ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର
ତାରିଖ  ୦୨/୧୨/୨୦, ବୁଧବାର

➡️୧-ସରିଲା ୧୦ ଦିନିଆ ପୂର୍ବାଞ୍ଚଳ ପ୍ରି-ରିପବ୍ଲିକ ଡେ’ କ୍ୟାମ୍ପ, ନୂଆଦିଲ୍ଲୀ ପରେଡ ପାଇଁ ୪୦ ମନୋନୀତ ।

➡️୨-୫-ଟିରେ ଓଏମ୍‌ସିର ୨ ଅନ୍‌ଲାଇନ୍‌ ସେବା: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ।

➡️୩-ସେରମ୍ ଇନଷ୍ଟିଚ୍ୟୁଟର ବଡ଼ ଦାବି । କୋଭିସିଲ୍ଡ ଟୀକା ସୁରକ୍ଷିତ ଏବଂ ପ୍ରତିରୋଧକଶକ୍ତି ଯୁକ୍ତ ।

➡️୪-ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ପୁଲିସ ଅଧିକାରୀମାନେ ମାନୁଆଲ ଚାଲାଣ ବଦଳରେ ଇ-ଚାଲାଣ ଦେବେ, ଆଉ ଚାଳିବନି ମାନୁଆଲ ବିଲ ।

➡️୫-ଚାଇନିଜ୍ ଓ ଋଷୀୟ ଭାଷାରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ କାହାଣୀ । ଦେଶର ୧୦ ଜଣ ଲେଖକଙ୍କ କୃତି ମଧ୍ୟରେ ସ୍ଥାନ ପାଇଲା ମନୋଜ ଦାସଙ୍କ କାଳଜୟୀ କୃତି ।

➡️୬-ନଭେମ୍ବର ୨୦୨୦ରେ ମୋଟ ୧, ୦୪, ୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ- ପୂର୍ବବର୍ଷ ଏହି ଅବଧି ତୁଳନାରେ ଜିଏସଟି ସଂଗ୍ରହ ୧.୪% ବୃଦ୍ଧି ।

➡️୭-ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

➡️୮-ଭାରତ ମହାସାଗରରେ ଚୀନ ଗୁଇନ୍ଦା ଜାହାଜ ଓ ଯୁଦ୍ଧ ଜାହାଜର ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଏଥିସହିତ ମାଛଧରିବା ଆଳରେ ମଧ୍ୟ ବହୁ ସଂଖ୍ୟକ ଜାହାଜ ଭାରତ ମହାସାଗରରେ ବିଚରଣ କରୁଥିବା ଲକ୍ଷ୍ୟ କରାଯାଉଛି।

➡️୯-ବୈଜ୍ଞାନିକ ମାନଙ୍କର ନୂଆ ଉଦ୍ଭାବନ : ମଙ୍ଗଳ ଗ୍ରହରେ ଅକ୍ସିଜେନ ଓ ଇନ୍ଧନ ସମସ୍ୟା ହେବ ଦୂର ।୨୦୩୩ ରେ ମଙ୍ଗଳାକୁ ଯାଉଥିବା ମହାକାଶ ଚାରି ମାନଙ୍କ ପାଇଁ ଏଠାକାର ପାଣି ବ୍ୟବହାର କରିବା ଅସୁବିଧା ଜନକ ହୋଇପାରେ ।

➡️୧୦-ବାହାରିଲାନି ନିଷ୍କର୍ଷ, ବିକ୍ଷୋଭ ଜାରି ରଖିଲେ ଚାଷୀ: ଦିଲ୍ଲୀରେ ଆନ୍ଦୋଳନରତ ଅନ୍ନଦାତାଙ୍କ ସହ ସରକାରଙ୍କ ଆଲୋଚନା ଫେଲ; କାଲି ବସିବ ଚତୁର୍ଥ ରାଉଣ୍ଡ ବୈଠକ ।

➡️୧୧-ବିଦ୍ୟୁତ୍‌ ବିଭାଗ ଉପରେ ବିଏମ୍‌ସିର ଲଗାମ, ଆବଶ୍ୟକତାଠାରୁ ଅଧିକ ଗଛ କାଟିବା ମନା ।

➡️୧୨-ଆଜି ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ନିଜ ସମ୍ମାନ ପାଇଁ ଲଢ଼ିବ ଭାରତ : ଅଷ୍ଟ୍ରେଲିଆଠାରୁ ପ୍ରଥମ ଦୁଇଟି ଦିନିକିଆରେ ପରାସ୍ତ ହେବା ପରେ ଭ୍ରମଣକାରୀ ଭାରତ ତୃତୀୟ ମ୍ୟାଚ୍‌ ଜିତି ସିରିଜ ହ୍ବାଇଟ୍‌ଓ୍ବାଶ୍‌କୁ ଏଡେଇବାକୁ ପ୍ରୟାସ କରିବ।

ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ