ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର
ତାରିଖ  ୦୪/୧୨/୨୦, ଶୁକ୍ରବାର

➡️୧-ଆଜି ପାଳନ କରାଯାଉଛି ଭାରତୀୟ ନୌସେନା ଦିବସ : ୧୯୭୧ ମସିହା ଆଜିର ଦିନରେ କରାଚି ହାରବର ଉପରେ ହୋଇଥିଲା ଆକ୍ରମଣ ।

➡️୨-‌ମୈନପୁରୀରୁ ଜଣେ ୮୫ ବର୍ଷୀୟା ବୃଦ୍ଧା ବିତ୍ତନ ଦେବୀ ତାଙ୍କର ସମସ୍ତ ଜମିବାଡ଼ି ଏବଂ ସମ୍ପତ୍ତିକୁ ମୋଦୀଙ୍କ ନାମରେ କରିଦେବାକୁ ଚାହିଛନ୍ତି। ପୁଅ ବୋହୁ ନପଚାରିବାରୁ ବୃଦ୍ଧା ଜଣଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି।

➡️୩-କ୍ଲାସରୁମ୍‌ରେ ହେବ ମାଟ୍ରିକ୍ ଏବଂ ପ୍ଲସ୍‌ ଟୁ ପରୀକ୍ଷା- ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ।

➡️୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନ୍‌ଫରେନ୍‌ସିଂ ଜରିଆରେହୀ ଉଦଘାଟନ । ରାକୁଦରେ ହେବ କେଜ୍‌ କଲ୍‌ଚର ମାଛ ଚାଷ, ମତ୍ସ୍ୟ ବିଭାଗର ୧୫ଟି ସେବା ହେଲା ଅନଲାଇନ ।

➡️୫-ରାଜ୍ୟରେ ଆସନ୍ତା ୧୦ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ତଳକୁ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

➡️୬-ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ବର ଆଇଆଇଟିର ସଫଳତା, ୭ ଛାତ୍ରଛାତ୍ରୀଙ୍କୁ ୪୫ ଲକ୍ଷରେ ନିଯୁକ୍ତି ।

➡️୭-ଲଭ୍‌ ଜିହାଦ ଆଇନକୁ ବିରୋଧ; ସୁପ୍ରିମକୋର୍ଟରେ ୨ ମାମଲା, ଉତ୍ତର ପ୍ରଦେଶରେ ପ୍ରଥମ ଗିରଫଦାରୀ ।

➡️୮-ରାଜନୈତିକ କ୍ୟାରିୟରକୁ ନେଇ ସୁପରଷ୍ଟାର ରଜନୀକାନ୍ତର ଘୋଷଣା । ଜାନୁଆରୀରେ ନୂଆ ରାଜନୈତିକ ଦଳ କରିବେ ଲଞ୍ଚ । ଡିସେମ୍ବର ୩୧ରେ ହେବ ବିଧିବଦ୍ଧ ଘୋଷଣା ।

➡️୯-ନୌସେନା ଦିବସ ପୂର୍ବରୁ ଆଡ୍‌ମିରାଲ୍‌ କରମବୀରଙ୍କ ଦୃଢ଼ୋକ୍ତି, କହିଲେ- ଚୀନ୍‌ ଓ କରୋନା ବିରୋଧରେ ଲଢ଼ିବାକୁ ନେଭି ପ୍ରସ୍ତୁତ ।

➡️୧୦-ପ୍ରସିଦ୍ଧ ପତ୍ରିକା ଟାଇମ ମ୍ୟାଗାଜିନ୍‌ର କିଡ୍‌ ଅଫ ଦି ଇୟର ହେଲେ ଭାରତୀୟ ବଶଂଦ୍ଭୋବ ଆମେରିକା ନାଗରିକ ୧୫ ବର୍ଷୀୟ ଗୀତାଞ୍ଜଳି ରାଓ ।

➡️୧୧-ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଦିଆଯିବ କରୋନା ଟିକା । ଭାରତକୁ ଫାଇଜର ଟିକା ଯୋଗାଇ ଦେବା ପାଇଁ ଚାଲିଛି କଥାବାର୍ତ୍ତା ।

➡️୧୨-ଆଜିଠାରୁ କାନବେରା: ହାଇସ୍କୋରିଂ ଦିନିକିଆ ଶୃଙ୍ଖଳା ପରେ ଶୁକ୍ରବାରଠାରୁ ଟ୍ବେଣ୍ଟି-୨୦ ଟକ୍କରରେ ଅବତୀର୍ଣ୍ଣ ହେବେ ଭାରତ-ଅଷ୍ଟ୍ରେଲିଆ।

ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ