ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର
ତାରିଖ  ୧୧/୧୨/୨୦, ଶୁକ୍ରବାର

➡️୧-ଫାଇଜର ଟିକା ବ୍ୟବହାର ପାଇଁ ମିଳିଲା ଅନୁମତି, ଫାଇଜର ଟିକାର ବ୍ୟବହାର ପାଇଁ ଆମେରିକା ପକ୍ଷରୁ ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆମେରିକାର ଏକ ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେଇଛନ୍ତି।

➡️୨-ଇଞ୍ଜନିୟରିଂ ଓ ଆରକିଟେକଚର ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍‌ ଏଣିକି ବର୍ଷକୁ ୪ଥର ହେବ। ଆସନ୍ତା ବର୍ଷ ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

➡️୩-ହରିୟାଣାରେ ଆସନ୍ତା ୧୪ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ପିଲାଙ୍କୁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ସ୍କୁଲ ଚାଲିବ ।

➡️୪-ବଦଳିବ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ରୂପରେଖ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଂଗ୍ରହାଳୟ ପକ୍ଷରୁ ଦୁଇଟି ନୂଆ ଗ୍ୟାଲେରୀ ଖୋଲିବାକୁ ଯୋଜନା କରାଯାଉଛି।

➡️୫-ଖୁବଶୀଘ୍ର ଆଧାର କାର୍ଡ ପରି ଭୋଟର ଫଟୋ ପରିଚୟ ପତ୍ର (ଇପିଆଇସି) ଡିଜିଟାଲ ରୂପ ନେବାକୁ ଯାଉଛି। ଡିଜିଟାଲ ରୂପ ନେବା ପରେ ଭୋଟର ନିଜର ପରିଚୟପତ୍ରକୁ ଅନଲାଇନ ରୁ ଡାଉନଲୋଡ କରିପାରିବେ।

➡️୬-ବିଗୁଡୁଛି ଅନଶନରେ ବସିଥିବା ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା : ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।

➡️୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି । ୨ ବର୍ଷରେ ସରିବ ନିର୍ମାଣ କାର୍ଯ୍ୟ ।

➡️୮-ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ଟର୍ମିନାଲ ଉନ୍ନତୀକରଣ କାମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ, ୧୮ ମାସରେ କାମ ଶେଷ ହେବ ।

➡️୯-୨୧ ସ୍ପେଶାଲ ଟ୍ରେନ୍‌ର ସମୟ ପରିବର୍ତ୍ତନ,ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ପରିଚାଳନାକୁ ସହଜ କରିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

➡️୧୦-ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଆ ସାହିତ୍ୟର ୯ଟି ବିଭାଗରେ ୧୦ଜଣ ଲେଖାଏ ସାହିତ୍ୟ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। 

➡️୧୧-ଗତ ୫ ସେସନ ଧରି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ବୃଦ୍ଧି ହୋଇଛି। ହେଲେ ଗତକାଲି ସେନସେକ୍ସ ୧୪୪ ପଏଣ୍ଟ ହ୍ରାସ ହୋଇଛି। 

➡️୧୨-ଫେବୃଆରୀ ୫ରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌, ମାର୍ଚ୍ଚ ୨୮ରେ ଶେଷ ଦିନିକିଆ ।

ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ