ପଣସ ବଇତାଳୁ ଆଡ଼ରେ କନେଷ୍ଟବଳ ର ଗଞ୍ଜେଇ ଚାଲାଣ।

ପଣସ ବଇତାଳୁ ଆଡ଼ରେ କନେଷ୍ଟବଳ ର ଗଞ୍ଜେଇ ଚାଲାଣ।
ମାଲକାନଗିରି ଜିଲ୍ଲାରେ ଗାଡି ଉପରେ ବୋଇତାଳୁ ଏବଂ କଷି ପଣସ ଭର୍ତ୍ତି କରି ଭିତରେ ଗଞ୍ଜେଇ ନେଇ ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ମାଲକାନଗିରି ଅବକାରୀ ବିଭାଗ ଗଂଜେଇ ଜବତ କରିବା ସହ କିପରି ପୋଲିସ ଗଂଜେଇ ବେପାରରେ ସାମିଲ ରହିଛି, ତାହାର ମଧ୍ୟ ପର୍ଦାଫାସ କରିଛି। ଖାକି ପୋଷାକରେ ଲାଗିଛି କଳଙ୍କର ଦାଗ। ଗଂଜେଇ ଚାଲାଣ କରୁଥିବା ଜଣେ ପୋଲିସ କନେଷ୍ଟବଲକୁ ଗିରଫ କରିଛନ୍ତି ଅବକାରୀ କର୍ମଚାରୀମାନେ। ମାଲକାନଗିରି ଅବକାରୀ ବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଥିଲା ଯେ ଚିତ୍ରକୋଣ୍ଡା ଖଡିକାଯୋଡି ଅଂଚଳରୁ ଏକ ପିକ୍ଅପ୍‌ ଭ୍ୟାନ୍‌ରେ ଗଂଜେଇ ଚୋରା ଚାଲାଣ ହେଉଛି। ଫଳରେ  ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ କର୍ମଚାରୀମାନେ ତିନି ଗୋଟି ଦଳରେ ବିଭକ୍ତ ହୋଇ ତିନିଗୋଟି ରାସ୍ତାରେ  ଛକି ରହିଲେ। ବାଲିମେଳା-ମାଲକାନଗିରି ରାସ୍ତାରେ ଏକ ପିକ୍ଅପ୍‌ ଭ୍ୟାନ୍‌ ଦ୍ରୁତ ଗତିରେ ଆସୁଥିବା ଅବକାରୀ ଅଧିକ୍ଷକ ଶ୍ରୀ ସେଠ ଦେଖିବାକୁ ପାଇଥିଲେ। ପିକ୍ଅପ୍‌ ଭ୍ୟାନ୍‌କୁ ଅଟକାଇବାରୁ ଏହା ଅବକାରୀ ଅଧିକ୍ଷକଙ୍କ ଗାଡିକୁ ଧକ୍କା ଦେଇ ମାଲକାନଗିରି ପଟେ ଯାଉଥିଲା ତେବେ କୋରୁକୋଣ୍ଡା ନିକଟରେ ପିକ୍ଅପ୍‌ ଭ୍ୟାନ୍‌ଟିକୁ ଅବକାରୀ କର୍ମଚାରୀମାନେ ଧରିବାରେ ସଫଳ ହୋଇଥିଲେ। ଭ୍ୟାନକୁ ଯାଞ୍ଚ କଲାବେଳେ ସେଥିରେ ପଣସ ଓ ବୋଇତାଳୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ଉପରେ ଲଦା ଯାଇଥିବା ପଣସ ଓ ବୋଇତାଳୁ ବାହାର କରିବା ପରେ ଗାଡି ଭିତରୁ ୩୧ଟି ଗଂଜେଇ  ଭର୍ତ୍ତି ବସ୍ତା ମିଳିଥିଲା, ଯାହାକୁ ଓଜନ କରିବା ପରେ ଜଣାପଡିଥିଲା ଯେ ସେଥିରେ ୮ କ୍ବିଣ୍ଟାଲ ଗଂଜେଇ ରହିଛି। ଗଂଜେଇ ଚାଲାଣ କରୁଥିବା ବ୍ଯକ୍ତି ଜଣକ ହେଲେ ଖୁଦ୍ ପୋଲିସ କନେଷ୍ଟବଲ ସଂଜୀବ ହିରା। ଆସାମୀ ସଂଜୀବର ନିଜ ଗ୍ରାମ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୭ ରେ ବୋଲି ଜଣା ପଡିଛି। ଜବତ ହୋଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଂକା ହେବ ବୋଲି ଅବକାରୀ ବିଭାଗ କହିଛି। ମାଲକାନଗିରି ଜିଲ୍ଲାରୁ ଗଂଜେଇ ପାର ହୋଇ ଅନ୍ୟ ଜିଲ୍ଲାରେ ଗଂଜେଇ ଧରା ପଡୁଥିବା ବେଳେ ଏଥିରେ ପୋଲିସ ବିଭାଗର କିଛି କର୍ମଚାରୀ କଂ  ହାତ ରହିଥିବା  ଅନୁମାନ କରାଯାଏ। ଏଥିରେ ଆହୁରି ତିନି ଜଣ ସଂପୃକ୍ତ ଥିବା ଜଣାପଡିଛି ଓ ମାଲକାନଗିରି ଜିଲ୍ଲାର ଆଉ ଜଣେ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ଅବକାରୀ ବିଭାଗ କହିଛି। ପୁଲିସ ଆଇନ ରକ୍ଷକ ହୋଇ ନିଜେ ଅପରାଧରେ ସଂଶ୍ଳୀଷ୍ଠ, ଯାହାକି ପୋଲିସ ବିଭାଗ ପାଇଁ ଏକ ଲଜ୍ଜାଜନକ ବିଷୟ । ଏହି ଘଟଣା ସମଗ୍ର ଅଞ୍ଚଳେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଧରାପଡିଥିବା ଅପରାଧି ସଂଜୀବ ହୀରା ଠାରୁ ଦୁଇଟି ମୋବାଇଲ ଫୋନ, ନଗଦ ୩,୯୨୦ ଟଂକା ସହ ପିକ୍‌ଅପ୍‌ ଭ୍ଯାନକୁ ଅବକାରୀ କର୍ମଚାରୀମାନେ ଜବତ କରିଛନ୍ତି। ଆସାମୀ କନେଷ୍ଟବଲକୁ ଚାକିରୀରୁ ନିଳମ୍ବିତ କଲାପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର୍ଟ ।

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ