Posts

Showing posts from September, 2021

ବେରୋଜଗାରୀ ବୃଦ୍ଧି ପ୍ରତିବାଦରେ ବେରୋଜଗାରୀ ଦିବସ

Image
ବର୍ଷକୁ ଦୁଇକୋଟି ଯୁବକଙ୍କୁ କର୍ମନିଯୁକ୍ତି ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା । ଏହାକୁ ପ୍ରତାରଣା କରାଯାଇଥିବାରୁ ଶାସନକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପାଠୁଆ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ବେରୋଜଗାରୀ ବୃଦ୍ଧି କରିବା ପ୍ରତିବାଦରେ   ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ ବେରୋଜଗାରୀ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଆଜି କର୍ମକର୍ତ୍ତାମାନେ ସର୍ବସାଧାରଣରେ ଜୋତା ପଲିସ କରିଛନ୍ତି । ନୟାଗଡ ଟ୍ରାଫିକ ଛକ ବସଷ୍ଟପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବକଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ମୀରାବୁବେକାର ସିଦ୍ଦିକି , ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡ଼ା , ଜ଼ିଲ୍ଲା ଖଣ୍ଡପଡ଼ା ବ୍ଲକ ସଭାପତି ଦେବବ୍ରତ ବେହେରା , ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକ , ନୟାଗଡ଼ ଜିଲ୍ଲା ସଭାପତି ରଣଜିତ ଦାଶ ଏଵଂ ରାଜ୍ୟ କଂଗ୍ରେସ ସମ୍ପାଦକ ହୁସେନ ଖାଁ ପ୍ରମୁଖ ଯୋଗ ଦାନ କରିଥିଲେ।  ରିପୋର୍ଟ ସୁଶାନ୍ତ ଆଚାର୍ଯ୍ୟ ନୟାଗଡ

Global Information System (GIS) Cell for Nayagarh

Image
  The Global Information System (GIS) Cell for Nayagarh district was inaugurated today. It has been set up inside the office of the Nayagarh Forest Officer. Additional PCCF PK Mallick inaugurated the cell. RCCF Manoj Mohapatra, Nayagarh DFO Dhanraj HD, SP Siddhartha Kataria were prominently present. Mr. Mallick said crime could be controlled, starting with various improvements to the GIS district administration. This can be done easily by land acquisition, afforestation, road construction and various improvements or surveys. Starting with the police, various departments like water resources, drinking water, revenue and healthcare can benefit from the GIS cell. DFO (Wildlife) Sameer Shatapathi, ACF Shwetalina Sahu, Additional District Magistrate Bidhanchandra Ray, DRDA PD Subhas Chandra Ray, former ACF of Nayagarh Arvind Mohanty, Nayagarh Forest Officer Sushant Swain were present on the occasion. Report Sushant Acharya Nayagarh

ନୟାଗଡ ଜିଲ୍ଲାରେ ଗ୍ଲୋବାଲ ଇନଫର୍ମେଶନ ସିଷ୍ଟମ ସେଲ

Image
ନୟାଗଡ଼ ଜିଲ୍ଲା ନିମନ୍ତେ ଗ୍ଲୋବାଲ ଇନଫରମେସନ ସିଷ୍ଟମ(ଜିଆଇଏସ୍) ସେଲ୍ ଆଜି ଉଦଘାଟିତ ହୋଇଯାଇଛି। ଏହା ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟ ମଧ୍ୟରେ ସ୍ଥାପନା କରାଯାଇଛି। ଅତିରିକ୍ତ ପିସିସିଏଫ୍ ପିକେ ମଲ୍ଲିକ ଏହି ସେଲ୍ ର ଉଦଘାଟନ କରିଛନ୍ତି। ଆର୍ସିସିଏଫ୍ ମନୋଜ ମହାପାତ୍ର , ନୟାଗଡ଼ ଡିଏଫ୍ଓ ଧନରାଜ ଏଚ୍ଡି , ଏସ୍ପି ସିଦ୍ଧାର୍ଥ କଟାରିଆ ପ୍ରମୁଖ ଉପସ୍ଥିତ ଥିଲେ। ଜିଆଇଏସ୍ ର ଜିଲ୍ଲା ପ୍ରଶାସନର ବିଭିନ୍ନ ଉନ୍ନତିମୂଳକ ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ କରାଯାଇ ପାରିବ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।  ଜମି ଅଧିଗ୍ରହଣ , ବନୀକରଣ , ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ନାନା ଉନ୍ନତିମୂଳକ କାର୍ଯ୍ୟ ର ପ୍ରସ୍ତୁତି ବା ସର୍ଭେ ଏହା ଦ୍ଵାରା ସହଜରେ ହୋଇପାରିବ। ପୁଲିସ ଠାରୁ ଆରମ୍ଭ , ଜଳସମ୍ପଦ , ପାନୀୟ ଜଳ , ରାଜ ସ୍ଵ କରି ସ୍ୱାସ୍ଥ୍ୟସେବା ଭଳି ନାନା ବିଭାଗ ଜିଆଇଏସ୍ ସେଲ୍ ଦ୍ଵା ରା ଉପକୃତ ହୋଇପାରିବେ। ଡିଏଫ୍ଓ(ବନ୍ୟପ୍ରାଣୀ) ସମୀର ଶତପଥୀ , ଏସିଏଫ୍ ଶ୍ଵେ ତାଲିନା ସାହୁ , ଅତିରିକ୍ତ ଜିଲ୍ଲପାଳ ବିଧାନଚନ୍ଦ୍ର ରାୟ , ଡିଆରଡିଏ ପିଡି ସୁବାସ ଚନ୍ଦ୍ର ରାୟ , ନୟାଗଡ଼ର ପୂର୍ବତନ ଏସିଏଫ୍ ଅରବିନ୍ଦ ମହାନ୍ତି , ନୟାଗଡ଼ ବନାଞ୍ଚଳ ଅଧିକାରୀ ସୁଶାନ୍ତ ସ୍ଵା ଇଁ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ। ରିପୋର୍ଟ ସୁଶାନ୍ତ ଆଚାର୍ଯ୍ୟ ନୟାଗଡ