ଆଜିର ମୁଖ୍ୟ ଖବର

.
                 ଆଜିର ମୁଖ୍ୟ ଖବର
         *ତାରିଖ ୨୭-୧୧-୨୦ ଶୁକ୍ରବାର*

➡️୧-କଟକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ରାଉରକେଲା ଲୁଟ୍ ଘଟଣାର ଖିଅ ଖୋଜୁଛି ପୁଲିସ୍ । କେମିତି ଧରାପଡ଼ିଲେ ଲୁଟେରା, କେମିତି ହୋଇଥିଲା ଲୁଟ୍…ଦୁଇଟି ଲୁଟରେ ଥିଲା ସମାନତା ।

➡️୨-ପରୀ ହତ୍ୟା ମାମଲାକୁ ନେଇ ଦିନ ତମାମ ବନ୍ଦ ରହିଲା ବିଧାନସଭା । ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ରହିଲେ ବିରୋଧୀ । ମନ୍ତ୍ରୀ କହିଲେ, ଘଟଣାକୁ ନେଇ କରାନଯାଉ ରାଜନୀତି, ଦୋଷୀ ଯିଏ ଥିବ ଦଣ୍ଡ ପାଇବ । 

➡️୩-ବେଶ ବାହାରିଲା, ବଡ ଦେଉଳରେ ପହଞ୍ଚିଲା । ଶ୍ରୀମନ୍ଦିରରେ ପ୍ରବେଶ କଲା ମହାପ୍ରଭୁଙ୍କ ନାଗା ବେଶ । ଆଉ କେଇ ମୁହୂର୍ତ୍ତ ପରେ ଯୋଦ୍ଧା ବେଶରେ ସଜେଇ ହେବେ ଶ୍ରୀଜିଉ ।

➡️୪-ନାଗାର୍ଜୁନ ବେଶ ପାଇଁ ରାତି ୨ଟାରୁ ଲାଗିଲା କଟକଣା, ଜାରି ହେଲା ୧୪୪ ଧାରା । ୧୪୪ ଉଠିବା ପରେ ପତିତପାବନ ଦର୍ଶନ କରିବେ ଭକ୍ତ ।

➡️୫-ରାଜ୍ୟରେ ଶୀତଲହରୀ ଜାରି – କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆସନ୍ତା ୨୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ।

➡️୬-ସୁନାବେଡ଼ାରେ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ସହଯୋଗୀ ଫେରାର୍ .।

➡️୭-ଅନ୍ତର୍ଜାତୀୟ ଉଡାଣ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁଣି ରୋକ, ଜାରି ରହିବ କାର୍ଗୋ ସେବା ।

➡️୮-ଲୁଟ୍ କରି ମଉଜ; ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ୍‌ ।

➡️୯-IFS ଅଭୟଙ୍କ ପୁଅ ଆକାଶଙ୍କୁ ହେପାଜତକୁ ନେଲା ଭିଜିଲାନ୍ସ । ରାଜସ୍ଥାନରରେ ରାଜକୀୟ ଠାଣିରେ ବାହାଘର ପାଇଁ ବୁକ୍ ହୋଇଥିଲା ବିଳାଶପୂର୍ଣ୍ଣ ମହଲ, ପୂର୍ବତନ ମନ୍ତ୍ରୀଙ୍କ ଝିଅଙ୍କ ସହ ସ୍ଥିର ହୋଇଥିଲା ବିବାହ ।

➡️୧୦-କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ବିରୋଧ କରି ଆହୁତ ଧର୍ମଘଟରେ ଯୋଗଦେଲେ ୨୫କୋଟି ଶ୍ରମିକ, ବନ୍ଦସଫଳ କହିଲେ ଟ୍ରେଡୟୁନିୟନ ।

➡️୧୧-ଆନ୍ଧ୍ରରେ ‘ନିଭାର’ ତାଣ୍ଡବ, ବିଭିନ୍ନ ସ୍ଥାନରେ ୩ ମୃତ, ୪ ଜିଲ୍ଲାରେ ୫ ଦିନ ଶିକ୍ଷାନୁଷ୍ଠାନ ଛୁଟି ।..

➡️୧୨-ମହଙ୍ଗା ପଡିଲା ଜେଲରୁ ଥାଇ ଫୋନ କରିବା । ଲାଲୁ ଯାଦବଙ୍କ ନାଁରେ ଦାୟର ହେଲା ଅଭିଯୋଗ । ଥାନାରେ ଅଭିଯୋଗ କଲେଲ ବିଜେପି ବିଧାୟକ ଲଲନ୍ ପାଶୱାନ .।

➡️୧୩-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରାଯାଉଥିବା ମାଗଣା ରାସନ ସାମଗ୍ରୀ ଚଳିତ ମାସ ଠାରୁ ବନ୍ଦ ହେବ । ଲକ୍‌ଡାଉନ ସମୟରେ ୮୧ କୋଟି ଲୋକଙ୍କୁ ମାଗଣାରେ ଦିଆଯାଇଛି ରାସନ ।

➡️୧୪-କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ମିଟର ପର୍ଯ୍ୟନ୍ତ ହେବ ସିଲ୍‌: ଯୋଗୀ ସରକାର ।

➡️୧୫-ଖାଲି ପଡିଥିବା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ସରପଞ୍ଚ ପଦ ପାଇଁ ଉପନିର୍ବାଚନ ପ୍ରସଂଗ : ହାଇକୋର୍ଟରେ ଜନସ୍ବାର୍ଥ ମାମଲା .।

➡️୧୬-ଅକ୍ସଫୋର୍ଡ କରୋନା ଟିକାକୁ ନେଇ ଚର୍ଚ୍ଚା । ୯୦ ପ୍ରତିଶତ ଫଳପ୍ରଦ ହେବା ନେଇ ଆସିଥିବା ରିପୋର୍ଟରେ ତ୍ରୁଟି, ରିପୋର୍ଟରେ ସାମିଲ ହୋଇନାହିଁ, ବୟସ୍କ ଲୋକଙ୍କ ଠାରେ ପରୀକ୍ଷଣର ଫଳାଫଳ ।

➡️୧୭-ତମ୍ବୁ ତଳେ ରାତି ବିତାଇବାର ସୁଯୋଗ । ଭିତରକନିକା ଅଭୟାରଣ୍ୟରେ ଇକୋ ରିଟ୍ରିଟ୍ ପାଇଁ ନୂଆ ବ୍ୟବସ୍ଥା, ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟର ୫ଟି ସ୍ଥାନରେ ଏଥର ଇକୋ ରିଟ୍ରିଟ୍ ।

➡️୧୮-ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚର ସତ୍ୟପାଠ : ହତ୍ୟା ନେଇ ପ୍ରମାଣ ମିଳି ନାହିଁ, ଆତ୍ମହତ୍ୟା ବୋଲି ଜଣାପଡୁଛି 
ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |

ୟୁକ୍ରେନରେ ଦ୍ୱିତୀୟ ଭାରତୀୟଙ୍କ ମୃତ୍ୟୁ