କରୋନାରୁ ରକ୍ଷା ପାଇବାକୁ ହେଲେ ଆତ୍ମସମର୍ପଣ କର, ଏସ ପି

 

ଛତିଶଗଡର ବସ୍ତର ଜଙ୍ଗଲରେ କୋଭିଡ -୧୯ କାରଣରୁ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି, ମାଲକାନଗିରି ଏସପି ଋଷିକେଶ ଡି ଖିଲାରୀ ବୁଧବାର ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀ ମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମାଓବାଦୀମାନେ ଗ୍ରାମବାସୀଙ୍କ ସହ ଯୋଗାଯୋଗ କରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବୈଠକ କରୁଛନ୍ତି ଓ ସଂକ୍ରମିତ କ୍ୟାଡର ମାନଙ୍କଠାରୁ କରୋନା ମହାମାରୀ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ବ୍ୟାପିପାରେ ବୋଲି ଏସ ପି କହିଛନ୍ତି । ମାଲକାନଗିରିର ସ୍ଵାଭିମାନ ଅଞ୍ଚଳ ଓ ତୁଳସୀ ପର୍ବତ ଅଞ୍ଚଳ ଛତିଶଗଡ଼ ସୀମା ନିକଟରେ ଅବସ୍ଥିତ ।

ପୋଲିସ କହିଛି ଯେ ମାଓବାଦୀମାନେ ଲକ ଡାଉନ ଦ୍ୱାରା କଡା ଆଘାତ ପାଇଛନ୍ତି ଯାହା ସେମାନଙ୍କ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି ଏବଂ କ୍ୟାଡରଙ୍କ ମଧ୍ୟରେ ସଂକ୍ରମଣ ସେମାନଙ୍କ ଅବସ୍ଥାକୁ  ଆହୁରି ଖରାପ କରିଦେଇଛି। ଏହି ସମୟରେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ଗ୍ରାମବାସୀ ମାଓବାଦୀଙ୍କ ଜିଲ୍ଲାକୁ ଅନୁପ୍ରବେଶକୁ ରୋକିବା ପାଇଁ ତୀକ୍ଷ୍ଣ ନଜର ରଖିଛନ୍ତି।

 

ରିପୋର୍ଟ

ସି ପ୍ରାଇମ ବ୍ୟୁରୋ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ