ଆଜିର ମୁଖ୍ୟ ଖବର

ଆଜିର ଖବର
ତାରିଖ - ୨୫/୧୧/୨୦୨୦(ବୁଧବାର)

୧. 'ସମସ୍ତଙ୍କୁ ଟିକା ଏକ ଜାତୀୟ ପ୍ରତିଶ୍ରୁତି' । ସମସ୍ତଙ୍କୁ ମିଳିବ ଟିକା , କେହି ଜଣେ ବି ଟିକାକରଣରୁ ବଞ୍ଚିତ ହେବେ ନାହିଁ : ପ୍ରଧାନମନ୍ତ୍ରୀ ।

୨. ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା *'ନିଭାର'* । ପବନର ବେଗ ଘଣ୍ଟା ପ୍ରତି ୧୨୦ ରୁ ୧୩୦ ରହିବ , ପୁଡୁଚେରୀରେ ୧୪୪ ଧାରା ଜାରି , ତାମିଲନାଡୁରେ ସରକାରୀ ଛୁଟି , ଟ୍ରେନ , ବସ୍ ସେବା ବାତିଲ ।

୩. କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇବା ଉପରେ କଟକଣା ଜାରି କରିଛନ୍ତି ।

୪. ଆଉ ୪୩ଟି ଆପକୁ ନିସିଦ୍ଧ କଲେ କେନ୍ଦ୍ର ସରକାର ।

୫. ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଆଉ ଏକ ସଫଳତା । ସୁପରସୋନିଜ୍ କ୍ରୁଜ୍ ମିଶାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ ।

୬. କେନ୍ଦ୍ର ସରକାର ପେନସନ ଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ ଦାଖଲ କରିବାର ସମୟସୀମାକୁ ଆସନ୍ତା ବର୍ଷ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

୭. ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଖୋଲିବ ଶ୍ରୀମନ୍ଦିର ।

୮. ବହୁଭାଷୀ ଶିକ୍ଷକ ମାନଙ୍କୁ ନିୟମିତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।

୯. ରାଜ୍ୟରେ ୨୪ ଘଣ୍ଟାରେ ୩୪ ପଜିଟିଭ୍ , ୫୩ ସୁସ୍ଥ ।

୧୦. ନୟାଗଡ଼ ପରୀ ହତ୍ୟା ମାମଲାରେ ନୂଆ ମୋଡ ; ବିଧାନସଭା କମ୍ପିଲା , ଅଡ଼ୁଆରେ ସରକାର ।

୧୧. ଅଟକିଲା ପତିତପାବନଙ୍କ ନାଗାର୍ଜୁନ ବେଶ । ଦୃଢ଼ ବିରୋଧ କଲେ ସିଂଘାରୀ ସେବକ ।

୧୨. ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ଅକ୍ସିଜେନ ପାଇପ୍‌ ଫାଟିବା ଘଟଣା: ମରାମତି ଶେଷ, ଆଜିଠାରୁ ଅସ୍ତ୍ରୋପଚାର ।

୧୩. ଶିଳ୍ପାଞ୍ଚଳରେ ସାମାଜିକ ଭିତ୍ତିଭୂମି ନିର୍ମାଣ କରିବ ଇଡ୍‌କୋ । ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ, ହୋଟେଲ୍‌, ମଳ୍ଟିପ୍ଲେକ୍ସ, ସ୍ବାସ୍ଥ୍ୟ ସେବା ସୁବିଧା, ଗଲ୍ଫ ପଡ଼ିଆ, କ୍ରୀଡ଼ା କେନ୍ଦ୍ର, ପର୍ଯ୍ୟଟନ ପ୍ରକଳ୍ପ, ମନୋରଞ୍ଜନ ପାର୍କ ଆଦି ନିର୍ମାଣ କରିବ ।

୧୪. ଆସନ୍ତାବର୍ଷ ପ୍ରାରମ୍ଭରେ ଇଂଲଣ୍ଡ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ ବୋଲି କହିଛନ୍ତି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ।

୧୫. ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ନାହିଁ ଭାରତର ବରିଷ୍ଠ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ତାରକା ବ୍ୟାଟସମ୍ୟାନ୍ ରୋହିତ ଶର୍ମା ।

୧୬. ସାଢ଼େ ୪ ମାସରେ ଗାଙ୍ଗୁଲିଙ୍କ ୨୨ ଥର କୋଭିଡ୍‌ ପରୀକ୍ଷା ।

୧୭. ଆରଟି-ପିସିଆର ପରୀକ୍ଷା ମୂଲ୍ୟ ୪୦୦ଟଙ୍କା ଧାର୍ଯ୍ୟ ହେଉ; କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ।

୧୮. ଯୋଗୀ କ୍ୟାବିନେଟ୍‌ଙ୍କ ବଡ ନିଷ୍ପତ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ହେବ ଅଯୋଧ୍ୟା ବିମାନ ବନ୍ଦର ।

୧୯. ରାଜ୍ୟର ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ସାଇନ୍ସ ପାର୍କ ସ୍ଥାପନ ହେବ। ଏହାସହିତ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି ।

୨୦. ରାଜ୍ୟରେ ଆଉ ୬୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୦୭,୩୭୪ କୁ ବୃଦ୍ଧି ପାଇଛି ।

୨୧. ପୂର୍ଣ୍ଣିମା ତିଥିର ଆରମ୍ଭ ନଭେମ୍ବର ୨୯ ରେ ଅପରାହ୍ନ ୧୨ଟା ୪୭ରୁ ଆରମ୍ଭ ହୋଇ ନଭେମ୍ବର ୩୦ ରେ ଅପରାହ୍ନ ୨ଟା ୫୯ ପର୍ଯ୍ୟନ୍ତ ରହିବ। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବରରେ ଲାଗିବ । ଏଥିରେ ବଡ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଦେଖାଯିବ, କିନ୍ତୁ ଭାରତରେ ନୁହେଁ ।

୨୨. ବିଧାନସଭାରେ ଆଇନଶୃଙ୍ଖଳା ତାତି, ହାଜତମୃତ୍ୟୁ ଓ ଥାର୍ଡ ଡିଗ୍ରି ନେଇ ଗର୍ଜିଲେ ବିରୋଧୀ ।

୨୩. ମନ୍ଦିର, ସ୍କୁଲ ଖୋଲିବା ପାଇଁ ଦାବି ।

୨୪. ସଡ଼କ ଦୁର୍ଘଟଣା ମୃତ୍ୟୁରେ ଓଡ଼ିଶା ଦ୍ବାଦଶ, ୫ବର୍ଷରେ ସଡ଼କ ଦୁର୍ଘଟଣା ୩୫% ବଢ଼ିଛି ।

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ