ଚାଲିଗଲେ ବାଚସ୍ପତି ସୁମିତ୍ରା ମହାଜନ

 


ଗୁରୁବାର ରାତିରେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର କଂଗ୍ରେସ ନେତା ଶଶି ଥରୁର ଟ୍ୱିଟ୍ କରିଛନ୍ତି।

"ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ ବିଷୟରେ ଜାଣି ଦୁଖିତ। ତାଙ୍କ ସହ ମୋର ଅନେକ ସକରାତ୍ମକ କଥାବାର୍ତ୍ତା ମନେ ଅଛି, ଯେତେବେଳେ ସେ ତଥା ସ୍ୱର୍ଗତ ସୁଷମା ସ୍ୱରାଜ ମୋତେ ମସ୍କୋରେ ବ୍ରିକ୍ସକୁ ଏକ ସଂସଦୀୟ ପ୍ରତିନିଧୀ ଦଳ ନେବାକୁ କହିଥିଲେ। ତାଙ୍କ ପରିବାର ପ୍ରତି ମୋର ସମବେଦନା ଏବଂ ପ୍ରାର୍ଥନା: ଓମଶାନ୍ତୀ ! " ଥରୁର ଟ୍ୱିଟ୍ କରିଛନ୍ତି।

ସଂସଦର ବରିଷ୍ଠ ସଦସ୍ୟମାନଙ୍କ ମଧ୍ୟରୁ ମହାଜନ ଏପ୍ରିଲ ୧୨ ରେ ତାଙ୍କର ୭୮ ତମ ଜନ୍ମଦିନ ପାଳନ କରିଥିଲେ। ୩୯ ବର୍ଷ ବୟସରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରି ମହାଜନ ଡେପୁଟି ମେୟର ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟପ୍ରଦେଶର ଇନ୍ଦୋରରୁ ସାଂସଦ ହୋଇଥିଲେ। ସେ ଇନ୍ଦୋର ନିର୍ବାଚନମଣ୍ଡଳୀରେ ଲଗାତାର ଆଠଟି ନିର୍ବାଚନରେ ଜିତିଛନ୍ତି। ୨୦୧୪ ରେ ମହାଜନ ନିର୍ବାଚନମଣ୍ଡଳୀରେ ତାଙ୍କର ଆଠଟି କାର୍ଯ୍ୟକାଳ ପାଇଁ ଇନ୍ଦୋରରୁ ୧୬ ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୬ ଜୁନ୍ ୨୦୧୪ ରେ ସେ ସର୍ବସମ୍ମତି କ୍ରମେ ୧୬ ତମ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ।

Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ

ଦ୍ୱିତୀୟ ଥର ପାଇଁ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ବାବିଲ୍ ସୁପ୍ରିଓ ଆସାନସୋଲରେ ଭୋଟ୍ ଦେଇ ପାରିବେ ନାହିଁ