ଚୀନର ଟିକାକରଣ ପ୍ରମାଣପତ୍ର ଗ୍ରହଣ କରୁନାହିଁ ସାଉଦି ଆରବ
ସାଉଦି ଆରବ ଚୀନ୍ର ଟୀକାକରଣ ପ୍ରମାଣପତ୍ର ଗ୍ରହଣ
କରୁନାହିଁ। ଏହାଦ୍ୱାରା ପାକିସ୍ତାନୀମାନେ ହଜ କିମ୍ବା ବ୍ୟବସାୟ କିମ୍ବା ଚାକିରି ପାଇଁ ସାଉଦି
ଆରବ ଯିବାରେ ଅସୁବିଧା ବଢାଇ ଦେଇଛି । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ଅହମ୍ମଦ ରବିବାର ଦିନ ଇସଲାମାବାଦରେ ଗଣମାଧ୍ୟମକୁ
କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ମଧ୍ୟ ପୂର୍ବର ସେହି ଦେଶମାନଙ୍କ ସହ
କଥାବାର୍ତ୍ତା କରୁଛନ୍ତି ଯାହା ଚାଇନାରେ ପ୍ରସ୍ତୁତ ଟିକାକୁ ଏପର୍ଯ୍ୟନ୍ତ ସ୍ବୀକୃତି ଦେଉ ନାହିଁ।
ସାଉଦି ଆରବ ମଧ୍ୟ ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ
ଚାଇନାରେ ତିଆରି ଟୀକାକୁ ସ୍ୱୀକୃତି ଦେଇନାହାଁନ୍ତି |
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚାଇନାରେ ନିର୍ମିତ
ଉଭୟ ଟିକା ଉଭୟ ସିନୋଫାରମା ଏବଂ ସିନୋଭାକ୍କୁ ଅନୁମୋଦନ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ସାଉଦି ଆରବ ଫାଇଜର, ଆଷ୍ଟ୍ରା ଜେନେଙ୍କା, ମୋଡର୍ନା ଏବଂ ଜନସନ ଆଣ୍ଡ ଜନସନଙ୍କ କୋଭିଡ ଟିକାକୁ ଅନୁମୋଦନ କରିଛି।
ରିପୋର୍ଟ
ସି ପ୍ରାଇମ ବ୍ୟୁରୋ
Comments
Post a Comment