ଜାତୀୟ ପତାକା ସମ୍ମାନ ଉଦ୍ଦେଶ୍ୟରେ ଶୋଭାଯାତ୍ରା

 ଜାତୀୟ ପତାକା ସମ୍ମାନ ଉଦ୍ଦେଶ୍ୟରେ ଶୋଭାଯାତ୍ରା


ଆଜି ତା:01/02/2021ରିଖ ଦିନ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଳା ତରଫରୁ ଜାତୀୟ ପତାକାର ସମ୍ମାନ ରକ୍ଷା ଶୋଭାଯାତ୍ରା କରାଯାଇଅଛି | ଗତ 26/01/2021 ରିଖ ଗଣତନ୍ତ୍ର ଦିବସ ଦିନ ଚାଷୀ ଆନ୍ଦୋଳନର ଆଳ ଦେଖାଇ ଖଲିସ୍ଥାନୀ ମାନେ ଭାରତର ଗୌରବ ଲାଲକିଲ୍ଲାରେ ଜାତୀୟ ପତାକାକୁ ଅସମ୍ମାନ କରି ଦେଶକୁ ବଦନାମ କରିଥିଲେ | ତାହାର ପ୍ରତିବାଦ ଜଣାଇ ବଲାଙ୍ଗୀର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆଜି ଜିଲ୍ଳା କାର୍ଯ୍ୟାଳୟ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି କଚେରୀ ଛକ ଠାରେ ପହଂଚି ଖଲିସ୍ତାନୀଙ୍କ ବିରୋଧରେ ଓ ଦେଶଦ୍ରୋହୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା କିଛି ରାଜନେତା ମାନଙ୍କ ବିରୋଧରେ ବିକ୍ଷୋଭ କରି ଦୋଷୀ ମାନଙ୍କୁ ଦେଶ ଦ୍ରୋହ ଘୋଷଣା କରି ଉଚିତ ଦଣ୍ଡ ଦେବା ପାଇଁ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନନୀୟ ଗୃହମନ୍ତ୍ରୀ ଅମିତ ଶାହା ଜୀ ଙ୍କ ଉଦ୍ବେଷ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଅଛି | କେଶରୀୟା ହିନ୍ଦୁ ବାହିନୀ ଦେଶ ଓ ଜାତିର  ସମ୍ମାନ ପାଇଁ ଭାରତ ସରକାରଙ୍କ ସପକ୍ଷରେ ଅଛି  ଏବଂ କେଶରୀୟା ହିନ୍ଦୁ ବାହିନୀ ଦେଶର ସମସ୍ତ ଜିଲ୍ଲାରେ ତ୍ରିରଙ୍ଗା ପତାକାର ସମ୍ମାନ ଲଢେଇ ଜାରୀ ରଖିଛି | ଏହି କାର୍ଯ୍ୟକ୍ରମକୁ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ କରାଇଯାଇଅଛି ଏବଂ ଏହି ବିକ୍ଷୋଭରେ ଜିଲ୍ଲାର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଳା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ,ଜିଲ୍ଲା ମହାସଚିବ ସୁନୀଲ ମିଶ୍ର,ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ,ପାଟଣାଗଡ ବ୍ଲକ ସଭାପତି ସୁବ୍ରତ କୁଆଁର ଏବଂ ଜିଲ୍ଳାର ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ରହି ଥିଲେ |

ରିପୋର୍ଟ 

ସଦାନନ୍ଦ ଠାକୁର, ସୁବଳ ବେହେରା 

ବଲାଙ୍ଗୀର ପ୍ରତିନିଧି

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ

କରୋନାରୁ ରକ୍ଷା ପାଇବାକୁ ହେଲେ ଆତ୍ମସମର୍ପଣ କର, ଏସ ପି