ଆଜିର ମୁଖ୍ୟ ଖବର

ଆଜିର ମୂଖ୍ୟ ଖବର
ତାରିଖ - ୧୫/୧୧/୨୦୨୦(ରବିବାର)

୧. କରୋନା ମୃତ୍ୟୁ ସଂଖ୍ୟା ୧୫୦୦ ଡେଇଁଲା ।

୨. ନବୀନଙ୍କ ଦୀପାବଳୀ ଶୁଭେଚ୍ଛାରେ କୋଭିଡ଼୍ ସ୍ପର୍ଶ ।

୩. ବିହାରରେ ଏନଡିଏ ବୈଠକ ଆଜି । ନେତା ନିର୍ବାଚନ ହେବ , ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ କେଁ ।

୪. ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ । 

୫. ଲାଗୁ ହେଲା ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ –୨୦୨୦ ।

୬. ବିଳମ୍ବିତ ହେଉଛି ଏକକ ପିଜି ପ୍ରବେଶିକା ଫଳ । ଭବିଷ୍ୟତ ବାଟ ପାଉନାହାନ୍ତି ଛାତ୍ରଛାତ୍ରୀ । ୧୭ ତାରିଖ ପର୍ଯ୍ୟନ୍ତ ସ୍ନାତକ ମାର୍କ ଅପଲୋଡ଼ କରିହେବ , ୨୧ ରେ ପ୍ରକାଶ ପାଇବ ମେଧା ତାଲିକା ।

୭. ଯବାନଙ୍କ ସହିତ ଦୀପାବଳୀ ପାଳିଲେ ମୋଦୀ ।

୮. ଭାରତ ଆକ୍ରମଣରେ ପାକ୍ ଯବାନଙ୍କ ମୃତ୍ୟୁ , ସଂଖ୍ୟା ୧୧ କୁ ବଢିଲା ।

୯. ଅକ୍ଟୋବର ରେ ଅଧିକ ଡିଜେଲ ବିକ୍ରି ।

୧୦. ଚୀନ୍ ଛାଡି ଭାରତ ଆସିବେ ୩୬ କମ୍ପାନୀ । ସରକାରଙ୍କୁ ଦେଇଛନ୍ତି ପ୍ରସ୍ତାବ ।

୧୧. ଅନକ୍ୟାପଡ଼ ଭାରତୀୟ ଏକାଦଶ ।

୧୨. ଭବିଷ୍ୟତକୁ ନେଇ ଉତ୍କଣ୍ଠାରେ ଭାରତୀୟ ମହିଳା କ୍ରିକେଟର ।

୧୩. ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ।

୧୪. ଗଞ୍ଜାମରୁ ୮ ପଜିଟିଭ୍‌ ଚିହ୍ନଟ, କୋଭିଡ୍ ‌ପରୀକ୍ଷା ୬ ଲକ୍ଷ ଛୁଇଁବ ।

୧୫. ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପାଳନ କରାଯାଇଛି। 

୧୬. ଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳୀପୂଜା ଆୟୋଜିତ ।

୧୭. ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଉପରେ ରହିଥିଲା । ଆଜି ୯୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ପାଇଛି । 

୧୮. ଚୀନ କେବେ ଭାବିବି ନଥିବ Donald Trump ଶେଷ ସମୟରେ ଏମିତି ପଦକ୍ଷେପ ନେବେ।

୧୯. ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଗତକାଲି ୧ହଜାର ୫୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୨୪୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 

୨୦. ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ ।

୨୧. ଦୀପାବଳି ପୂର୍ବରୁ ସୀମାରେ ବଡ ଧମାକା । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ ଜବାବ । ରକେଟ ମାଡରେ ଧୂଳିସାତ ହେଲା ପାକ ସେନାର ବଙ୍କର, ୬ରୁ ୭ ସେନା ନିହତ ସୂଚନା ।

୨୨. ରାଜ୍ୟରେ ଆଜି ୧୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨, ୯୬, ୫୧୬କୁ ବୃଦ୍ଧି ପାଇଛି ।

୨୩. କରୋନା କାଳରେ ମହାରାଷ୍ଟ୍ରରେ ସୋମବାର ଠାରୁ ଖୋଲିବ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁ ମାନେ ମନ୍ଦିର, ମସଜିଦ, ଗୀର୍ଜା ଯାଇ ଉପାସନା, ଆରାଧନା ପୂଜାର୍ଚ୍ଚନା କରିପାରିବେ ।

ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ