Posts

Showing posts from December, 2020

କାଲି ଠାରୁ କରୋନା ଡ୍ରାଏ ରନ

Image
କାଲି ଠାରୁ କରୋନା ଡ୍ରାଏ ରନ ଆସନ୍ତାକାଲି ଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ । ଟିକାର ଡ୍ରାଏ ରନ୍ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏନେଇ ଡିଏମ୍ଇଟି ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣିଆ ଟିମ୍ ଉପସ୍ଥିତ ରହିବେ । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ କୋଭିଡ୍ ଟିକାର ଡ୍ରାଏ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଜୟଦେବ ନିର୍ବାଚନ ମଣ୍ଡଳୀରେ ସୁଶାସନ ଦିବସ ପାଳନ

Image
ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା,ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମତିଥିରେ ଜୟଦେବ ନିର୍ବାଚନ ମଣ୍ଡଳୀ ବାଳକାଟି ମଣ୍ଡଳରେ ମଣ୍ଡଳ ସଭାପତି ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁବାସ ଜେନା ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ମାଗୁଣୀ ସେଠୀ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ, କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଜୟଦେବର ଯୁବନେତା ବସନ୍ତ ନାୟକ,ଜିଲ୍ଲା କାର୍ଯ୍ୟକାରିଣୀ ସଦଶ୍ୟ ସନ୍ତୋଷ କୁଣ୍ଡୁ ଜାମିନ ଦାଶ,ଅଶୋକ ସାହୁ,ଜଗନ୍ନାଥ ବେହେରା, ବଳରାମ ବେହେରା,ଟୁକୁ ବାରିକ,ଭାଗୀରଥି ତ୍ରିପାଠୀ, ତପନ କୁମାର ବସ୍ତିଆ, ନିରଞ୍ଜନ  ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ ।

ମାଲକାନଗିରି ଜିଲ୍ଲାରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆରମ୍ଭ

ମାଲକାନଗିରି ଜିଲ୍ଲାରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆରମ୍ଭ ଗତ ୧୧.୧୨.୨୦୨୦ ରିଖ ଠାରୁ କ୍ରିକେଟ ର ଉନ୍ନତି ନିମନ୍ତେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକ ରେ କ୍ରିକେଟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଓଡିଶା କ୍ରିକେଟ ଆସୋସିଏସନ କଟକରୁ ଆସିଥିବା ପ୍ରଶିକ୍ଷକ ବ୍ରହ୍ମାନନ୍ଦ ବେହେରାଙ୍କ ଜ୍ଞାନ କୌଶଳରେ ଜିଲ୍ଲାର ବିଭିନ୍ନ ବର୍ଗର ଖେଳାଳୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଜିଲ୍ଲା କ୍ରିକେଟ ସଂଘ ଦ୍ବାରା ଅନୁବନ୍ଧିତ  କ୍ରିକେଟ କ୍ଲବ ଗୁଡିକ ଯଥା ମାଲକାନଗିରି ସଦରମହକୁମା ର ୨ ଟି, ପଡ଼ିଆ, କାଲିମେଳା, ଚିତ୍ରକୋଣ୍ଡା, ବାଲିମେଳା ଓ ମାଥିଲି ଏଭଳି ୭ଟି କ୍ଲବ କୁ ନେଇ ପ୍ରତି ବ୍ଲକ ରେ ୩ ଦିନ ଲେଖାଏଁ ମାଗଣାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଜିଲ୍ଲା କ୍ରିକେଟ ଆସୋସିଏସନ ର ସଂପାଦକ ହୃଦାନନ୍ଦ ସାହୁଙ୍କ ସହ ସାକ୍ଷାତକାରରେ ସେ କହିଲେ ଯେ ଜିଲ୍ଲାରେ ବହୁ ପ୍ରତିଭା ଲୁକ୍କାୟିତ ଭାବେ ରହିଛି।  ସେମାନଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ କ୍ରିକେଟର ଜ୍ଞାନ ଦିଆଯିବ ଓ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ଚୟନ କରି ବିଭିନ୍ନ କ୍ରିକେଟ ପ୍ରତିଯୋଗିତା କୁ ପଠାଯିବ। ଏହି ଶିବିରକୁ ଜିଲ୍ଲା କ୍ରିକେଟ ଆସୋସିଏସନ ର ସଭାପତି ମହମ୍ମଦ ଫାରୁକ୍, ଶକଂର କ୍ଷିତି ଯୁଗ୍ମ ସଂପାଦକ, ସତବୀର ସିଂ କୋଷାଧ୍ୟକ୍ଷ, ଉପସଭାପତି ରାଜକମଳ ପୁରୋହିତ, ବରିଷ୍ଠ ଖେଳାଳୀ ତଥା ପରାମର୍ଶ ଦାତା ଏସ.ପ୍ରଶାଦ୍ ରାଓ କଂ ତତ୍ତ୍ୱାବଧା...

ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି

Image
ଅବହେଳିତ ଫାଣ୍ଡି ; କୌଣସି ଦୃଷ୍ଟି ପଡୁନି ଭୁବନେଶ୍ୱର ମହାନଗର ଠାରୁ ଖୁବ କମ ଦୂରତାରେ ଥିବା ବାଲିଅନ୍ତା ବ୍ଲକ ଅଧୀନରେ ରହିଛି ବାଳକାଟି ଫାଣ୍ଡି । ଏହା ବାଲିଅନ୍ତା ଥାନା ଅନ୍ତର୍ଗତ ଓ ଏକ ବହୁଳ ଜନସାଧାରଣ ରହୁଥିବା ଅଞ୍ଚଳ ବାଳକାଟି ତଥା ଏହାର ଆଖପାଖ ଅଞ୍ଚଳରେ ଆଇନ କାନୁନ ବ୍ୟବସ୍ଥା ପାଇଁ ଏକମାତ୍ର ଆସ୍ଥା । କିନ୍ତୁ ବାସ୍ତବିକ କ୍ଷେତ୍ରରେ ଏହି ଫାଣ୍ଡିର ଦୁରାଵସ୍ଥା କହିଲେ ସରିବନି । କାହିଁ କେଉଁ କାଳରୁ ଏହା ଅସ୍ଥାୟୀ ଭଡାଘରେ ଚାଲିଛି । ଅବଶ୍ୟ ବିଗତ କିଛି ବର୍ଷ ତଳେ ଏଠାରେ ଥାନା ପାଇଁ ଜମି ଅଧିଗ୍ରହଣ କରା ଯାଇଥିଲା, କିନ୍ତୁ ଅଦ୍ୟାବପି ଖଣ୍ଡେ ପଥର ମଧ୍ୟ ପଡିନାହିଁ । ଏହାର ଚିତ୍ର ଦେଖିଲେ ମଧ୍ୟ ଆଖିରେ ବିଶ୍ୱାସ କରି ହୁଏନାହିଁ। ଉପରେ ପଲିଥିନ ଘୋଡା ହୋଇଛି ବର୍ଷା ରୋକିବାକୁ । ସବୁଠାରୁ ବଡ଼ କଥା ହେଲା ବର୍ଷା ଦିନେ ଏହି ଫାଣ୍ଡି ଆଗରେ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଜମାରହେ ଓ ସେହି ରାସ୍ତାରେ ସାଧାରଣ ଯାତାୟାତ କରିବା ମଧ୍ୟ ଅସମ୍ଭବ ହୋଇଯାଏ ।  ସୁରକ୍ଷା ବ୍ୟବସ୍ଥା ପାଇଁ ୨୪ ଘଣ୍ଟା ନିଜକୁ ପ୍ରସ୍ତୁତ ରଖୁଥିବା ପୋଲିସ ବିଭାଗ ଯଦି ନିଜେ ଅସୁରକ୍ଷିତ ହେବ ତେବେ ସେଠାରେ ସାଧାରଣ ଜୀବନ ଅସୁରକ୍ଷିତ ହେବା କିଛି ବଡ଼ କଥା ନୁହେଁ । ଆମେ ଆଶା କରୁଛୁ ଏହି ଦୁରାଵସ୍ଥା ଖୁବ ଶୀଘ୍ର ବିଭାଗୀୟ ଅଧିକାରୀ ତଥା ସରକାରଙ୍କ ନଜରକୁ ଆସୁ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ । ...

ଅବହେଳିତ ଜୟଦେବ ପୀଠ

Image
ଅବହେଳିତ ଜୟଦେବ ପୀଠ ଭୁବନେଶ୍ୱର ନିକଟରେ ଥିବା କେନ୍ଦୁଲି ଗ୍ରାମରେ କବି ଜୟଦେବଙ୍କ ଗ୍ରାମରେ ରହିଛି ପ୍ରସିଦ୍ଧ ଜୟଦେବ ପୀଠ । ଦିନେ ପର୍ଯ୍ୟଟନ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ସ୍ଥାନ ବହନ କରୁଥିବା ଏହି ପୀଠ ଏବେ ଧୂଳିସାତ ହେବାକୁ ବସିଛି । ଦିନ ଥିଲା ଏହି ସ୍ଥାନରେ ଅସଂଖ୍ୟ ପର୍ଯ୍ୟଟକ ପ୍ରତି ଦିନ ଆସୁଥିଲେ, କିନ୍ତୁ ଫନି ବାତ୍ୟା ଉଜାଡ଼ି ଦେଇଥିଲା ସମଗ୍ର ପୀଠର ସୌନ୍ଦର୍ଯ୍ୟ । କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ବାରମ୍ବାର ଏହି ସ୍ଥାନକୁ ସଫା କରାଯାଇଥିଲେ ମଧ୍ୟ ଏହାର ପୂର୍ବ ରୂପ ଫେରିବା କଷ୍ଟସାଧ୍ୟ । ଦୁଃଖର ବିଷୟ କି ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇନାହିଁ। ଏହାର ପୁନଃ ନବୀକରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବ୍ରହ୍ମପୁରରେ ବଡ଼ ଧରଣର ଡକାୟତି

Image
ବ୍ରହ୍ମପୁରରେ ବଡ଼ ଧରଣର ଡକାୟତି ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଥିବା ଏକ ସୁନା ଦୋକାନରୁ ୪ଶହ ଗ୍ରାମ ଓଜନର ସୁନା ଅଳଙ୍କାର ସହ ୧ ଲକ୍ଷ ୪୦ହଜାର ଟଙ୍କା ଚୋରି ହୋଇଥିବାର ଅଭିଯୋଗ ହୋଇଛି। ବଡ଼ ବଜାର ଥାନା ଅଞ୍ଚଳରେ ଥିବା କେଶବ ଜୁଏଲାରିର ମାଲିକ ପି ସତ୍ୟନାରାୟଣ ସେନାପତି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳ ୧୦ଟାରେ ଦୋକାନ ଖୋଲିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଡ୍ରରେ ଥିବା ୧ ଲକ୍ଷ ୧ ଲକ୍ଷ ୪୦ହଜାର ଟଙ୍କା ଚୋରି ହୋଇଯାଇଛି। ଏହାଛଡ଼ା ମରାମତି ଲାଗି ଆସିଥିବା ୪ଶହ ଗ୍ରାମ ଓଜନର ସୁନା ଅଳଙ୍କାର ମଧ୍ୟ ଚୋରି ହୋଇଛି। ତେବେ ଲକରରେ ଥିବା ସୁନା ଅଳଙ୍କାର ସୁରକ୍ଷିତ ରହିଥିବା ଦେଖିବା ସହ ଚୋରମାନେ ଲକର୍ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହେବାରୁ ସେଥିରେ ଥିବା ସୁନା ଲୁଟିବାରେ ଅସଫଳ ହୋଇଥିବା ଜାଣିବାକୁ ପାଇଥିଲେ। ଏସଂପର୍କରେ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମୋ ସ୍କୁଲ ଅଭିଯାନକୁ ସଫଳତା

Image
ମୋ ସ୍କୁଲ ଅଭିଯାନକୁ ସଫଳତା ଖୋର୍ଦ୍ଧା ଜିଲ୍ଲାର ଏକ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପ ଶାସନ ନୋଡାଲ ବାଳକ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୋମବାର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପଟ୍ଟନାୟକଙ୍କୁ "ମୋ ସ୍କୁଲ ଅଭିଯାନ" ମାଧ୍ୟମରେ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ବିଦ୍ୟାଳୟର ଖେଳ ପଡ଼ିଆର ଉନ୍ନତି ନିମନ୍ତେ ଏହି ଅର୍ଥକୁ ବିନିଯୋଗ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ଉପସଭାପତି ବେଣୁଧର ଭୋଇ, ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ, ସଂପାଦକ ସୁଜିତ ବେହେରା, ସଭ୍ୟ ପ୍ରଶାନ୍ତ କୁମାର ବାରିକ, ପୁରାତନ ଛାତ୍ର ସୂର୍ଯ୍ୟକାନ୍ତ ଭୋଳ ପ୍ରମୂଖ ଉପସ୍ଥିତ ଥିଲେ । ମୋ ସ୍କୁଲ ଅଭିଯାନରେ ଏହି ପ୍ରକାର ସହଯୋଗ ନିଶ୍ଚିତଭାବେ ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ନୂତନ ସ୍ତରକୁ ନେଇ ପାରିବ ବୋଲି ଆଶା ଓ ବିଶ୍ୱାସ ।

ଆଜିର ମୁଖ୍ୟ ଖବର

Image
ଆଜିର ଖବର ତାରିଖ - ୧୩/୧୨/୨୦୨୦(ରବିବାର) ୧. ମାସ୍କ ଯୋଗୁଁ ଶ୍ବାସଜନିତ ରୋଗ‌ୀଙ୍କ ସଂଖ୍ୟ‌ାରେ ୬୦% ହ୍ରାସ । ୨. ପରୀ ମୃତ୍ୟୁ ମାମଲା : ସନ୍ଦିଗ୍ଧ କଲେଜ ଛାତ୍ରଙ୍କ ଘରେ ପୁଣି ଏସ୍‌ଆଇଟି ଚଢ଼ଉ । ୩. ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୮ଶହ ଟପି ଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୪ଜଣ ରୋଗୀଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି ।  ୪. ଇଏସ୍‌ଆଇ ଡାକ୍ତରଙ୍କୁ ମିଳିଲାନି କୋଭିଡ୍‌ ଯୋଦ୍ଧାର ମାନ୍ୟତା । ୫. ‌ସଚିବାଳୟରେ କାର୍ଯ୍ୟରତ ଡେସ୍କ ଅଫିସରଙ୍କ ଗ୍ରେଡେସନ ତାଲିକାକୁ ନେଇ ବିବାଦ : ନିଷ୍ପତ୍ତି ନେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ । ୬. ପୁଣି ଏକାଠି ହେବେ ରଣବୀର-ଆଲିଆ । ୭. ଓଡ଼ିଶା ରାଜ୍ୟରେ କୋଭିଡ୍‍ ସଂକ୍ରମିତଙ୍କ ସଂଖ୍ୟାରେ ୩୩୫ ବୃଦ୍ଧି ପାଇ ମୋଟ୍‍ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ରେ ପହଞ୍ଚିଛି ।   ୮. କରୋନା ମହାମାରୀ ସତ୍ତେ୍ୱ ଦେଶରେ ଅର୍ଥନୈତିକ କ୍ଷେତ୍ରରେ ସୁଧାର ଘଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।    ୯. ତାଳଚେର ମେଡିକାଲ କଲେଜକୁ ସରକାରଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ପାଖରେ ଉପସ୍ଥାପନା ନେଇ ଅଂଚଳବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଦାବୀ ପତ୍ର ପ୍ରଦାନ । ୧୦. ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ହେଲେ ‘ମାନ୍ନା’ । ୧୧. ଓଡ଼ିଶ...

ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର ତାରିଖ - ୧୨/୧୨/୨୦୨୦(ଶନିବାର) ୧. କୃଷି ବିଲ ଉଚ୍ଛେଦ ଦାବିରେ ଅଟଳ ଚାଷୀ ସଂଗଠନ , ଆଜି ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ । ୨. ନୂଆଦିଲ୍ଲୀ ରେ ଚାଷୀ ଆନ୍ଦୋଳନ ସ୍ଥଳରେ ଲାଗିଲା ଦେଶଦ୍ରୋହୀ ଅଭିଯୁକ୍ତଙ୍କ ପୋଷ୍ଟର । ୩. ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ୍ ଆଧାରିତ କାରଖାନା : ଧର୍ମେନ୍ଦ୍ର । ୪. ରାଜ୍ୟରେ ଦିନକରେ ୩୮୭ ନୂଆ ଆକ୍ରାନ୍ତ , ୪୦୮ ସୁସ୍ଥ , ୪ ମୃତ , ୧୭୯୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା । ୫. ଭାରତର ଉର୍ଜା କ୍ଷେତ୍ରରେ କତାର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାସ୍କ୍ ଫୋର୍ସ : ଧର୍ମେନ୍ଦ୍ର । ୬. ନବନିଯୁକ୍ତ କୁଳପତିମାନଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ ; ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟ ଓ ଗବେଷଣା ଦିଗରେ କୁଳପତିମାନେ ଗୁରୁତ୍ୱ ଦିଅନ୍ତୁ : ମନ୍ତ୍ରୀ। ୭. ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାର ସଫଳତା ପ୍ରତି ଯତ୍ନବାନ ହେବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ମୋଦି । ୮. ଚାଷୀ ଆନ୍ଦୋଳନ ପ୍ରଶ୍ନରେ ଭାରତ-ପାକ୍ କଥା କହିଲେ ବ୍ରିଟିଶ ପିଏମ୍ । ୯. ରାଉରକେଲାରେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ । ୧୦. ଫିଟ୍ ହେଲେ ରୋହିତ ଶର୍ମା : ୧୪ ରେ ଯିବେ ଅଷ୍ଟ୍ରେଲିଆ । ୧୧. ବ୍ୟାଟିଂରେ ଚମକିଲେ ଯଶପ୍ରୀତ ବୁମରା । ୧୨. ଚାଷୀ , ମିଶନ ଶକ୍ତି ଓ ଏମ୍ଏସ୍ଏମଓ କ୍ଷେତ୍ରକୁ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ୧୩. ନୂଆଦିଲ୍ଲୀ : ଗତ ୨୪ ଘ...

ଆଜିର ମୁଖ୍ୟ ଖବର

Image
ଆଜିର ମୁଖ୍ୟ ଖବର ତାରିଖ  ୧୧/୧୨/୨୦, ଶୁକ୍ରବାର ➡️୧-ଫାଇଜର ଟିକା ବ୍ୟବହାର ପାଇଁ ମିଳିଲା ଅନୁମତି, ଫାଇଜର ଟିକାର ବ୍ୟବହାର ପାଇଁ ଆମେରିକା ପକ୍ଷରୁ ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆମେରିକାର ଏକ ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେଇଛନ୍ତି। ➡️୨-ଇଞ୍ଜନିୟରିଂ ଓ ଆରକିଟେକଚର ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍‌ ଏଣିକି ବର୍ଷକୁ ୪ଥର ହେବ। ଆସନ୍ତା ବର୍ଷ ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ➡️୩-ହରିୟାଣାରେ ଆସନ୍ତା ୧୪ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ପିଲାଙ୍କୁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ସ୍କୁଲ ଚାଲିବ । ➡️୪-ବଦଳିବ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ରୂପରେଖ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଂଗ୍ରହାଳୟ ପକ୍ଷରୁ ଦୁଇଟି ନୂଆ ଗ୍ୟାଲେରୀ ଖୋଲିବାକୁ ଯୋଜନା କରାଯାଉଛି। ➡️୫-ଖୁବଶୀଘ୍ର ଆଧାର କାର୍ଡ ପରି ଭୋଟର ଫଟୋ ପରିଚୟ ପତ୍ର (ଇପିଆଇସି) ଡିଜିଟାଲ ରୂପ ନେବାକୁ ଯାଉଛି। ଡିଜିଟାଲ ରୂପ ନେବା ପରେ ଭୋଟର ନିଜର ପରିଚୟପତ୍ରକୁ ଅନଲାଇନ ରୁ ଡାଉନଲୋଡ କରିପାରିବେ। ➡️୬-ବିଗୁଡୁଛି ଅନଶନରେ ବସିଥିବା ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍...

କୃଷି ବିଲ ବିରୋଧ କରି ବନ୍ଦ ପାଳନ

Image
କୃଷି ବିଲଜୁ ବିରୋଧ କରି ଭାରତ ବନ୍ଦ ଗତ ୮ ତାରିଖ ଦିନ ଜୟଦେବ ନିର୍ବାଚନ ମଣ୍ଡଳୀ ର ବାଲିପାଟଣା ଠାରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ବିରୋଧ କରି ଶାନ୍ତିପୁର୍ଣ୍ଣ ଭାରତ ବନ୍ଦ ଡାକରାକୁ ସମର୍ଥନ କରା ଯାଇଥିଲା। ଏହି ବନ୍ଦ ଡାକରା ରେ ଅନେକ ସ୍ଥାନୀୟ କର୍ମୀ ତଥା ଜନସାଧାରଣ ଉପସ୍ଥିତ ରହି ନିଜର ସମର୍ଥନ ଜଣାଇଥିଲେ । ରିପୋର୍ଟ ପ୍ରଦୀପ ଭୋଇ ବାଲିଅନ୍ତା

ବନ୍ଧୁତ୍ବପୁର୍ଣ୍ଣ କ୍ରିକେଟ ମ୍ୟାଚ

Image
ତା. 6.12.2020 ରିଖ ରେ  ଡ଼ି.ଏନ.କେ ଖେଳ ପଡିଆ ଠାରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ର ଆୟୋଜନ, କ୍ରିକେଟ ସଂଘ ମାଲକାନଗିରି ତରଫରୁ କରାଯାଇ ଥିଲା ଏଥିରେ କ୍ରିକେଟର ଏସୋସିଏସନ ମାଲକାନଗିରି ଓ ଫ୍ରେଣ୍ଡସ କ୍ରିକେଟ କ୍ଲବ ପଡିଆ ଯୋଗଦେଇ ଥିଲେ l  ପ୍ରଥମେ  କ୍ରିକେଟ ସଂଘ ମାଲକାନଗିରି ର ଅଧିନାୟକ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଟଚ ଜିତି ଥିଲେ ଓ ପଡିଆ କ୍ରିକେଟ କ୍ଲବ ଙ୍କୁ ବ୍ୟାଟିଂ କରିବା ପାଁଇ ନିମନ୍ତ୍ରଣ କରି ଥିଲେ I  ଏହି ମ୍ୟାଚ ନିର୍ଧାରିତ ୪୦ ଓଭର ବିଶିଷ୍ଟ ଥିଲା.I  ଏହି ମ୍ୟାଚ ରେ ମଲକାନଗିରି ଜିଲ୍ଳା କ୍ରିକେଟ ସଂଘ ର ସଭାପତି ଶ୍ରୀ. ଏମ ଡି ଫାରୁକ,  ସମ୍ପାଦକ. ଶ୍ରୀ. ହୃଦାନନ୍ଦ ସାହୁ, ଶ୍ରୀ ପ୍ରଶାଦୀ ରାଓ, କ୍ରିକେଟ ଆସୋସିଏସନ ର ଜନ୍ମ ଦାତା ଶ୍ରୀ. ପ୍ରତାପ ରାଜ ଚନ୍ଦ୍ର ତା ସହିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ବନ୍ଧୁତ୍ବ ପୂର୍ଣ୍ଣ ମ୍ୟାଚ ର ଆନନ୍ଦ ନେଇ ଥିଲେ. ପ୍ରଥମେ ବ୍ୟାଟିଂ କରି ପଡିଆ କ୍ରିକେଟ କ୍ଲବ ୩୩ ଓଭର ବ୍ୟାଟିଂ କରି ୧୫୮ ରନ ସଂଗ୍ରହ କରିଥିଲେ ଓ ଏହି ରନ କୁ ପିଛା କରି ୩୨ ଓଭର ରେ ୧୫୯ ରନ କ୍ରିକେଟ ଆସୋସିଏସନ ମାଲକାନଗିରି  ସଂଗ୍ରହ କରି ଥିଲା.I ଏଥିରେ 5 ଗୋଟି wicket ପ୍ରାପ୍ତ କରି ଶ୍ରୀ. ସୂର୍ଯ୍ୟ ନାରାୟଣ ନାୟକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇ ଥିଲେ.!  ଏହି ମ୍ୟାଚ କୁ ଶ୍ରୀ ଶଙ୍କର ଖେତୀ ଓ ଶ୍...

ଆଜିର ମୁଖ୍ୟ ଖବର

Image
ସଂକ୍ଷେପରେ ମୁଖ୍ୟ ଖବର                  ✍🏽ଖୁସି ଖବର ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯରେ ଏଯାବତ୍ ୩,୧୫,୮୪୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।  ✍🏽ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ ମ୍ୟାଚ୍‌। ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଭାରତ। ଏହା ସହ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ।ଅଷ୍ଟ୍ରେଲିଆ ୧୯୪/୫, ଭାରତ ୧୯୫/୪*  ✍🏽Pfizerଙ୍କ ଟିକା ସୁରକ୍ଷିତ ଘୋଷଣା ପରେ ଇତିହାସର ସବୁଠୁ ବଡ ଟିକାକରଣ ଲାଗି ଆରମ୍ଭ ହେଲା ବ୍ରିଟେନର ପ୍ରସ୍ତୁତି*  ✍🏽ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଗତ ୧୧ ମାସ ମଧ୍ୟରେ ବଡ଼ ସଫଳତା ମିଳିଛି।୨୧୧ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।୪୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।  ✍🏽ଟିଭି ଓ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କ ୮୩ ବର୍ଷ ବୟସରେ ପରଲୋକ। ଗତ କିଛି ଦିନ ଧରି ହୃଦରୋଗରେ ପୀଡିତ ଥିଲେ।  ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ୩୧ ପଜିଟିଭ୍ ଚିହ୍ନଟ । ସେପଟେ ସୁସ୍ଥ ହେଲେ ଆଉ ୪୦ ଜଣ*  ✍🏽ବୈଜ୍ଞାନିକଙ୍କ ଦାବି, ୨୪ ଘଣ୍ଟା ଭିତରେ Molnupiravir ରେ ଠିକ୍ ହୋଇଯିବେ କରୋନା ରୋଗୀ...*  ✍🏽ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର କମ୍ପା...

ଆଜିର ମୁଖ୍ୟ ଖବର

Image
ଆଜିର ମୁଖ୍ୟ ଖବର ତାରିଖ  ୦୪/୧୨/୨୦, ଶୁକ୍ରବାର ➡️୧-ଆଜି ପାଳନ କରାଯାଉଛି ଭାରତୀୟ ନୌସେନା ଦିବସ : ୧୯୭୧ ମସିହା ଆଜିର ଦିନରେ କରାଚି ହାରବର ଉପରେ ହୋଇଥିଲା ଆକ୍ରମଣ । ➡️୨-‌ମୈନପୁରୀରୁ ଜଣେ ୮୫ ବର୍ଷୀୟା ବୃଦ୍ଧା ବିତ୍ତନ ଦେବୀ ତାଙ୍କର ସମସ୍ତ ଜମିବାଡ଼ି ଏବଂ ସମ୍ପତ୍ତିକୁ ମୋଦୀଙ୍କ ନାମରେ କରିଦେବାକୁ ଚାହିଛନ୍ତି। ପୁଅ ବୋହୁ ନପଚାରିବାରୁ ବୃଦ୍ଧା ଜଣଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି। ➡️୩-କ୍ଲାସରୁମ୍‌ରେ ହେବ ମାଟ୍ରିକ୍ ଏବଂ ପ୍ଲସ୍‌ ଟୁ ପରୀକ୍ଷା- ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ➡️୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନ୍‌ଫରେନ୍‌ସିଂ ଜରିଆରେହୀ ଉଦଘାଟନ । ରାକୁଦରେ ହେବ କେଜ୍‌ କଲ୍‌ଚର ମାଛ ଚାଷ, ମତ୍ସ୍ୟ ବିଭାଗର ୧୫ଟି ସେବା ହେଲା ଅନଲାଇନ । ➡️୫-ରାଜ୍ୟରେ ଆସନ୍ତା ୧୦ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ତଳକୁ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ➡️୬-ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ବର ଆଇଆଇଟିର ସଫଳତା, ୭ ଛାତ୍ରଛାତ୍ରୀଙ୍କୁ ୪୫ ଲକ୍ଷରେ ନିଯୁକ୍ତି । ➡️୭-ଲଭ୍‌ ଜିହାଦ ଆଇନକୁ ବିରୋଧ; ସୁପ୍ରିମକୋର୍ଟରେ ୨ ମାମଲା, ଉତ୍ତର ପ୍ରଦେଶରେ ପ୍ରଥମ ଗିରଫଦାରୀ । ➡️୮-ରାଜନୈତିକ କ୍ୟାରିୟରକୁ ନେ...

ଆଜିର ମୁଖ୍ୟ ଖବର

Image
ଆଜିର ମୁଖ୍ୟ ଖବର ତାରିଖ  ୦୨/୧୨/୨୦, ବୁଧବାର ➡️୧-ସରିଲା ୧୦ ଦିନିଆ ପୂର୍ବାଞ୍ଚଳ ପ୍ରି-ରିପବ୍ଲିକ ଡେ’ କ୍ୟାମ୍ପ, ନୂଆଦିଲ୍ଲୀ ପରେଡ ପାଇଁ ୪୦ ମନୋନୀତ । ➡️୨-୫-ଟିରେ ଓଏମ୍‌ସିର ୨ ଅନ୍‌ଲାଇନ୍‌ ସେବା: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ । ➡️୩-ସେରମ୍ ଇନଷ୍ଟିଚ୍ୟୁଟର ବଡ଼ ଦାବି । କୋଭିସିଲ୍ଡ ଟୀକା ସୁରକ୍ଷିତ ଏବଂ ପ୍ରତିରୋଧକଶକ୍ତି ଯୁକ୍ତ । ➡️୪-ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ପୁଲିସ ଅଧିକାରୀମାନେ ମାନୁଆଲ ଚାଲାଣ ବଦଳରେ ଇ-ଚାଲାଣ ଦେବେ, ଆଉ ଚାଳିବନି ମାନୁଆଲ ବିଲ । ➡️୫-ଚାଇନିଜ୍ ଓ ଋଷୀୟ ଭାଷାରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ କାହାଣୀ । ଦେଶର ୧୦ ଜଣ ଲେଖକଙ୍କ କୃତି ମଧ୍ୟରେ ସ୍ଥାନ ପାଇଲା ମନୋଜ ଦାସଙ୍କ କାଳଜୟୀ କୃତି । ➡️୬-ନଭେମ୍ବର ୨୦୨୦ରେ ମୋଟ ୧, ୦୪, ୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ- ପୂର୍ବବର୍ଷ ଏହି ଅବଧି ତୁଳନାରେ ଜିଏସଟି ସଂଗ୍ରହ ୧.୪% ବୃଦ୍ଧି । ➡️୭-ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ➡️୮-ଭାରତ ମହାସାଗରରେ ଚୀନ ଗୁଇନ୍ଦା ଜାହାଜ ଓ ଯୁଦ୍ଧ ଜାହାଜର ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଏଥିସହିତ ମାଛଧରିବା ଆଳରେ ମଧ୍ୟ ବହୁ ସଂଖ୍ୟକ ଜାହାଜ ଭାରତ ମହାସାଗରରେ ବିଚରଣ କରୁଥିବା ଲକ୍ଷ୍ୟ କରାଯାଉଛି। ➡️୯-ବୈଜ୍ଞାନିକ ମାନଙ୍କର ନୂଆ ଉଦ୍ଭାବନ : ମଙ୍ଗଳ ଗ୍ରହ...