ମାଲକାନଗିରି ଜିଲ୍ଲାରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆରମ୍ଭ

ମାଲକାନଗିରି ଜିଲ୍ଲାରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆରମ୍ଭ

ଗତ ୧୧.୧୨.୨୦୨୦ ରିଖ ଠାରୁ କ୍ରିକେଟ ର ଉନ୍ନତି ନିମନ୍ତେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକ ରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଓଡିଶା କ୍ରିକେଟ ଆସୋସିଏସନ କଟକରୁ ଆସିଥିବା ପ୍ରଶିକ୍ଷକ ବ୍ରହ୍ମାନନ୍ଦ ବେହେରାଙ୍କ ଜ୍ଞାନ କୌଶଳରେ ଜିଲ୍ଲାର ବିଭିନ୍ନ ବର୍ଗର ଖେଳାଳୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଜିଲ୍ଲା କ୍ରିକେଟ ସଂଘ ଦ୍ବାରା ଅନୁବନ୍ଧିତ  କ୍ରିକେଟ କ୍ଲବ ଗୁଡିକ ଯଥା ମାଲକାନଗିରି ସଦରମହକୁମା ର ୨ ଟି, ପଡ଼ିଆ, କାଲିମେଳା, ଚିତ୍ରକୋଣ୍ଡା, ବାଲିମେଳା ଓ ମାଥିଲି ଏଭଳି ୭ଟି କ୍ଲବ କୁ ନେଇ ପ୍ରତି ବ୍ଲକ ରେ ୩ ଦିନ ଲେଖାଏଁ ମାଗଣାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଜିଲ୍ଲା କ୍ରିକେଟ ଆସୋସିଏସନ ର ସଂପାଦକ ହୃଦାନନ୍ଦ ସାହୁଙ୍କ ସହ ସାକ୍ଷାତକାରରେ ସେ କହିଲେ ଯେ ଜିଲ୍ଲାରେ ବହୁ ପ୍ରତିଭା ଲୁକ୍କାୟିତ ଭାବେ ରହିଛି।  ସେମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ କ୍ରିକେଟର ଜ୍ଞାନ ଦିଆଯିବ ଓ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ଚୟନ କରି ବିଭିନ୍ନ କ୍ରିକେଟ ପ୍ରତିଯୋଗିତା କୁ ପଠାଯିବ। ଏହି ଶିବିରକୁ ଜିଲ୍ଲା କ୍ରିକେଟ ଆସୋସିଏସନ ର ସଭାପତି ମହମ୍ମଦ ଫାରୁକ୍, ଶକଂର କ୍ଷିତି ଯୁଗ୍ମ ସଂପାଦକ, ସତବୀର ସିଂ କୋଷାଧ୍ୟକ୍ଷ, ଉପସଭାପତି ରାଜକମଳ ପୁରୋହିତ, ବରିଷ୍ଠ ଖେଳାଳୀ ତଥା ପରାମର୍ଶ ଦାତା ଏସ.ପ୍ରଶାଦ୍ ରାଓ କଂ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଛି। ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ଓ ସ୍ବାଭିମାନ ଅଚଂଳରେ ଆୟୋଜନ କରାଯାଇଥିବାରୁ ଏଭଳି ପଦକ୍ଷେପ କୁ ଜିଲ୍ଲାର ଖେଳାଳି, ପୂର୍ବତନ ବରିଷ୍ଠ ଖେଳାଳୀ ମାନେ ଓ ଖେଳ ପ୍ରେମୀଗୁଣିଜନ ମାନେ ଭୂରି ଭୂରି ପ୍ରଶଂସା କରୁଛନ୍ତି ସଂପାଦକ ହୃଦାନନ୍ଦ ସାହୁ ଓ ସଭାପତି ମଃ.ଫାରୁକ୍ କଂ ଦାୟୀତ୍ବ ପୃର୍ଣ ପଦକ୍ଷେପ କୁ।

ରିପୋର୍ଟ
ଶଙ୍କର ଖିତି
ମାଲକାନଗିରି

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ