ନୂତନ ଫାଣ୍ଡିର ଶୁଭାରମ୍ଭ
ଗତ ୨୧ ତାରିଖ ଦିନ ସ୍ଥାନୀୟ ବାଳକାଟି
ଠାରେ ନୂତନ ଫାଣ୍ଡିର ଶୁଭାରମ୍ଭ ହୋଇଛି। ୨୧ ତାରିଖ ପରେ ଫାଣ୍ଡିର ସମସ୍ତ ସରକାରୀ କାର୍ଯ୍ୟ ନୂତନ ଗୃହରେ ଆରମ୍ଭ
କରାଯାଇଛି।
ଶୁଭାରମ୍ଭ ଦିବସରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢାଲି, ଜିଲ୍ଲା
ପରିଷଦ ଶ୍ରୀଯୁକ୍ତ ଅମରେନ୍ଦୁ ପଟ୍ଟନାୟକ, ସରପଞ୍ଚ ଶ୍ରୀଯୁକ୍ତ
ଭାଗ୍ୟଧର ନନ୍ଦୀ,ଏସ ଆଇ ଶ୍ରୀଯୁକ୍ତ ପ୍ରଦୀପ ରାଉତ, ବାଳକାଟି ଫାଣ୍ଡି ଇନଚାର୍ଜ ଶ୍ରୀଯୁକ୍ତ ମମତାଜ ଅଲ୍ଲୀ ଖାନ ତଥା ସ୍ଥାନୀୟ ଅଞ୍ଚଳର
ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ବର୍ଷ ବର୍ଷ ଧରି ଭଡା ଘରରେ ଚାଲୁ ଥିବା ବାଳକାଟି ଫାଣ୍ଡି ନିଜସ୍ଵ
ରୂପ ପାଇଛି । ଏହି ଫାଣ୍ଡି ଉପରେ ଭରସା କରୁଥିବା ଆଖପାଖ ଅଞ୍ଚଳର ଅନେକ ଲୋକ ନିଶ୍ଚିତ ଭାବରେ
ପୂର୍ବାପେକ୍ଷା ଅଧିକ ସାହାଯ୍ୟ ପାଇପାରିବେ ବୋଲି ଜନସାଧାରଣ ଭରଷା ରଖିଛନ୍ତି । ସୂଚନା ଥାଉ କି
ଆମ ସି ପ୍ରାଇମରେ ପୂର୍ବରୁ ଏହି ଖବର ପ୍ରକାଶ ପାଇବା ପରେ ପରେ, ସରକାରୀ
ସ୍ତରରେ ସମସ୍ତ ଅଗ୍ରାଧିକାର ଦିଆଯାଇ ଏହି ଫାଣ୍ଡିର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇ ଥିଲା ଏବଂ
ଖୁବ କମ ଦିନ ମଧ୍ୟରେ ଏହା ଶେଷ କରାଯାଇଥିଲା । ସି ପ୍ରାଇମ ତରଫରୁ ସରକାରୀ
ବିଭାଗ ତଥା ପ୍ରଶାସନକୁ ଅଶେଷ ଅଶେଷ ଧନ୍ୟବାଦ।
ରିପୋର୍ଟ
ପ୍ରଦୀପ, ବାଲିଅନ୍ତା
Comments
Post a Comment