ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡିଶା ଓ AIKS ସମିତି ଦ୍ବାରା ଚକାଜାମ୍

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡିଶା ଓ AIKS ସମିତି ଦ୍ବାରା ଚକାଜାମ୍

 ଫେବୃଆରୀ ୦୬ ତାରିଖ ଦେଶବ୍ୟାପୀ ଚକାଜାମ୍ ର କାର୍ଯ୍ୟ କ୍ରମ ଚାଲିଥିଲା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାର କାଲିମେଳା, କୋରୁକୋଣ୍ଡା, ମାଥିଲି ଓ ଚିତ୍ରକୋଣ୍ଡା ବ୍ଲକ ର ସଦରମହକୁମା ରେ ମଧ୍ୟ ଦେଖିବାକୁ ମିଳିଛି। ଅଲ୍ ଇଣ୍ଡିଆ କୃଷକ ସମିତି, CPI (M) ମାଲକାନଗିରି ର ଆବାହକ ବ୍ରଜ ମାଝିଙ୍କ ନେତୃତ୍ୱରେ ଓ ବିଭିନ୍ନ କୃଷକ ସଙ୍ଗଠନ,ସହ ଧବୁଲୁ ବେହେରା, ବଳରାମ ଗୋଲରୀ,ଭୂପେଷ କର୍ମକାର ଓ ଡ଼ମ୍ବରୁ ପାଗୀଂ ତତ୍ ସହିତ ଅନୁଷ୍ଠାନର କର୍ମୀଙ୍କ ସହିତ ସାଧାରଣ ଲୋକ ମଧ୍ୟ ଯୋଗ ଦେଇ ଚକାଜାମ୍ କାର୍ଯ୍ୟ କ୍ରମରେ ସାମିଲ ହୋଇଥିଲେ। ମୂଖ୍ୟ ରାସ୍ତାରେ ଗାଡ଼ି ରଖି ବସି ରହିଥିଲେ। ମୂଖ୍ୟତଃ ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର, ନୂତନ ବିଦ୍ୟୁତ ଆଇନ ରଦ୍ଧ କରିବା ଏମ ଏସ ପି ର ଗ୍ୟାରେଣ୍ଟି ଆଇନ ପ୍ରଣୟନ ପାଇଁ ଦାବି କରି ବିଭିନ୍ନ ସ୍ଲୋଗାନ ସବୁ ଦେଇ ଚକାଜାମ୍ କରିଥିଲେ। ଏହି ଚକାଜାମ୍ ହେବା ଦ୍ବାରା ସାଧାରଣ ଲୋକ ମାନଙ୍କ ଯିବା ଆସିବାରେ ବାଧା ଉପୁଜିଥିବା ଦେଖିବାକୁ ମିଳିଥିଲା। ତଥାପି ସ୍ଥାନୀୟ ଲୋକଙ୍କ ଜନ ସମର୍ଥନ ରହିଥିବା ଦେଖିବାକୁ ମିଳିଥିଲା।

ଶଙ୍କର କ୍ଷିତି
ମାଲକାନଗିରି

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ