ଆଜିର ମୁଖ୍ୟ ଖବର

ଆଜିର ଖବର
ତାରିଖ - ୨୮/୧୧/୨୦୨୦(ଶନିବାର)

୧. ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୫୯୪ ପଜିଟିଭ୍, ୧୪ ମୃତ ।

୨. ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅବସରରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କାଳିଆର ନାଗାର୍ଜୁନ ବେଶ’। କଳ୍ପନା ଛକସ୍ଥିତ ‘ଉତ୍କଳ ଗ୍ୟାଲେରିଆ’ ମଲ୍‌ରେ ଏହି ଦିବ୍ୟ ଦୁର୍ଲଭ ବେଶର ସ୍ବତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା ।

୩. ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ : ବିଶ୍ୱସ୍ତରୀୟ ଅଭିମୁ‌ଖେ ଉତ୍କଳ । ଗ୍ରାମୀଣ କ୍ୟାମ୍ପସରେ ଖୋଲିବ ୪ଟି ନୂଆ ପାଠ୍ୟକ୍ରମ ବିଦେଶ ବିଶ୍ୱବିଦ୍ୟାଳୟ ସହ ରାଜିନାମା ହେବ ।

୪. ସ୍ଥିତି ସ୍ପଷ୍ଟ : ମାନ୍ଦାବସ୍ଥା କବଳରେ ଭାରତ ।

୫. ନୂଆଦିଲ୍ଲୀ : ଅକ୍ଟୋବରରେ ୩୯,୨୦୦ କୋଟିର ବିତ୍ତୀୟ ନିଅଣ୍ଟ ।

୬. ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ । ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ । 

୭. ନୂଆଦିଲ୍ଲୀ : ଜୁନ୍‌ରୁ କେବଳ ବିଆଇଏସ୍‌ ମାର୍କା ହେଲମେଟ୍‌ ।

୮. ଅଙ୍ଗଦାନ ପାଇଁ ସାଂସଦ ଅନୁଭବଙ୍କ ଘୋଷଣା ।

୯. ପାକିସ୍ତାନରେ ବଳାତ୍କାରୀଙ୍କୁ ନପୁଂସକ କରାଯିବ ।

୧୦. ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି ।

୧୧. ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିବା ପଞ୍ଜାବର କୃଷକମାନଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦିଆଯାଇଛି ।

୧୨. ଜାମ୍ମୁ-କଶ୍ମୀର ସୀମାନ୍ତରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଶୁକ୍ରବାର ଦୁଇ ଯବାନଙ୍କ ପ୍ରାଣହାନି ଘଟିଛି । 

୧୩. ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି; ଆଭ୍ୟନ୍ତରୀଣ, ଦକ୍ଷିଣରେ ବଢ଼ିବ ଶୀତ ।

୧୪. ରାଜ୍ୟର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁ ଶୀତପ୍ରକୋପ ବୃଦ୍ଧି ପାଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୨ ଡ୍ରିଗୀ ପର୍ଯ୍ୟନ୍ତ ବୃଦ୍ଧିପାଇବାର ସମ୍ଭାବନା ରହିଛି । 

୧୫. ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ।

୧୬. ଟିକା ଅନୁଧ୍ୟାନ କରିବା ପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲେ ମୋଦି ।

୧୭. ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୧୮. ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍‍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ  ଦେଲେ ମୁଖ୍ୟମନ୍ତ୍ରୀ ।

୧୯. ସୁପରପାୱାର ଆମେରିକାକୁ କରୋନା ଭୟ । ୧ କୋଟି ୨୮ ଲକ୍ଷ ସଂକ୍ରମିତ, ଅଢେଇ ଲକ୍ଷରୁ ଅଧିକ ମୃତ୍ୟୁ ।

୨୦. ଆସନ୍ତା ଡିସେମ୍ବର ୧ତାରିଖରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ଓ ପାଠପଢ଼ା ସ୍ୱାଭାବିକ ହେବ। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି।

୨୧. ୨୬/୧୧ ମୁମ୍ବାଇ ଆକ୍ରମଣ : ସାଜିଦ୍‌କୁ ଧରାଇଦେଲେ ୩୭ କୋଟି ପୁରସ୍କାର ଦେବ ଆମେରିକା ।

୨୨. ଜେଲ୍‌ରେ ବାପ, ପୁଅ; ଆଇଏଫ୍‌ଏସ୍‌ ଅଭୟ ନିଲମ୍ବିତ ।

୨୩. ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡ଼ିଆ ଗବେଷକଙ୍କ ଏକାଧିକ ପ୍ରସ୍ତାବକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ସୁପାରିଶ ପ୍ରଦାନ କରିଛନ୍ତି। 

୨୪. ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟରେ ଖାଲି ଥିବା ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ପୂରଣ ହେବ।

ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ