ଅବହେଳିତ ଜୟଦେବ ପୀଠ
ଅବହେଳିତ ଜୟଦେବ ପୀଠ
ଭୁବନେଶ୍ୱର ନିକଟରେ ଥିବା କେନ୍ଦୁଲି ଗ୍ରାମରେ କବି ଜୟଦେବଙ୍କ ଗ୍ରାମରେ ରହିଛି ପ୍ରସିଦ୍ଧ ଜୟଦେବ ପୀଠ । ଦିନେ ପର୍ଯ୍ୟଟନ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ସ୍ଥାନ ବହନ କରୁଥିବା ଏହି ପୀଠ ଏବେ ଧୂଳିସାତ ହେବାକୁ ବସିଛି । ଦିନ ଥିଲା ଏହି ସ୍ଥାନରେ ଅସଂଖ୍ୟ ପର୍ଯ୍ୟଟକ ପ୍ରତି ଦିନ ଆସୁଥିଲେ, କିନ୍ତୁ ଫନି ବାତ୍ୟା ଉଜାଡ଼ି ଦେଇଥିଲା ସମଗ୍ର ପୀଠର ସୌନ୍ଦର୍ଯ୍ୟ । କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ବାରମ୍ବାର ଏହି ସ୍ଥାନକୁ ସଫା କରାଯାଇଥିଲେ ମଧ୍ୟ ଏହାର ପୂର୍ବ ରୂପ ଫେରିବା କଷ୍ଟସାଧ୍ୟ । ଦୁଃଖର ବିଷୟ କି ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇନାହିଁ। ଏହାର ପୁନଃ ନବୀକରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
Comments
Post a Comment