୨୪ ଘଣ୍ଟାରେ ୧୭ ଲକ୍ଷରୁ ଉର୍ଦ୍ଧ ଫାଇନ



ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶା ପୋଲିସ ୧୭ ଲକ୍ଷରୁ ଅଧିକ ମୂଲ୍ୟର ଜରିମାନା ସଂଗ୍ରହ କରିଛି | ରବିବାର ଦିନ ରାଜ୍ୟରେ କୋଭିଡ ଏନଫୋର୍ସମେଣ୍ଟ ଡ୍ରାଇଭ୍ ନିୟମ ଜାରିରେ ୧୭,୦୫,୧୦୦ ଟଙ୍କାର ଜୋରିମାନା ଅମାନିଆ ଗାଡି ଚାଳକ ମାନଙ୍କ ଠାରୁ ଆଦାୟ କରିଛି। 

ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶା ପୋଲିସ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାଞ୍ଚଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୫ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୫୫ ଟି ଗାଡି ଜବତ କରାଯାଇଛି। ଓଡିଶା ପୋଲିସ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇ କହିଛି ଯେ: ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଦଳ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ଚଢାଉ ଜାରି ରଖିବେ ଏବଂ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗରିକମାନଙ୍କୁ ଦାଇତ୍ଵପୂର୍ଣ୍ଣ ଆଚରଣ କରିବାକୁ ଏବଂ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଓଡିଶା ପୋଲିସ ଅନୁରୋଧ କରିଛି।


ରିପୋର୍ଟ

ସି ପ୍ରାଇମ ବ୍ୟୁରୋ


Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ