ବ୍ରହ୍ମପୁରରେ ବଡ଼ ଧରଣର ଡକାୟତି

ବ୍ରହ୍ମପୁରରେ ବଡ଼ ଧରଣର ଡକାୟତି

ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଥିବା ଏକ ସୁନା ଦୋକାନରୁ ୪ଶହ ଗ୍ରାମ ଓଜନର ସୁନା ଅଳଙ୍କାର ସହ ୧ ଲକ୍ଷ ୪୦ହଜାର ଟଙ୍କା ଚୋରି ହୋଇଥିବାର ଅଭିଯୋଗ ହୋଇଛି।

ବଡ଼ ବଜାର ଥାନା ଅଞ୍ଚଳରେ ଥିବା କେଶବ ଜୁଏଲାରିର ମାଲିକ ପି ସତ୍ୟନାରାୟଣ ସେନାପତି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳ ୧୦ଟାରେ ଦୋକାନ ଖୋଲିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଡ୍ରରେ ଥିବା ୧ ଲକ୍ଷ ୧ ଲକ୍ଷ ୪୦ହଜାର ଟଙ୍କା ଚୋରି ହୋଇଯାଇଛି। ଏହାଛଡ଼ା ମରାମତି ଲାଗି ଆସିଥିବା ୪ଶହ ଗ୍ରାମ ଓଜନର ସୁନା ଅଳଙ୍କାର ମଧ୍ୟ ଚୋରି ହୋଇଛି। ତେବେ ଲକରରେ ଥିବା ସୁନା ଅଳଙ୍କାର ସୁରକ୍ଷିତ ରହିଥିବା ଦେଖିବା ସହ ଚୋରମାନେ ଲକର୍ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେବାରୁ ସେଥିରେ ଥିବା ସୁନା ଲୁଟିବାରେ ଅସଫଳ ହୋଇଥିବା ଜାଣିବାକୁ ପାଇଥିଲେ।

ଏସଂପର୍କରେ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ

କରୋନାରୁ ରକ୍ଷା ପାଇବାକୁ ହେଲେ ଆତ୍ମସମର୍ପଣ କର, ଏସ ପି