ପୁଣି ସେଲଫି ଅଘଟଣ; 2 ମୃତ
ରବିବାର ଦିନ ଓଡିଶାର ସୁନ୍ଦରଗଡରେ ସେଲଫି ନେବାବେଳେ ଦୁଇଜଣ ଯୁବକ
ଡ୍ୟାମରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ରାଉରକେଲା ଠାରୁ ପ୍ରାୟ ପାଞ୍ଚ ଜଣ ଯୁବକ କାଜବାହାଲ
ଡ୍ୟାମର ଜଳଭଣ୍ଡାରକୁ କାଜୁଆଲ୍ ଗସ୍ତରେ ଯାଇଥିଲେ। ତେବେ ସେଲଫି ନେବାବେଳେ ସେମାନଙ୍କ ମଧ୍ୟରୁ
ଦୁଇଜଣ ପାଣି ଭିତରକୁ ଖସି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। କିଛି ସ୍ଥାନୀୟ
ଯୁବକ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ
ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଏହା ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ, ରାଉରକେଲା ଅଗ୍ନିଶମ ବିଭାଗର ଏକ ଟିମ୍
ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତ ଯୁବକମାନେ ରାଉରକେଲାସ୍ଥିତ
ବାସନ୍ତୀ କଲୋନୀର ପ୍ରମୋଦ ପରିଡା ଏବଂ ପ୍ଲାଣ୍ଟ ସାଇଟ୍ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ବ୍ରହ୍ମପୁର ଡିଏଭି ବସ୍ତିର ସୁମନ୍ତ ଦେ ବୋଲି ଜଣାପଡିଛି।
ରିପୋର୍ଟ
ସି ପ୍ରାଇମ ବ୍ୟୁରୋ
Comments
Post a Comment