା କେସ୍ ରୁଜୁ ହୋଇଛି। ଆଗକୁ ଦେଖି ବାକୁ ରହିଲା କଣ ପ୍ରକୃତ ଘଟଣା ଆଗକୁ ଆସିବ ଓ ଦୋଷୀ କୁ ଦଣ୍ଡ ମିଳିବ।
ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର୍ଟ।

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

ଆଜିର ମୁଖ୍ୟ ଖବର