ରବିବାର ସକାଳ ୯ ଟାରେ ପୃଥିବୀରେ ମାଡ ହେବ ଚୀନ ରକେଟ

 



ମହାକାଶରେ ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିବା ଚୀନ ରକେଟ୍ ଲଙ୍ଗ୍ ମାର୍ଚ୍ଚ ୫ବି ରବିବାର ସକାଳେ ଭୂପୃଷ୍ଠରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ଏକ ମହାକାଶ ଗବେଷଣା ସଂସ୍ଥା କହିଛି ।

ଆମେରିକାର ଏରୋସ୍ପେଶ କର୍ପୋରେସନର ପୂର୍ବାନୁମାନ ଅନୁସାରେ ଏହି ରକେଟ ରବିବାର ସକାଳ ୩.୨୨ ଜିଏମଟି (ଭାରତୀୟ ସମୟ ସକାଳ ୯ଟା ) ବେଳେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ବୀପ ନିକଟରେ ପୃଥିବୀ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ସମୟ ୪ ଘଣ୍ଟା ପର୍ୟ଼୍ୟନ୍ତ ଆଗକୁ କିମ୍ବା ପଛକୁ ହୋଇପାରେ । ଆହୁରି ମଧ୍ୟ ଏହି ରିପୋର୍ଟରେ କୁହାଯ଼ାଇଛି ଯ଼େ ଏହା ଶେଷ ମୂହୂର୍ତ୍ତରେ ଗତିପଥ ବଦଳାଇ ପୃଥିବୀର ଅନ୍ୟସ୍ଥାନରେ ମଧ୍ୟ ମାଡ଼ ହୋଇପାରେ ।

ଅବଶ୍ୟ ଏହି ରକେଟଟି ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହି ରକେଟର ଅଧିକାଂଶ ଅଂଶ ଜଳିଯ଼ିବାର ସମ୍ଭାବନା ରହିଛି । କିନ୍ତୁ ଭୂପୃଷ୍ଠରେ ପହଞ୍ଚିବାବେଳକୁ ଏହାର କିଛି ଅଂଶ ରହିଯ଼ିବାର ଆଶଙ୍କା ରହିଛି  । ଏହି ଅବଶିଷ୍ଟ ଅଂଶ ବି ବ୍ୟାପକ କ୍ଷତି କରିବାର ଆଶଙ୍କା ରହିଛି । ଚୀନର ନୂଆ ମହାକାଶ କେନ୍ଦ୍ରରୁ ଲଙ୍ଗ୍ ମାର୍ଚ୍ଚ ୫ବି ନାମକ ଏହି ରକେଟକୁ ଗତ ସପ୍ତାହରେ ଉତକ୍ଷେପଣ କରାଯ଼ାଇଥିଲା । ତେବେ ଉତକ୍ଷେପଣର କିଛି ଘଣ୍ଟା ପରେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିଲା ।

 

ରିପୋର୍ଟ

ସି ପ୍ରାଇମ ବ୍ୟୁରୋ

Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ

ଦ୍ୱିତୀୟ ଥର ପାଇଁ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ବାବିଲ୍ ସୁପ୍ରିଓ ଆସାନସୋଲରେ ଭୋଟ୍ ଦେଇ ପାରିବେ ନାହିଁ