ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର
ତାରିଖ - ୨୦/୧୧/୨୦୨୦(ଶୁକ୍ରବାର)
୧. ଆଗାମୀ ୩ ବର୍ଷରେ ୧ ହଜାର ଏଲ୍‌ଏନ୍‌ଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା – ଧର୍ମେନ୍ଦ୍ର ପ୍ରଧାନ ।

୨. ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ସରକାର, ହିସାବ ଦେଲେ ସୂଚନାକର୍ମୀ ।

୩. ମାସ୍କ ନପିନ୍ଧିଲେ ଏବେ ଦିଲ୍ଲୀରେ ଦବାକୁ ହେବ ୨ ହଜାର ଟଙ୍କା ଜରିମାନା । ଗତ ୨୪ ଘଂଟାରେ ଦିଲ୍ଲୀରେ ୭ହଜାରରୁ ଅଧିକ ସଂକ୍ରମଣର ନୂଆ ରିପୋର୍ଟ ।

୪. ସତ୍ୟସାଇ ହସ୍ପିଟାଲ ସହ ପୁଣି ଏମ୍ଓୟୁ ସ୍ବାକ୍ଷର: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା, ମାଗଣାରେ ଚିକିତ୍ସା ହେବେ ଗରିବ ପିଲା ।

୫. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ୪ଟି ମାମଲା ଦାୟର କରାଯାଇଛି।

୬. ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମାବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା କେତେକ ପ୍ରସ୍ତାବକୁ ବିଜେଡି ସମର୍ଥନ କରିଛି।

୭. ୨୦୨୧ରେ ମହାକାଶ ଯାତ୍ରା କରିବ ମାନବ ବିହୀନ ଗଗନଯାନ । ୨୦୨୨ରେ ମଧ୍ୟ ଇସ୍ରୋ ପଠାଇବ ମାନବ ବିହୀନ ମହାକାଶଯାନ ।

୮. ରଜତ ଶର୍ମା ନ୍ୟୁଜ ବ୍ରଡକାଷ୍ଟର ଆସୋସିଏସନର ପୁଣି ସଭାପତି ନିର୍ବାଚିତ ।

୯. ତାଳଚେର, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ୩ଟି ମେଡିକାଲ କଲେଜର ନିର୍ମାଣ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । 

୧୦. ହେଲମେଟ ନ ପିନ୍ଧିଲେ ୩ ମାସ ପର୍ଯ୍ୟନ୍ତ ଡାଇଭିଂ ଲାଇସେନ୍ସ୍ ବାତିଲ ।

୧୧. ପିଓକେରେ ଭାରତର ଷ୍ଟ୍ରାଇକ ଖବରକୁ ଖଣ୍ଡନ କଲା ସେନା ।

୧୨. ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ କଂପାନିର ୧୦.୦୯% ଅଂଶଧନ ଜରିଆରେ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ।

୧୩. ରାଜ୍ୟରେ ଆଜି ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ।

୧୪. ୩ ମେଡିକାଲ କଲେଜର ନିର୍ମାଣ ଡିସେମ୍ବର ସୁଦ୍ଧା ଶେଷ କର ।

୧୫. କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦକୁ ୧୦ ବର୍ଷ ଜେଲ ।

୧୬. କରୋନାର ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି । ୨୪ ଘଣ୍ଟାରେ ୪୫୫୭୬ ପଜିଟିଭ ।

୧୭. ଦିନିକିଆ ଓ ଟି–୨୦ ରେ ଏକାସଙ୍ଗେ ଖେଳିବେନି ବୁମରା–ସାମି!

୧୮. ୧୫୦ କୋଟି ଟିକା କିଣିବାକୁ ଭାରତର ଆଡ଼ଭାନ୍ସ୍ ବୁକିଂ ।

୧୯. ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଟପିଲା । ୨୪ ଘଣ୍ଟାରେ ୪୬ ପଜିଟିଭ ,  ୬୧ ସୁସ୍ଥ ।

୨୦. ହୋଣ୍ଡା ପକ୍ଷରୁ ହର୍ନେଟ୍ ୨.୦ ଓ ଡିଓର ବଜାର ପ୍ରବେଶ ।

୨୧. ଲଙ୍କା ପ୍ରିମିୟର ଲିଗରୁ ଓହରିଲେ ଗେଲ୍ ।

୨୨. ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାପାଇଁ କେନ୍ଦ୍ରସରକାରଙ୍କୁ ଦାବିପତ୍ର ।

ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ