ଫେବ୍ରୁଆରୀ ୬ ; ଚକାବନ୍ଦର ପ୍ରଭାବ

ଆଜି ଫେବୃଆରୀ ୦୬ ତାରିଖ ଦେଶବ୍ୟାପୀ ଚକାଜାମ୍ ର କାର୍ଯ୍ୟ କ୍ରମ ଚାଲିଥିଲା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ର ସଦରମହକୁମା ରେ ମଧ୍ୟ ଦେଖିବାକୁ ମିଳିଛି। ଅଲ୍ ଇଣ୍ଡିଆ କୃଷକ ସମିତି, ସି ପି ଆଇ (ଏମ) ମାଲକାନଗିରି ର ମୂଖ୍ୟ ବ୍ରଜ ମାଝି କଂ ନେତୃତ୍ୱରେ ଓ ବିଭିନ୍ନ କୃଷକ ସଙ୍ଗଠନ, ଅନୁଷ୍ଠାନ କର୍ମୀ କଂ ସହିତ ସାଧାରଣ ଲୋକ ମଧ୍ୟ ଯୋଗ ଦେଇ ଚକାଜାମ୍ କାର୍ଯ୍ୟ କ୍ରମରେ ସାମିଲ ହୋଇଥିଲେ। ମୂଖ୍ୟ ରାସ୍ତାରେ ଗାଡ଼ି ରଖି ବସି ରହିଥିଲେ। ମୂଖ୍ୟତଃ ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର, ନୂତନ ବିଦ୍ୟୁତ ଆଇନ ରଦ୍ଧ କରିବା MSP ର ଗ୍ୟାରେଣ୍ଟି ଆଇନ ପ୍ରଣୟନ ପାଇଁ ଦାବି କରି ବିଭିନ୍ନ ସ୍ଲୋଗାନ ସବୁ ଦେଇ ଚକାଜାମ୍ କରିଥିଲେ। ଏହି ଧର୍ମ ଘଟରେ ଜଣେ ବିକଳାଙ୍ଗ ଯୁବକ ମଧ୍ୟ ସାମିଲ ହୋଇ ସରକାରଙ୍କ ର ବିରୋଧରେ ସ୍ବର ଉତ୍ତଳନ କରୁଥିବା ଦେଖିବାକୁ ମିଳିଛି। ଏହି ଚକାଜାମ୍ ହେବା ଦ୍ବାରା ସାଧାରଣ ଲୋକ ମାନଙ୍କ ଯିବା ଆସିବା ରେ ବାଧା ଉପୁଜିଥିବା ଦେଖିବାକୁ ମିଳିଥିଲା। ତଥାପି ସ୍ଥାନୀୟ ଲୋକଙ୍କ ଜନ ସମ୍ମର୍ଥନ ରହିଥିବା ଦେଖିବାକୁ ମିଳିଥିଲା।
ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର୍ଟ।

Comments

Popular posts from this blog

ଜାଣନ୍ତୁ କରୋନାର ୧୪ଦିନ ସଂକ୍ରମଣ, ଏମିତି ମୃତ୍ୟୁ ପାଖକୁ ଡାକିନିଏ କରୋନା

ନିର୍ବାଚନ କମିଶନରଙ୍କ କଡା ନିର୍ଦ୍ଦେଶ

ଆଜିର ମୁଖ୍ୟ ଖବର