ନୟାଗଡ ଜିଲ୍ଲାରେ ଗ୍ଲୋବାଲ ଇନଫର୍ମେଶନ ସିଷ୍ଟମ ସେଲ



ନୟାଗଡ଼ ଜିଲ୍ଲା ନିମନ୍ତେ ଗ୍ଲୋବାଲ ଇନଫରମେସନ ସିଷ୍ଟମ(ଜିଆଇଏସ୍) ସେଲ୍ ଆଜି ଉଦଘାଟିତ ହୋଇଯାଇଛି। ଏହା ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟ ମଧ୍ୟରେ ସ୍ଥାପନା କରାଯାଇଛି। ଅତିରିକ୍ତ ପିସିସିଏଫ୍ ପିକେ ମଲ୍ଲିକ ଏହି ସେଲ୍ ଉଦଘାଟନ କରିଛନ୍ତି। ଆର୍ସିସିଏଫ୍ ମନୋଜ ମହାପାତ୍ର, ନୟାଗଡ଼ ଡିଏଫ୍ଓ ଧନରାଜ ଏଚ୍ଡି, ଏସ୍ପି ସିଦ୍ଧାର୍ଥ କଟାରିଆ ପ୍ରମୁଖ ଉପସ୍ଥିତ ଥିଲେ। ଜିଆଇଏସ୍ ଜିଲ୍ଲା ପ୍ରଶାସନର ବିଭିନ୍ନ ଉନ୍ନତିମୂଳକ ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ କରାଯାଇ ପାରିବ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। 

ଜମି ଅଧିଗ୍ରହଣ, ବନୀକରଣ, ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ନାନା ଉନ୍ନତିମୂଳକ କାର୍ଯ୍ୟର ପ୍ରସ୍ତୁତି ବା ସର୍ଭେ ଏହା ଦ୍ଵାରା ସହଜରେ ହୋଇପାରିବ। ପୁଲିସ ଠାରୁ ଆରମ୍ଭ, ଜଳସମ୍ପଦ, ପାନୀୟ ଜଳ , ରାଜସ୍ଵ କରି ସ୍ୱାସ୍ଥ୍ୟସେବା ଭଳି ନାନା ବିଭାଗ ଜିଆଇଏସ୍ ସେଲ୍ ଦ୍ଵାରା ଉପକୃତ ହୋଇପାରିବେ। ଡିଏଫ୍ଓ(ବନ୍ୟପ୍ରାଣୀ) ସମୀର ଶତପଥୀ, ଏସିଏଫ୍ ଶ୍ଵେତାଲିନା ସାହୁ,ଅତିରିକ୍ତ ଜିଲ୍ଲପାଳ ବିଧାନଚନ୍ଦ୍ର ରାୟ, ଡିଆରଡିଏ ପିଡି ସୁବାସ ଚନ୍ଦ୍ର ରାୟ, ନୟାଗଡ଼ର ପୂର୍ବତନ ଏସିଏଫ୍ ଅରବିନ୍ଦ ମହାନ୍ତି, ନୟାଗଡ଼ ବନାଞ୍ଚଳ ଅଧିକାରୀ ସୁଶାନ୍ତ ସ୍ଵାଇଁ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


ରିପୋର୍ଟ

ସୁଶାନ୍ତ ଆଚାର୍ଯ୍ୟ

ନୟାଗଡ

Comments

Popular posts from this blog

କଂଗ୍ରେସ କର୍ମୀ ମାନଙ୍କ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ