ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଭୁବନେଶ୍ୱର ମହାନଗର ଠାରୁ ଖୁବ କମ ଦୂରତାରେ ଥିବା ବାଲିଅନ୍ତା ବ୍ଲକ ଅଧୀନରେ ରହିଛି ବାଳକାଟି ଫାଣ୍ଡି । ଏହା ବାଲିଅନ୍ତା ଥାନା ଅନ୍ତର୍ଗତ ଓ ଏକ ବହୁଳ ଜନସାଧାରଣ ରହୁଥିବା ଅଞ୍ଚଳ ବାଳକାଟି ତଥା ଏହାର ଆଖପାଖ ଅଞ୍ଚଳରେ ଆଇନ କାନୁନ ବ୍ୟବସ୍ଥା ପାଇଁ ଏକମାତ୍ର ଆସ୍ଥା ।

କିନ୍ତୁ ବାସ୍ତବିକ କ୍ଷେତ୍ରରେ ଏହି ଫାଣ୍ଡିର ଦୁରାଵସ୍ଥା କହିଲେ ସରିବନି । କାହିଁ କେଉଁ କାଳରୁ ଏହା ଅସ୍ଥାୟୀ ଭଡାଘରେ ଚାଲିଛି । ଅବଶ୍ୟ ବିଗତ କିଛି ବର୍ଷ ତଳେ ଏଠାରେ ଥାନା ପାଇଁ ଜମି ଅଧିଗ୍ରହଣ କରା ଯାଇଥିଲା, କିନ୍ତୁ ଅଦ୍ୟାବପି ଖଣ୍ଡେ ପଥର ମଧ୍ୟ ପଡିନାହିଁ । ଏହାର ଚିତ୍ର ଦେଖିଲେ ମଧ୍ୟ ଆଖିରେ ବିଶ୍ୱାସ କରି ହୁଏନାହିଁ। ଉପରେ ପଲିଥିନ ଘୋଡା ହୋଇଛି ବର୍ଷା ରୋକିବାକୁ । ସବୁଠାରୁ ବଡ଼ କଥା ହେଲା ବର୍ଷା ଦିନେ ଏହି ଫାଣ୍ଡି ଆଗରେ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଜମାରହେ ଓ ସେହି ରାସ୍ତାରେ ସାଧାରଣ ଯାତାୟାତ କରିବା ମଧ୍ୟ ଅସମ୍ଭବ ହୋଇଯାଏ । 

ସୁରକ୍ଷା ବ୍ୟବସ୍ଥା ପାଇଁ ୨୪ ଘଣ୍ଟା ନିଜକୁ ପ୍ରସ୍ତୁତ ରଖୁଥିବା ପୋଲିସ ବିଭାଗ ଯଦି ନିଜେ ଅସୁରକ୍ଷିତ ହେବ ତେବେ ସେଠାରେ ସାଧାରଣ ଜୀବନ ଅସୁରକ୍ଷିତ ହେବା କିଛି ବଡ଼ କଥା ନୁହେଁ । ଆମେ ଆଶା କରୁଛୁ ଏହି ଦୁରାଵସ୍ଥା ଖୁବ ଶୀଘ୍ର ବିଭାଗୀୟ ଅଧିକାରୀ ତଥା ସରକାରଙ୍କ ନଜରକୁ ଆସୁ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ ।

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

କୃଷି ବିଲ ବିରୋଧ କରି ବନ୍ଦ ପାଳନ