କାଲି ଠାରୁ କରୋନା ଡ୍ରାଏ ରନ

କାଲି ଠାରୁ କରୋନା ଡ୍ରାଏ ରନ

ଆସନ୍ତାକାଲି ଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ । ଟିକାର ଡ୍ରାଏ ରନ୍ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏନେଇ ଡିଏମ୍ଇଟି ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣିଆ ଟିମ୍ ଉପସ୍ଥିତ ରହିବେ । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ କୋଭିଡ୍ ଟିକାର ଡ୍ରାଏ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ