ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର
ତାରିଖ - ୨୬/୧୧/୨୦୨୦(ଗୁରୁବାର)

୧. ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ;  ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରସ୍ତୁତ କରାଯାଉ ଟାଇମ୍ ଫ୍ରେମ୍ ।

୨. ଜଗାକୁ ଛାଡି ଚାଲିଗଲା କାଳିଆ । ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ।

୩. ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ।

୪. ଡିସେମ୍ବର ପାଇଁ କେନ୍ଦ୍ରର ଗାଇଡ଼୍ ଲାଇନ । ରାତ୍ରିକାଳୀନ କର୍ଫ୍ୟୁ ପାଇଁ ରାଜ୍ୟକୁ କ୍ଷମତା ।

୫. ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ।

୬. ରାଜ୍ୟରେ ପୁଣି ୧୬ ଜଣଙ୍କର କରୋନାରେ ମୃତ୍ୟୁ । ଦିନକରେ ୭୩୦ ଆକ୍ରାନ୍ତ , ୭୨୮ ସୁସ୍ଥ ।

୭. ୯୨ ଲକ୍ଷ ଟପିଲା ଦେଶରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ , ୪୮୧ ମୃତ , ସୁସ୍ଥ ହାର ୯୩.୭୨% , ମୃତ୍ୟୁ ହାର ୧.୪୬% ।

୮. ରାଜଧାନୀରୁ ୩୧ ପଜିଟିଭ୍ , ୫୫ ସୁସ୍ଥ ।

୯. ୧୨୦ ଓଡ଼ିଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ ; ଅଧ୍ୟାପକମାନଙ୍କ ନିଷ୍ଠା ଓ ଚେଷ୍ଟା ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିପାରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ।

୧୦. କ୍ରିକେଟ ଓ ପ୍ରଶଂସକଙ୍କୁ ସୁପର ଫ୍ରାଇଡେର ଅପେକ୍ଷା , ଗୋଟିଏ ଦିନରେ ଖେଳାଯିବ ୩ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ।

୧୧. ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ୍  , କେନ୍ଦ୍ରକୁ ଚିଠି ଲେଖିଲେ ମୂଖ୍ୟ ସଚିବ ।

୧୨. ସୀମା ବିବାଦର ହେବ ଆପୋଷ ସମାଧାନ , ବିଧାନସଭାରେ କୋଟିଆ ତାତି ।

୧୩. ଦେଶରେ ନୂଆ ସଂକ୍ରମଣ ୪୪ , ୩୭୬ ।

୧୪. ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ । ଏକାଠି ମିଶି ଖେଳର ଉନ୍ନତି ପାଇଁ କାମ କରିବା । 

୧୫. ଓଡ଼ିଶାରେ ନିଭାର ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସ୍ପଷ୍ଟ କରିଛନ୍ତି ।

୧୬. ଚାଲିଗଲେ 'ଫୁଟବଲ ର ଭଗବାନ'। ୬୦ ବର୍ଷ ବୟସରେ ମାରାଡୋନାଙ୍କ ପରଲୋକ ।
ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ