ଆଜିର ମୁଖ୍ୟ ଖବର

ସଂକ୍ଷେପରେ ମୁଖ୍ୟ ଖବର
                

✍🏽ଖୁସି ଖବର ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯରେ ଏଯାବତ୍ ୩,୧୫,୮୪୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।

 ✍🏽ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ ମ୍ୟାଚ୍‌। ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଭାରତ। ଏହା ସହ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ।ଅଷ୍ଟ୍ରେଲିଆ ୧୯୪/୫, ଭାରତ ୧୯୫/୪*

 ✍🏽Pfizerଙ୍କ ଟିକା ସୁରକ୍ଷିତ ଘୋଷଣା ପରେ ଇତିହାସର ସବୁଠୁ ବଡ ଟିକାକରଣ ଲାଗି ଆରମ୍ଭ ହେଲା ବ୍ରିଟେନର ପ୍ରସ୍ତୁତି*

 ✍🏽ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଗତ ୧୧ ମାସ ମଧ୍ୟରେ ବଡ଼ ସଫଳତା ମିଳିଛି।୨୧୧ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।୪୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

 ✍🏽ଟିଭି ଓ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କ ୮୩ ବର୍ଷ ବୟସରେ ପରଲୋକ। ଗତ କିଛି ଦିନ ଧରି ହୃଦରୋଗରେ ପୀଡିତ ଥିଲେ।

 ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ୩୧ ପଜିଟିଭ୍ ଚିହ୍ନଟ । ସେପଟେ ସୁସ୍ଥ ହେଲେ ଆଉ ୪୦ ଜଣ*

 ✍🏽ବୈଜ୍ଞାନିକଙ୍କ ଦାବି, ୨୪ ଘଣ୍ଟା ଭିତରେ Molnupiravir ରେ ଠିକ୍ ହୋଇଯିବେ କରୋନା ରୋଗୀ...*

 ✍🏽ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର କମ୍ପାନୀ : ଡିସିଜିଆଇକୁ କଲା ଆବେଦନ*

✍🏽ନୀଳାଚଳ ଇସ୍ପାତ କର୍ମଚାରୀଙ୍କୁ ମିଳିଲା ୨୦ କୋଟି ଟଙ୍କା: ଜୀବିକା ହରାଇଥିବା ୧୬୪ ଜଣ କର୍ମଚାରୀଙ୍କୁ ଛତିଶଗଡର ନୂଆ ଇସ୍ପାତ କାରଖାନାରୁ ମିଳିଲା ନିଯୁକ୍ତି*

 ✍🏽ନିର୍ମାଣ ହେବ ଗଣତନ୍ତ୍ରର ନୂଆ ମନ୍ଦିର: ୬ ହଜାର ୫ ଶହ ବର୍ଗମିଟରରେ ଖର୍ଚ୍ଚ ହେବ ୯ ଶହ ୭୧ କୋଟି ଟଙ୍କା; ସାସଂଦଙ୍କୁ ମିଳିବ ଡିଜିଟାଲ ସୁବିଧା*

 ✍🏽ରାଜ୍ୟର ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍‌ସିଅସ ତଳେ, ୭.୬ ଡିଗ୍ରୀ ସହ ସୋନପୁର ଆଜି ରାଜ୍ୟର ଥଣ୍ଡା ସହର*

 ✍🏽ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ।

✍🏽ଚାଷୀଙ୍କ ୮ ଡିସେମ୍ବର ‘ଭାରତ ବନ୍ଦ’ ଆହ୍ୱାନକୁ ୧୦ ଟ୍ରେଡ୍ ୟୁନିୟନଙ୍କ ସମର୍ଥନ, ହେବ ଚକ୍କା ଜାମ୍।

✍🏽ରାଜଧାନୀ ଅଳିଆରୁ ବାୟୋଗ୍ଯାସ୍, ବାହାର କରିବ ଗେଲ ଇଣ୍ଡିଆ,ଖୁଣ୍ଟୁଣୀରେ ହେବ ପ୍ଲାଣ୍ଟ।

✍🏽ଭୁବନେଶ୍ୱର:ନେତାଙ୍କୁ ଫୋନ୍ କଲ୍ ଡର, ମନ୍ତ୍ରୀ, ବିଧାୟକ ଓ ଅଫିସର ସଭିଙ୍କୁ ଘାରିଛି ଡର।କୋର୍ଡ ଓ୍ବାର୍ଡରେ ଚାଲିଛି କଥାବାର୍ତ୍ତା।

✍🏽ରାଜ୍ୟରେ ହ୍ରାସ ପାଉଛି କରୋନା ଗ୍ରାଫ୍‌: ଦ୍ବିତୀୟ ଲହରି ଆଶଙ୍କା ନାହିଁ, ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ: ଡାକ୍ତର ଜୟନ୍ତ ପଣ୍ଡା।।

✍🏽ଗଜପତି: ପୁଣି ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ, ୧୮ କୋଟିର ଗଞ୍ଜେଇ ଚାଷ ନଷ୍ଟ।

✍🏽ନୟାଗଡ଼:ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ବାବୁଲି ନାୟକକୁ ମାରାଥନ ଜେରା।

✍🏽ଘରୋଇ ବସ୍ କୁ ଟକ୍କର ଦେବ OSRTC : ରାଜ୍ୟରେ ଗଡିବ ସରକାରୀ ଭଲ୍‌ଭୋ।

✍🏽ଏଣିକି ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ କରିପାରିବେନି ବ୍ୟବସାୟ ଓ ନେଇପାରିବେନି ଚାନ୍ଦା।
 
✍🏽ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କୁ ’ଏସିଆନ୍ ଅଫ୍ ଦି ଇୟର’ ସମ୍ମାନ। 

✍🏽ଋଷରେ ଆରମ୍ଭ ହେଲା କରୋନା ଟୀକାକରଣ, ୭୦ଟି କ୍ଲିନିକରେ ଦିଆଯାଉଛି ସ୍ପୁଟ୍ନିକ ଟିକା।

 ✍🏽ଫାଇଜର ଟିକାର ସଂରକ୍ଷଣ ପାଇଁ ମାଇନସ୍ ୭୦ ଡିଗ୍ରୀ ପାରଦ ଆବଶ୍ୟକ ହେଉଥିବାରୁ ଶୀତଳୀକରଣ ବ୍ୟବସ୍ଥା ନିର୍ମାଣ କରିବା ମଧ୍ୟ ଭାରତ ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହେଉଛି।

 ✍🏽କଂଗ୍ରେସ ବିରେ।ଧରେ ବିଶେ।ଦକାର କଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ କହିଛନ୍ତି ଯେ, ଯଦି ସେ ପୂର୍ବରୁ ବିଜେପି ସହ ବନ୍ଧୁତା କରିଥାଆନ୍ତେ ତେବେ ବର୍ତମାନ ସମୟରେ ବି ସେ ମୁଖ୍ୟମନ୍ତ୍ରୀ ପଦରେ ହିଁ ରହିଥାଆନ୍ତେ।

 ✍🏽ବ୍ରହ୍ମପୁରରେ କାର୍‌ରୁ ସୁନା ଓ ରୂପା ଜବତ ଘଟଣା, ୨୩ ଲକ୍ଷ ୨୨ ହଜାର ଟଙ୍କା ଜୋରିମାନା ଦେଲେ ୩ ଅଟକ ବ୍ୟକ୍ତି, ଜିଏସଟି ଫାଙ୍କି ଚାଲାଣ ହେଉଥିଲା!

 ✍🏽ଟୀକା ନେବା ପରେ ମଧ୍ୟ କିପରି କରୋନା ପଜିଟିଭ୍ ହେଲେ ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍? ନିଜ ମୁହଁରେ କହିଲେ ଏମିତି କଥା...*

 ✍🏽୨ ବର୍ଷର ସର୍ବୋଚ୍ଚ ସ୍ତରରେ ତେଲ ଦର: ଲଗାତାର ବଢୁଛି ପେଟ୍ରୋଲ ଓ ଡିଜେଲ ଦର; ରାଜଧାନୀରେ ଡିଜେଲ ଟପିଲା ୮୦, ପେଟ୍ରୋଲ ହେଲା ୮୪ ଟଙ୍କା!

 ✍🏽ଜାତୀୟ ରାଜପଥରୁ ୨୦ଟି ଗୋରୁଚାଲାଣ ଗାଡି ଜବତ,୩୦୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର:ବାଲେଶ୍ବର।

 ✍🏽ୟୁପି ଉନ୍ନାଓରେ ଏଡସ୍ ରୋଗୀଙ୍କ ସଂଖ୍ୟା ବଢ଼ିଛି ବୋଲି ଆଇସିଏମଆର ରିପୋର୍ଟରୁ ଜଣାପଡ଼ିଛି।

 ✍🏽ମେଡିକାଲ କାଉନସେଲିଂ କମିଟିର ନିଷ୍ପତ୍ତି ପରେ MBBS ଓ BDS ପାଇଁ OJEEର କାଉନସେଲିଂ ତାରିଖ ପରିବର୍ତ୍ତନ ।

 ✍🏽ବେପରୁଆ ଗାଡି ଚାଳକଙ୍କୁ ଆଉ ମିଳିବନି ନିସ୍ତାର: ଜାନୁଆରୀରୁ ପୁଣି କଡାକଡି ହେବ ହେଲମେଟ୍ ଚେକିଂ; ଦ୍ରୁତ ଗାଡି ଚାଳନା, ରେଡ୍ ଲାଇଟ୍ ଡେଇଁଲେ ୩ ମାସ ଡିଏଲ ସସପେଣ୍ଡ୍*

 ✍🏽ଗରିବ ମାନଙ୍କୁ କରୋନା ଟିକା ଦେବାକୁ ଧନୀକ ଶ୍ରେଣୀ ଉପରେ ଅଧିକ କର ଲଗାଇଲା ଆର୍ଜେଣ୍ଟିନା  । ଏଭଳି ପ୍ରସ୍ତାବ ଉପରେ ମୋହର ଲଗାଇଛି ଆର୍ଜେଣ୍ଟିନା ସିନେଟ୍*

 ✍🏽ମ୍ୟାଚୁରିଟି ପରେ ବି ଟଙ୍କା ଦେଉନାହିଁ ସାହାରା, ଅଫିସରେ ପଶି ଭଙ୍ଗାରୁଜା କଲେ ଅସନ୍ତୁଷ୍ଟ ଗ୍ରାହକ*

 ✍🏽ଢେଙ୍କାନାଳ: ଗତରାତିରେ ଶିକାର ପାଇଁ ବୁଲୁଥିବା ୫ ଜଣ ଶିକାରୀଙ୍କୁ ବନ ବିଭାଗ କର୍ମଚାରୀମାନେ କପିଳାସ ସଂରକ୍ଷିତ ଜଙ୍ଗଲର ୭ ନମ୍ବର କମ୍ପାର୍ଟମେଣ୍ଟ୍‌ରୁ ଧରିବା ପରେ ଆଜି ଗିରଫ କରିଛନ୍ତି*

 ✍🏽ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ, ବିଧାୟକଙ୍କୁ କିଣିବା ପ୍ରସଙ୍ଗରେ କ୍ଷମା ନ ମାଗିଥିବାରୁ ପଠାଇବ ନୋଟିସ*

 ✍🏽ନକଲି ବ୍ୟବସାୟ ରୋକିବା ଲାଗି ଅଣ୍ଟା ଭିଡ଼ିଲା ମାଲଗୋଦାମ ବ୍ୟବସାୟୀ ସଂଘ। ଏଣିକି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ସମସ୍ତ ପ୍ରତିଷ୍ଠାନ ଗୁଡିକରେ ତଦାରଖ କରିବେ।

 ✍🏽ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରେଲ୍‌ୱେ ଟ୍ରାକ୍‌ରୁ ମିଳିଛି।ଟ୍ରେନ୍‌ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବ* ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି!

 ✍🏽ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଆହତ ଯୋଗୁଁ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡିଲେ ଜାଡେଜା । ସାର୍ଦ୍ଦୁଲ ଠାକୁର ଦଳରେ ସାମିଲ!

 ✍🏽ତେବେ ଅଭିବୃଦ୍ଧି ହାର ୭.୫ ପ୍ରତିଶତରେ ସ୍ଥିର ରହିବା ଏକ ଶୁଭ ସୂଚନା ବୋଲି କହିଛନ୍ତି ସୀତାରମଣ।

 ✍🏽ଆକାଶ ପାଠକଙ୍କୁ ନେଇ ଟାଟା ମୋଟର୍ସର ସ୍ପଷ୍ଟୀକରଣ। କହିଲା, ଆକାଶ କେବେବି ଆମ କର୍ମଚାରୀ ନଥିଲେ। ସ୍କାଏ କିଙ୍ଗ ସଂସ୍ଥା ସହ ଆମର କୌଣସି କାରବାର ନାହିଁ।

 ✍🏽ନୂଆଦିଲ୍ଲୀ: ବିବାହ ଉତ୍ସବରେ ଲୁଟ୍‌ପାଟ କରୁଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଏହି ଗ୍ୟାଙ୍ଗର ନା ହେଲା ବ୍ୟାଣ୍ଡ୍‌ ବାଜା ବାରାତ। ୭ ଜଣିଆ ଏହି ଗ୍ୟାଙ୍ଗରେ ଦୁଇଜଣ ନାବାଳକ ମଧ୍ୟ ଅଛନ୍ତି।

 ✍🏽ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ରମେଶ ଜେନାଙ୍କ ଆରୋପ: କହିଲେ ବେଆଇନ୍ ଭାବେ ଶହ ଶହ ଏକର ଜମି କରିଛନ୍ତି ଠୁଳ; ମଦ ମାଫିଆଙ୍କ ସହ ଲିଙ୍କ୍ ନେଇ ମଧ୍ୟ ଦାବି କଲେ ତଦନ୍ତ!

 ✍🏽ପ୍ରଦୀପଙ୍କ ସମେତ ୩ ଜଣଙ୍କ ଭାଗିଦାରୀରେ ଉତ୍ତରାଖଣ୍ଡଠାରେ ଏକ ପାୱାର ପ୍ଲାଣ୍ଟ ରହିଥିବା ଆମେ ଜାଣିବାକୁ ପାଇଥିଲୁ। ସରକାର ଏହାର ମଧ୍ୟ ତଦନ୍ତ କରନ୍ତୁ।

 ✍🏽କେନ୍ଦ୍ର ସରକାର ବିଭିନ୍ନ ଅନଲାଇନ ଗେମ ଆପର ଠକେଇ ମାମଲା ସାମ୍ନାକୁ ଆସିବା ପାରେ ଏହାକୁ ରୋକିବା ପାଇଁ କାର୍ଯ୍ୟର୍ନୁଷ୍ଠାନ ନେଇଛନ୍ତି ।

 ✍🏽କରୋନା କଟକଣା ନ ମାନିବାରୁ କିମ୍ ଜଙ୍ଗଙ୍କ କଡା ପଦକ୍ଷେପ।ତାଙ୍କୁ ଗୁଳି କରି ମାରିଦିଆଯିବା କଥା ସାମ୍ନାକୁ ଆସିଛି ।

 ✍🏽ବ୍ରଜରାଜନଗର: ଜଣେ ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

 ✍🏽ଭାରତ ବନ୍ଦକୁ ସମର୍ଥନ କରିବ ନବ ନିର୍ମାଣ କୃଷକ ସଂଗଠନ। ଆସନ୍ତା ୮ ତାରିଖରେ ହେବ ଭାରତ ବନ୍ଦ। ବିଭିନ୍ନ ସ୍ଥାନରେ ବିକ୍ଷୋଭ ସହ ପିକେଟିଂ କରିବ ସଂଗଠନ।

 ✍🏽ଗଞ୍ଜାମ:କେ ନୂଆଗାଁ ଅଂଚଳରେ ୨୨ ବର୍ଷୀୟ ଦଳିତ ସମ୍ପ୍ରଦାୟର ଝିଅର ହତ୍ୟା ଘଟଣା ନେଇ ଏବେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ।

 ✍🏽ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପୁତୁରା ବୋହୂ ରଂଜିତା ଦାସ କହିଲେ-ଆଗ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି*

 ✍🏽ହନିଟ୍ରାପରେ ବ୍ୟବସାୟୀ: ବ୍ଲାକମେଲ୍ କରି ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା, ରାଣୀ ମହୁମାଛିକୁ କାବୁ କଲା ପୋଲିସ* ରାଜସ୍ଥାନ।

 ✍🏽ବିପଜ୍ଜନକ ନିଶା ଦ୍ରବ୍ୟ ତାଲିକାରୁ ହଟିଲା ଗଞ୍ଜେଇ : ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନରେ ନିଷ୍ପତ୍ତି*

 ✍🏽ଚୌଦ୍ୱାର: ଧାନ କାଟିବାକୁ ଯାଇଥିବା ବୃଦ୍ଧଙ୍କୁ ଦଳି ମାରିଲା ହାତୀ, ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ବୁଢ଼ାଲିଙ୍ଗ ଗାଁରେ ଏହି ଘଟଣା ଘଟିଛି*

 ✍🏽ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାରୁ ଶୀଘ୍ର ସ୍କୁଲଗୁଡ଼ିକୁ ଡିସେମ୍ବର ୧୫ ତାରିଖରୁ ପାଠପଢ଼ା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ।

 ✍🏽ରାଜ୍ୟର +2 କଲେଜ କ୍ୟାମ୍ପସ୍‌କୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦେଶ । ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

 ✍🏽ବିନା ଅନୁମତିରେ ନିର୍ମାଲ୍ୟ ବିକ୍ରି କରୁଥିବା ଓ ‘ନକଲି ନିର୍ମାଲ୍ୟ’ ବିକୁଥିବା ଅଭିଯୋଗରେ ଆମାଜନ୍ ବିରୋଧରେ MDଙ୍କୁ ପୁରୀ ଅଧିବକ୍ତା ସଙ୍ଘ ପକ୍ଷରୁ ଏକ ନୋଟିସ ବି ପଠାଯାଇଛି ।

 ✍🏽ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ୧୨,୦୦୦ କର୍ମଚାରୀଙ୍କ ଘରୁ କାମ କରିବାର ଅବଧି ମେ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛି ।

 ✍🏽ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ୩୩ ହଜାର ୭୪୧କୁ ବୃଦ୍ଧି* କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ କୋଟି ୬୮ ଲକ୍ଷ ୩୩ ହଜାର ୭୯୬*କୋରୋନାରୁ ସୁସ୍ଥ ହେଲେଣି ୪ କୋଟି ୬୨ ଲକ୍ଷ ୨୭ ହଜାର ୮୮୩ ଜଣ*

 ✍🏽ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨କୁ ବୃଦ୍ଧି, ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୮୨ ଜଣଙ୍କ ଜୀବନ*ଦେଶରେ ଦିନକରେ ୩୬ ହଜାର ୦୧୧ କୋରୋନାରେ ଆକ୍ରାନ୍ତ*

 ✍🏽୨୪ ଘଣ୍ଟା ମଧ୍ୟରେ ନୂଆ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ଯରେ ଏଯାବତ୍ ୩,୨୧,୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି 
 ✍🏽ରାଜ୍ଯରେ ଆଜି ପୁଣି ୬ ଜୀବନ ନେଲା ମହାମାରୀ କରୋନା। ଏଯାବତ୍ ରାଜ୍ଯରେ ୧୭୭୧ ଜୀବନ ନେଲାଣି ମହାମାରୀ .

ରିପୋର୍ଟ
ଦୀପକ ପ୍ରଧାନ
ଗଞ୍ଜାମ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ