ନାଲକୋର ଶ୍ରମିକ ମାରଣ ନୀତି ଯୋଗୁଁ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ନାଲକୋର ଶ୍ରମିକ ମାରଣ ନୀତି ଯୋଗୁଁ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । 
ଅନୁଗୋଳ, ବଅଁରପାଳ ( ୧୭.୧୧.୨୦୨୦ ):- ନାଲକୋ ଥାନା ନାଲକୋ ସ୍କେଲଟର ପ୍ଲାଣ୍ଟ ମଧ୍ୟରେ ଆଜି ସକାଳ ସମୟରେ ଜଣେ ଠିକା ଶ୍ରମିକ କାର୍ଯ୍ୟରତ ଥିବା ବେଳେ  ସୁରକ୍ଷା ବ୍ୟବସ୍ଥା ଢିଲା କାରଣରୁ ମୃତ୍ୟୁ ବରଣ କରିଥିବା ସୂଚନା  ମିଳୁଅଛି । ସ୍ମେଲଟର ପ୍ଲାଣ୍ଟ ମଧ୍ୟରେ ମା ମଙ୍ଗଳା ଠିକାସଂସ୍ଥା ଦ୍ୱାରା କାର୍ଯ୍ୟରତ ଶ୍ରମିକ ଅକ୍ଷୟ ଦେହୁରୀ ( ୪୭ ) ମୃତ୍ୟୁ ବରଣ କରିଛନ୍ତି । ଅକ୍ଷୟଙ୍କ ଘର ବଅଁରପାଳ ଥାନା ତୁଳସୀପାଳ ଗ୍ରାମରେ ବୋଲି ସୂଚନା ମିଳୁଅଛି । ବାରମ୍ବାର ନାଲକୋ କମ୍ପାନୀର ଖାମଖିଆଲି ଶ୍ରମିକ ମାରଣ ନୀତି ଯୋଗୁଁ ପୂର୍ବରୁ ମଧ୍ୟ ଅନେକ ଶ୍ରମିକ ମୃତ୍ୟୁ ବରଣ କରିଥିବା ସୂଚନା ରହିଅଛି । ଶ୍ରମିକ ସୁରକ୍ଷା ବ୍ୟବସ୍ଥା ପାଇଁ ବାରମ୍ବାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ନାଲକୋ  କମ୍ପାନୀ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଅଛି । ଶ୍ରମିକ ସୁରକ୍ଷା ପାଇଁ ସେଫ୍ଟି ବେଲ୍ଟ, ହେଲମେଣ୍ଟ, ସୁରକ୍ଷା ସାମଗ୍ରୀ ଯୋଗାଇବାରେ ଅବହେଳା କାରଣରୁ ଶ୍ରମିକ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଅଛି । ଆଗାମୀ ଦିନରେ ଏଭଳି ଅବହେଳା ଦେଖା ଦେଲେ ଶ୍ରମିକ ସଂଗଠନ ପକ୍ଷରୁ ନାଲକୋ କମ୍ପାନୀକୁ ସମ୍ପୂର୍ଣ୍ଣ ଅଚଳ କରିଦେବା ନେଇ ଚେତାବନୀ ଦେଇଥିବା ସୂଚନା । ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ମୃତ୍ୟୁ ଶ୍ରମିକ ଙ୍କ ଶବକୁ ପ୍ଲାଣ୍ଟ ମଧ୍ୟରୁ ବାହାରକୁ ଅଣାଯାଇ ନଥିବା ବେଳେ ପ୍ଲାଣ୍ଟ ଗେଟ ସମ୍ମୁଖରେ ଅଞ୍ଚଳବାସୀ କ୍ଷତିପୂରଣ ପାଇଁ ଆନ୍ଦୋଳନ କରିବା ନେଇ ସୂଚନା ମିଳୁଅଛି|
ଅନୁଗୋଳ ରୁ ଶିବାଶିଷ ରାଉତ Cprime odisha

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

ଏହି ବର୍ଷ ମଧ୍ୟ ଭକ୍ତଙ୍କ ବିନା ରଥ ଯାତ୍ରା |