ବେରୋଜଗାରୀ ବୃଦ୍ଧି ପ୍ରତିବାଦରେ ବେରୋଜଗାରୀ ଦିବସ



ବର୍ଷକୁ ଦୁଇକୋଟି ଯୁବକଙ୍କୁ କର୍ମନିଯୁକ୍ତି ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା । ଏହାକୁ ପ୍ରତାରଣା କରାଯାଇଥିବାରୁ ଶାସନକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପାଠୁଆ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ବେରୋଜଗାରୀ ବୃଦ୍ଧି କରିବା ପ୍ରତିବାଦରେ  ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ ବେରୋଜଗାରୀ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଆଜି କର୍ମକର୍ତ୍ତାମାନେ ସର୍ବସାଧାରଣରେ ଜୋତା ପଲିସ କରିଛନ୍ତି । ନୟାଗଡ ଟ୍ରାଫିକ ଛକ ବସଷ୍ଟପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବକଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ମୀରାବୁବେକାର ସିଦ୍ଦିକି, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡ଼ା, ଜ଼ିଲ୍ଲା ଖଣ୍ଡପଡ଼ା ବ୍ଲକ ସଭାପତି ଦେବବ୍ରତ ବେହେରା, ନୂଆଗାଁ ବ୍ଲକ ସଭାପତି ଅଶୋକ ନାୟକ, ନୟାଗଡ଼ ଜିଲ୍ଲା ସଭାପତି ରଣଜିତ ଦାଶ ଏଵଂ ରାଜ୍ୟ କଂଗ୍ରେସ ସମ୍ପାଦକ ହୁସେନ ଖାଁ ପ୍ରମୁଖ ଯୋଗ ଦାନ କରିଥିଲେ। 


ରିପୋର୍ଟ

ସୁଶାନ୍ତ ଆଚାର୍ଯ୍ୟ

ନୟାଗଡ


Comments

Popular posts from this blog

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

କୃଷି ବିଲ ବିରୋଧ କରି ବନ୍ଦ ପାଳନ

ଆସିଲା ଅନ୍ୟ ଏକ ବିପଦ; ୟେଲୋ ଫଙ୍ଗସ