ବିଡିଓଙ୍କ ମାନବିକତା, ନିଜେ କଲେ ଶବଦାହ



କରୋନାର କରଳତା ଭିତରେ ମନୀଷା ନିଜର ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ଵ ଭୁଲି ଯାଇଛି ଆଜି ମଣିଷ ମଣିଷକୁ ଡରୁଛି। ସମସ୍ତଙ୍କ ମନରେ ଗୋଟିଏ ଡର ଯେ ସେମାନେ କରୋନାରେ ପୀଡିତ ନ ହୁଅନ୍ତୁ । ମଣିଷର ଏହି ବର୍ବରତା ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦେବତୁଲ୍ୟ ପରି ଅନ୍ୟ ମାନଙ୍କୁ ସାହାଯ୍ୟ ସହାନୁଭୁତିର ହାତ ବଢାଇଛନ୍ତି ।   ଏମିତି ଏକ ଘଟଣା  ଘଟି ଯାଇଛି ଆମ ରାଜ୍ୟର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ

ଗତ ଶୁକ୍ରବାର ଦିନ ଛେଣ୍ଡିପଦା ବାହଲା ସାହିର ୬୫ ବର୍ଷର ବୃଦ୍ଧ ଗୋବିନ୍ଦ ମାଝୀ ରୋଗରେ ପୀଡିତ ଥିଲେ । ଦୀର୍ଘ ପାଞ୍ଚ ଦିନ ପର୍ଯ୍ୟନ୍ତ ନିଶ୍ଵାସ-ପ୍ରଶ୍ଵାସ ନେବାରେ ଅସୁବିଧା ହେଲା ଓ ଶେଷରେ ସେ ମୃତ୍ୟୁବରଣ କରିଥିଲେ। କିନ୍ତୁ କୋଭିଡ ଡରରେ ସ୍ଥାନୀୟ କୌଣସି ଲୋକ ତାଙ୍କର ଶବସତ୍କାର ପାଇଁ ବାହାରି ନଥିଲେ, ଯଦିଓ ଗୋବିନ୍ଦ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ ଓ ରିପୋର୍ଟ ନେଗେଟିଭ ଥିଲା । ଗାଁରେ ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ପଡି ରହିଥିଲେ ବି ଗ୍ରାମବାସୀ ନୀରବଦ୍ରଷ୍ଟା ସାଜିଥିଲେ । ହୁଏତ ସେମାନେ ନିଜ ମଣିଷପଣିଆ, ନିଜ ମାନବିକତା ସବୁ କିଛି କୋଭିଡ ପାଇଁ ଭୁଲି ଯାଇଥିଲେ । ଶେଷରେ ଛେଣ୍ଡିପଦା ବ୍ଲକର ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ଶବଦାହ କରିବା ପାଇଁ ନିଜେ ଦାୟିତ୍ଵ ନେଇଥିଲେ ।  ସଞ୍ଜୟ କୁମାର ଆଚାର୍ଯ୍ୟ ଶନିବାର ସକାଳେ ଗାଁକୁ ଯାଇଥିଲେ ଏବଂ ସ୍ଥାନୀୟ ସରପଞ୍ଚ ନାରାୟଣ ବେହେରାଙ୍କ ସହାୟତାରେ ଶବଦାହ କରିଥିଲେ

ଏଠାରେ ବାସ୍ତବିକ ଭାବିବା କଥା ଯେ କରୋନାର ଏହି ତାଣ୍ଡବ ଧ୍ଵଂସଲୀଳା ଭିତରେ ସତରେ କଣ ମାନବ ମନରୁ ମାନବିକତା, ସାମାଜିକତା ଆଦି ଗୁଣ ସମାପ୍ତ ହୋଇ ଗଲାଣି ? ଏପରି ମାନସିକତା ସାରା ମାନବ ସମାଜ ପାଇଁ ଅଭିଶାପ ଏବଂ ସମାଜ ନଷ୍ଟ କରିବାକୁ ଯଥେଷ୍ଟ ।

ରିପୋର୍ଟ

ସି ପ୍ରାଇମ ବ୍ୟୁରୋ

Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ