Posts

Showing posts from November, 2020

କାମାକ୍ଷା ନଗର ଠାରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ

Image
କାମାକ୍ଷା ନଗର ଠାରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କାମାକ୍ଷା ନଗର ବିଜ୍ଞାପିତ ପରିଷଦ ତରଫରୁ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି ।  ତେବେ ନୂତନ ଭାବେ ତିଆରି ହୋଇଥିବା ଏହି ଶୌଚାଳୟରୁ ସମସ୍ତ ବର୍ଗର ଲୋକ ମାନେ ଉପକୃତ ହୋଇପାରିବେ। ବିଜ୍ଞାପିତ ଅଞ୍ଚଳ କର୍ମଚାରୀ ମାନଙ୍କ ଦ୍ୱାରା ଏହି ଶୌଚାଳୟର ଶୁଭ ଉଦଘାଟନ କରା ଯାଇଥିଲା। ପୂର୍ବତନ ଉପ ନଗରପାଳ ତଥା ସ୍ଥାନୀୟ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।  ରିପୋର୍ଟ ନିରୋଦ ଦାସ ଢେ଼ଙ୍କାନାଳ

ମାଓବାଦୀ ଓ ପୋଲିସ ଗୁଳି ବିନିମୟ

Image
ମାଓବାଦୀ ଓ ପୋଲିସ ଗୁଳି ବିନିମୟ ଆଜି ପ୍ରଥମ ଥର ପାଁଇ ଆନ୍ଧ୍ର ର BSF ଓ grouuhunds ଓ ଓଡିଶା ପୋଲିସ ର SOG/DVF ଙ୍କ ର ମିଳିତ ଚଢ଼ାଉ ରେ,  ଓଡିଶା ର  ମାଲକାନଗିରି ଜିଲ୍ଳା ର   ଟୋତାଗୁଡା ଜଙ୍ଗଲ (ଯନ୍ତ୍ରୀ ଗ୍ରାମ ପଂଚାୟତ) ରେ  ମାଓବାଦୀ ଓ ପୋଲିସ ମୁହାଁ ମୁଁହି ହୋଇ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲି ଥିଲା ଏଥିରେ ମାଓ ସଂଗଠନ ର ଏକ ପୁରୁଷ କର୍ମୀ ମୃତ୍ୟୁ ହୋଇ ଥିଲା ମୃତ ମୋବାଦୀ ର ଡାକ ନାମ କିଶୋର  ଓ ମାଶା କାବାସି ଘର ଚାନ୍ଦା ମେଟା (ବସ୍ତର ଜିଲ୍ଲା )  ଏବଂ ତାଙ୍କ ନାମରେ 8 ଲକ୍ଷ ଟଙ୍କା ର ପୁରସ୍କାର ରାଶି ଥିଲା ଏଵଂ ଏହି ଜଙ୍ଗଲ ମଧ୍ୟ ରୁ ପ୍ରଚୁର  ମାତ୍ର ରେ ଗୋଳା ବାରୂଦ ସହିତ ଅତ୍ୟାଧୁନିକ ବନ୍ଧୁକ, ମୋବଇଲ, ମାଓ ପୁଶ୍ତକ ଓ ଅନ୍ୟାନ୍ୟ ଅସ୍ତ୍ର ପୋଲିସ ଜବତ କରିଛି l  ପୋଲିସ ବିଭାଗ ଦ୍ୱାରା r ମାଓବାଦୀ ଙ୍କୁ ବନ୍ଧୁକ ଛାଡି ମୁଖ୍ୟ ସ୍ରୋତକୁ ଆସିବା ପାଇଁ ବାରମ୍ବାର କହିବା ସତ୍ୱେ ଓ ସରକାର ସ୍ୱାଭିମାନ ଅଂଚଳ କୁ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରି ଲୋକଙ୍କୁ  ଉନ୍ନତ ରଖିବା ପ୍ରୟାସ କୁ ଫସର ଫଟେଇ ବା ପାଇଁ ପ୍ରୟାସ କରିବା ଯୋଜନା ଫଣ୍ଡ କରିବା ପ୍ରୟାଶ କୁ ଜାରି ରଖିଥିଲା ମାଓ ସଂସ୍ଥା ଏଵଂ ତାଙ୍କର ଏହିଭଳି ବ୍ୟବସ୍ଥା କୁ ମାଲକାନଗିରି ପୋଲିସ ଓ ଆନ୍ଧ୍ର ପୋଲିସ ଭଣ୍ଡ କରିଛନ୍ତି । ସୂର୍ଯ୍ୟ ନାରାୟଣ ନାୟକ...

ଆଜିର ମୁଖ୍ୟ ଖବର

Image
ଆଜିର ଖବର ତାରିଖ - ୨୮/୧୧/୨୦୨୦(ଶନିବାର) ୧. ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୫୯୪ ପଜିଟିଭ୍, ୧୪ ମୃତ । ୨. ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅବସରରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କାଳିଆର ନାଗାର୍ଜୁନ ବେଶ’। କଳ୍ପନା ଛକସ୍ଥିତ ‘ଉତ୍କଳ ଗ୍ୟାଲେରିଆ’ ମଲ୍‌ରେ ଏହି ଦିବ୍ୟ ଦୁର୍ଲଭ ବେଶର ସ୍ବତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା । ୩. ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ : ବିଶ୍ୱସ୍ତରୀୟ ଅଭିମୁ‌ଖେ ଉତ୍କଳ । ଗ୍ରାମୀଣ କ୍ୟାମ୍ପସରେ ଖୋଲିବ ୪ଟି ନୂଆ ପାଠ୍ୟକ୍ରମ ବିଦେଶ ବିଶ୍ୱବିଦ୍ୟାଳୟ ସହ ରାଜିନାମା ହେବ । ୪. ସ୍ଥିତି ସ୍ପଷ୍ଟ : ମାନ୍ଦାବସ୍ଥା କବଳରେ ଭାରତ । ୫. ନୂଆଦିଲ୍ଲୀ : ଅକ୍ଟୋବରରେ ୩୯,୨୦୦ କୋଟିର ବିତ୍ତୀୟ ନିଅଣ୍ଟ । ୬. ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ । ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ ।  ୭. ନୂଆଦିଲ୍ଲୀ : ଜୁନ୍‌ରୁ କେବଳ ବିଆଇଏସ୍‌ ମାର୍କା ହେଲମେଟ୍‌ । ୮. ଅଙ୍ଗଦାନ ପାଇଁ ସାଂସଦ ଅନୁଭବଙ୍କ ଘୋଷଣା । ୯. ପାକିସ୍ତାନରେ ବଳାତ୍କାରୀଙ୍କୁ ନପୁଂସକ କରାଯିବ । ୧୦. ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମଧ୍ୟବର୍ତ୍ତୀକାଳୀନ...

ଆଜିର ମୁଖ୍ୟ ଖବର

Image
.                  ଆଜିର ମୁଖ୍ୟ ଖବର          *ତାରିଖ ୨୭-୧୧-୨୦ ଶୁକ୍ରବାର* ➡️୧-କଟକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ରାଉରକେଲା ଲୁଟ୍ ଘଟଣାର ଖିଅ ଖୋଜୁଛି ପୁଲିସ୍ । କେମିତି ଧରାପଡ଼ିଲେ ଲୁଟେରା, କେମିତି ହୋଇଥିଲା ଲୁଟ୍…ଦୁଇଟି ଲୁଟରେ ଥିଲା ସମାନତା । ➡️୨-ପରୀ ହତ୍ୟା ମାମଲାକୁ ନେଇ ଦିନ ତମାମ ବନ୍ଦ ରହିଲା ବିଧାନସଭା । ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ରହିଲେ ବିରୋଧୀ । ମନ୍ତ୍ରୀ କହିଲେ, ଘଟଣାକୁ ନେଇ କରାନଯାଉ ରାଜନୀତି, ଦୋଷୀ ଯିଏ ଥିବ ଦଣ୍ଡ ପାଇବ ।  ➡️୩-ବେଶ ବାହାରିଲା, ବଡ ଦେଉଳରେ ପହଞ୍ଚିଲା । ଶ୍ରୀମନ୍ଦିରରେ ପ୍ରବେଶ କଲା ମହାପ୍ରଭୁଙ୍କ ନାଗା ବେଶ । ଆଉ କେଇ ମୁହୂର୍ତ୍ତ ପରେ ଯୋଦ୍ଧା ବେଶରେ ସଜେଇ ହେବେ ଶ୍ରୀଜିଉ । ➡️୪-ନାଗାର୍ଜୁନ ବେଶ ପାଇଁ ରାତି ୨ଟାରୁ ଲାଗିଲା କଟକଣା, ଜାରି ହେଲା ୧୪୪ ଧାରା । ୧୪୪ ଉଠିବା ପରେ ପତିତପାବନ ଦର୍ଶନ କରିବେ ଭକ୍ତ । ➡️୫-ରାଜ୍ୟରେ ଶୀତଲହରୀ ଜାରି – କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆସନ୍ତା ୨୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି । ➡️୬-ସୁନାବେଡ଼ାରେ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ସହଯୋଗୀ ଫେରାର୍ .। ➡️୭-ଅନ୍ତର୍ଜାତୀୟ ଉଡାଣ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁଣି ରୋକ, ଜାରି ରହିବ କାର୍ଗୋ ସେବା । ➡️୮-ଲୁଟ୍ କରି ମ...

ଆଜିର ମୁଖ୍ୟ ଖବର

Image
ଆଜିର ମୁଖ୍ୟ ଖବର ତାରିଖ - ୨୬/୧୧/୨୦୨୦(ଗୁରୁବାର) ୧. ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ;  ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରସ୍ତୁତ କରାଯାଉ ଟାଇମ୍ ଫ୍ରେମ୍ । ୨. ଜଗାକୁ ଛାଡି ଚାଲିଗଲା କାଳିଆ । ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ । ୩. ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା । ୪. ଡିସେମ୍ବର ପାଇଁ କେନ୍ଦ୍ରର ଗାଇଡ଼୍ ଲାଇନ । ରାତ୍ରିକାଳୀନ କର୍ଫ୍ୟୁ ପାଇଁ ରାଜ୍ୟକୁ କ୍ଷମତା । ୫. ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ । ୬. ରାଜ୍ୟରେ ପୁଣି ୧୬ ଜଣଙ୍କର କରୋନାରେ ମୃତ୍ୟୁ । ଦିନକରେ ୭୩୦ ଆକ୍ରାନ୍ତ , ୭୨୮ ସୁସ୍ଥ । ୭. ୯୨ ଲକ୍ଷ ଟପିଲା ଦେଶରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ , ୪୮୧ ମୃତ , ସୁସ୍ଥ ହାର ୯୩.୭୨% , ମୃତ୍ୟୁ ହାର ୧.୪୬% । ୮. ରାଜଧାନୀରୁ ୩୧ ପଜିଟିଭ୍ , ୫୫ ସୁସ୍ଥ । ୯. ୧୨୦ ଓଡ଼ିଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ ; ଅଧ୍ୟାପକମାନଙ୍କ ନିଷ୍ଠା ଓ ଚେଷ୍ଟା ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିପାରିବ : ଉଚ୍ଚଶିକ୍ଷା ମନ୍ତ୍ରୀ । ୧୦. କ୍ରିକେଟ ଓ ପ୍ରଶଂସକଙ୍କୁ ସୁପର ଫ୍ରାଇଡେର ଅପେକ୍ଷା , ଗୋଟିଏ ଦିନରେ ଖେଳାଯିବ ୩ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ । ୧୧. ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ୍  , କେନ୍ଦ୍ରକୁ ଚିଠି ଲେଖିଲେ ମୂଖ୍ୟ ସଚିବ । ୧୨. ସୀମା ବିବାଦର ହେବ ଆପୋଷ ସମାଧାନ , ବିଧାନସଭାରେ କୋଟିଆ ତାତି । ୧୩. ଦେଶରେ ନୂଆ ସ...

ମାଓବାଦୀଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

Image
ମାଓବାଦୀ ଙ୍କ ହାତରେ ଇଜରାଇଲି ବନ୍ଧୁକ ଏକ୍ସ 95 । ଅତ୍ୟାଧୁନିକ ବନ୍ଧୁକ ଧରି ଲଢ଼େଇ ପାଇଁ ମାଓବାଦୀ ହେଉଛନ୍ତି ପ୍ରସ୍ତୁତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ର କାଂକେର ଜିଲ୍ଲା ରାବଘାଟ ନିକଟରେ ଗତକାଲି ପୋଲିସ ମାଓବାଦୀ ଗୁଳିବିନିମୟ ପରେ ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ମୃତ ମାଓବାଦୀଙ୍କ ନିକଟରୁ ମିଳିଛି ଏହି ଅତ୍ୟାଧୁନିକ ବନ୍ଧୁକ । ମାଓବାଦୀ ଏଭଳି ଅତ୍ୟାଧୁନିକ ବନ୍ଧୁକ ଧରିଥିବା ଜଣାପଡିବା ପରେ ପୋଲିସ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଛି । ଗତକାଲି ଏହି ଗୁଳିବିନିମୟ ହୋଇଥିବା ବେଳେ ଏଥିରେ3ଜଣ ହାର୍ଡକୋର ମାଓବାଦୀ ମୃତ୍ୟୁ ହୋଇଥିବା ସହ ବ୍ୟପକ ବନ୍ଧୁକ ଓ ଗୋଳବାରୁଦ ଜବତ ହୋଇଥିଲା । ରିପୋର୍ଟ ସୂର୍ଯ୍ୟ ନାରାୟଣ ମାଲକାନଗିରି

ଆଜିର ମୁଖ୍ୟ ଖବର

Image
ଆଜିର ଖବର ତାରିଖ - ୨୫/୧୧/୨୦୨୦(ବୁଧବାର) ୧. 'ସମସ୍ତଙ୍କୁ ଟିକା ଏକ ଜାତୀୟ ପ୍ରତିଶ୍ରୁତି' । ସମସ୍ତଙ୍କୁ ମିଳିବ ଟିକା , କେହି ଜଣେ ବି ଟିକାକରଣରୁ ବଞ୍ଚିତ ହେବେ ନାହିଁ : ପ୍ରଧାନମନ୍ତ୍ରୀ । ୨. ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା *'ନିଭାର'* । ପବନର ବେଗ ଘଣ୍ଟା ପ୍ରତି ୧୨୦ ରୁ ୧୩୦ ରହିବ , ପୁଡୁଚେରୀରେ ୧୪୪ ଧାରା ଜାରି , ତାମିଲନାଡୁରେ ସରକାରୀ ଛୁଟି , ଟ୍ରେନ , ବସ୍ ସେବା ବାତିଲ । ୩. କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇବା ଉପରେ କଟକଣା ଜାରି କରିଛନ୍ତି । ୪. ଆଉ ୪୩ଟି ଆପକୁ ନିସିଦ୍ଧ କଲେ କେନ୍ଦ୍ର ସରକାର । ୫. ଭାରତୀୟ ପ୍ରତିରକ୍ଷା କ୍ଷେତ୍ରକୁ ଆଉ ଏକ ସଫଳତା । ସୁପରସୋନିଜ୍ କ୍ରୁଜ୍ ମିଶାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ । ୬. କେନ୍ଦ୍ର ସରକାର ପେନସନ ଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ ଦାଖଲ କରିବାର ସମୟସୀମାକୁ ଆସନ୍ତା ବର୍ଷ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୭. ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଖୋଲିବ ଶ୍ରୀମନ୍ଦିର । ୮. ବହୁଭାଷୀ ଶିକ୍ଷକ ମାନଙ୍କୁ ନିୟମିତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ୯. ରାଜ୍ୟରେ ୨୪ ଘଣ୍ଟାରେ ୩୪ ପଜିଟିଭ୍ , ୫୩ ସୁସ୍ଥ । ୧୦. ନୟାଗଡ଼ ପରୀ ହତ୍ୟା ମାମଲାରେ ନୂଆ ମୋଡ ; ବିଧାନସଭା କମ୍ପିଲା , ଅଡ଼ୁଆରେ ସରକାର । ୧୧. ଅଟକିଲା ପତିତପାବନଙ୍କ ନାଗାର୍ଜୁନ ବେଶ । ...

ଟ୍ରକ ଧକ୍କାରେ ମୃତ୍ୟୁ

Image
ଟ୍ରକ ଧକ୍କାରେ ମୃତ୍ୟୁ ଗଁଦିଆ ଥାନା ବିଧାରପୁର  ନିକଟସ୍ଥ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି । କାମାକ୍ଷା ନଗର ଅଞ୍ଚଳର କାଦୁଆ ଗ୍ରାମର ବୈଦନାଥ ସାହୁ ହିନ୍ଦୋଳ ହାତୁଆ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଭାବେ କାର୍ଯ୍ୟରତ ଥିଲେ। ସେ ଶୁକ୍ରବାର ଦିନ ପରିବାର ରହୁଥିବା ଗଁଦିଆକୁ ଫେରିବା ସମୟରେ ବିଧାରପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ସ୍ୱର୍ଗତଃ ସାହୁଙ୍କ ମୃତ୍ୟୁ ହୋଇଥିଲା। ଟ୍ରଜ ଡ୍ରାଇଭର ଘଟଣା ସ୍ଥକରୁ ଫେରାର ହୋଇଥିଲା। ଘଟଣା ସ୍ଥଳରେ ଗଁଦିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ରିପୋର୍ ନିରୋଦ ଦାଶ ଢେ଼ଙ୍କାନାଳ

୨୦୧୯ରେ ତିଆରି ରାସ୍ତା ୨୦୨୦ରେ ଧୂଳିସାତ

Image
୨୦୧୯ରେ ତିଆରି ରାସ୍ତା ୨୦୨୦ରେ ଧୂଳିସାତ ୨୦୧୯ ଜାନୁୟାରୀ ରେ ଶେଷ ହୋଇଥିବା ମାଥିଲି ଝୁଲନି ବାହାଲ ରୁ ଗଡିଆଲି ସାଢେ ତିନି କିଲୋମିଟର ରାସ୍ତାର ଏଇଟା ଆଜିର ଚିତ୍ର । ଏକ କୋଟି ଏକୋଇଶ ଲକ୍ଷ ଟଙ୍କାରେ ଜଣେ କଂଟାକ୍ଟର ଏ ରାସ୍ତା ତିଆରି କରିଛନ୍ତି । ଅବସ୍ଥା ତ ଆପଣ ଦେଖି ପାରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣ ପାଇଁ ବି ଅଛି କିନ୍ତୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ପ୍ରକାର ଧ୍ୟାନ ଏଥି ନିମନ୍ତେ ନାହିଁ, ଏଣେ ରାସ୍ତାକୁ ବ୍ୟବହାର କରୁଥିବା ଯାତ୍ରୀଙ୍କ ଅବସ୍ଥା ଖରାପ ।  ଦୟାକରି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ଜନସାଧାରଣରେ ଦାବୀ କରା ଯାଉଛି। ରିପୋର୍ ବିପୁଲ ସରକାର ମାଲକାନଗିରି

ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ କଂ ଡି.ଆର.ଡି.ଏ. ରେ ସମୀକ୍ଷା ବୈଠକ

Image
ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ କଂ ଡି.ଆର.ଡି.ଏ. ରେ ସମୀକ୍ଷା ବୈଠକ ଆଜି ମାଲକାନଗିରି ଜିଲ୍ଲା DRDA କନ୍ଫେରେନସ୍ ହଲରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଡ଼ଃ ୟେଦୁଲା ବିଜୟ, IAS କଂ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମୂଖ୍ୟତଃ ଜିଲ୍ଲାରେ ଲାଇନ୍ ବିଭାଗଦ୍ବାରା କାର୍ଯ୍ୟ କାରି କରାଯାଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଦ୍ୱାରା ପରିଚାଳିତ କାର୍ଯ୍ୟ କ୍ରମର ଏକ ସମୀକ୍ଷା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳକଂ ଏହି ପଦକ୍ଷେପ କୁ ସାଧାରଣ କର୍ମଚାରୀ ମାନେ ପ୍ରଶଂସା କରାଯାଉଥିବା  ଦେଖାଯାଇଛି। ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର୍ଟ।

ଆଜିର ମୁଖ୍ୟ ଖବର

Image
ଆଜିର ମୁଖ୍ୟ ଖବର ତାରିଖ - ୨୦/୧୧/୨୦୨୦(ଶୁକ୍ରବାର) ୧. ଆଗାମୀ ୩ ବର୍ଷରେ ୧ ହଜାର ଏଲ୍‌ଏନ୍‌ଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା – ଧର୍ମେନ୍ଦ୍ର ପ୍ରଧାନ । ୨. ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ସରକାର, ହିସାବ ଦେଲେ ସୂଚନାକର୍ମୀ । ୩. ମାସ୍କ ନପିନ୍ଧିଲେ ଏବେ ଦିଲ୍ଲୀରେ ଦବାକୁ ହେବ ୨ ହଜାର ଟଙ୍କା ଜରିମାନା । ଗତ ୨୪ ଘଂଟାରେ ଦିଲ୍ଲୀରେ ୭ହଜାରରୁ ଅଧିକ ସଂକ୍ରମଣର ନୂଆ ରିପୋର୍ଟ । ୪. ସତ୍ୟସାଇ ହସ୍ପିଟାଲ ସହ ପୁଣି ଏମ୍ଓୟୁ ସ୍ବାକ୍ଷର: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା, ମାଗଣାରେ ଚିକିତ୍ସା ହେବେ ଗରିବ ପିଲା । ୫. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ୪ଟି ମାମଲା ଦାୟର କରାଯାଇଛି। ୬. ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ସୀମାବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା କେତେକ ପ୍ରସ୍ତାବକୁ ବିଜେଡି ସମର୍ଥନ କରିଛି। ୭. ୨୦୨୧ରେ ମହାକାଶ ଯାତ୍ରା କରିବ ମାନବ ବିହୀନ ଗଗନଯାନ । ୨୦୨୨ରେ ମଧ୍ୟ ଇସ୍ରୋ ପଠାଇବ ମାନବ ବିହୀନ ମହାକାଶଯାନ । ୮. ରଜତ ଶର୍ମା ନ୍ୟୁଜ ବ୍ରଡକାଷ୍ଟର ଆସୋସିଏସନର ପୁଣି ସଭାପତି ନିର୍ବାଚିତ । ୯. ତାଳଚେର, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ୩ଟି ମେଡିକାଲ କଲେଜର ନିର୍...

୬୯ ତମ ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉସ୍ଛବ ମାଲକାନଗିରି ୨୦୨୦

Image
୬୯ ତମ ଜିଲ୍ଲା ସ୍ତରୀୟ ଗୋ-  ସମ୍ବର୍ଦ୍ଧନା ଉସ୍ଛବ ମାଲକାନଗିରି ୨୦୨୦ ଆଜି ମାଲକାନଗିରି ଜିଲ୍ଲାରେ ୬୯ ତମ ଜିଲ୍ଲା ସ୍ତରୀୟ ଗୋ-  ସମ୍ବର୍ଦ୍ଧନା ଉସୂବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ଡ଼ଃ ସାରଗଂଧର ସତପଥୀ ଜିଲ୍ଲା ପ୍ରାଣୀ ଚିକିତ୍ସକ କଂ ର୍ନିଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡ଼ଃ ଅଶୋକ କୁମାର ତ୍ରିପାଠୀ (ADVO, LP)ଆନୁଷ୍ଠାନିକ ଭାବେ ଗୋ ପୂଜନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ସହିତ ଡଃ ଲକ୍ଷ୍ମୀକାନ୍ତ ବେହେରା SDVO, ଡ଼ଃ  ଗୌରୀ ଶକଂର ସତପଥୀ ADVO(DC), ଜିଲ୍ଲା ସଂଯୋଜକ JK TRUST, ସଦରମହକୁମା ର AVAS, ପଦ୍ମଗିରି VAS, MV07 ର VAS ଓ ପ୍ରାଣୀ ଚିକିତ୍ସାଳୟ ମାଲକାନଗିରି ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟ କ୍ରମ କୁ ଆୟୋଜନ କରିବାରେ ମୂଖ୍ୟ ଭୂମିକା ତୂଳାଇଥିଲେ। ଜିଲ୍ଲାରେ ମାଲକାନଗିରି, କାଲିମେଳା ଓ ମାଥିଲି ବ୍ଲକ ମାନଙ୍କରେ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାର ତଥା ର୍ନିଦ୍ଦେଶକ ପ୍ରାଣୀ ବିକାଶ ବିଭାଗ ଓଡ଼ିଶା ତରଫରୁ ସମସ୍ତ ଜିଲ୍ଲା ମାନଙ୍କୁ ର୍ନିଦ୍ଦେଶ ଦିଆଯାଇଥିଲା ଯେ ଆଜି ଦିନଟିକୁ  ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉସୂବ ଭାବେ ପାଳନ କରିବାକୁ। ଏଥିରେ ୩୦ ଜଣ ଲେଖାଏଁ ଚାଷୀ ମାନଙ୍କ ଡ଼କାଯାଇ ଏକ ତାଲିମ କାର୍ଯ୍ୟକ୍ରମ ଭାବେ କରାଯାଇଥିଲା।ତତ୍ ସହିତ ଭିଡ଼ିଓ କନ୍ଫେରେନସ୍ ମାଧ୍ୟମରେ ଚାଷୀ ମାନଙ୍କୁ ଡ଼ଃ ଅରୁଣ କୁମାର ସାହୁ...

ବିଜେପି ନେତା ଲକ୍ଷ୍ମୀଧରଙ୍କ ବିୟୋଗରେ ଶୋକ

Image
ବିଜେପି ନେତା ଲକ୍ଷ୍ମୀଧରଙ୍କ ବିୟୋଗରେ ଶୋକ ବିଜେପି ନେତା ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକ ସଭା କରାଯାଇଛି। ସେ ଜିଲ୍ଲାରେ ଜଣେ ପ୍ରଖ୍ୟାତ ସମାଜ ସେବୀ ଓ ଆଦର୍ଶବାଦୀ ନେତା ଭାବେ ପରିଚିତ ଥିଲେ। ତାଙ୍କର ବିୟୋଗରେ କାମାକ୍ଷା ନଗର ବ୍ଲକର ଇନ୍ଦପୁର ଗ୍ରାମରେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳର ବିଜେପି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ତାଙ୍କ ଆତ୍ମାର ସଦ୍ ଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ବିଜେପି ନମୋ ଇଣ୍ଡିଆ ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ଢେ଼ଙ୍କାନାଳ ଜିଲ୍ଲା ସଭାପତି ହିମାଦ୍ରୀ ଦାସ , ଜିଲ୍ଲା ସଂଗଠକ ଗଣେଶ ମହାକୁଡ଼, ଗ୍ରାମ ସଭାପତି ଶରତ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲା ମର୍ମାହତ ହୋଇଛି ବୋଲି ସମସ୍ତେ ମତ ଦେଇଥିଲେ।  ରିପୋର୍ଟ ନିରୋଦ ଦାସ ଢେଙ୍କାନାଳ

କେଶରୀୟା ହିନ୍ଦୁ ବାହିନୀ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

Image
କେଶରୀୟା  ହିନ୍ଦୁ ବାହିନୀ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ବଲାଙ୍ଗୀର : ତା :18/11/2020 ବଲାଙ୍ଗୀର କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା ସ୍ତରୀୟ ବୈଠକ ବଲାଙ୍ଗୀର ର  ବମର ହୋଟେଲ ରେ କେଶରୀୟା ହିନ୍ଦୁ ବାହିନୀ ସଭାପତି ସନ୍ତୋଷ ଭୋଳ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ସନ୍ତୋଷ ଭୋଳ, ନଗର ସଭାପତି  ସନ୍ତୋଷ ସାହୁ, ଶଙ୍କରସନ ଆଚାର୍ଯ୍ୟ, ଶ୍ୟାମ ସୁନ୍ଦର ବିଶି, ସୁଶୀଲ ମହାକୁର, ନାରାୟଣ ମହାକୁର, ପ୍ରଦୀପ ସାହୁ, ଦେବରାଜ ନାଗ, ଆଲୋକ ପଣ୍ଡା, ଗଣେଶ୍ୱର ରଥ, ଗିରିଧାରୀ ସାହୁ, ରମେଶ ବାଗ, ମନମୋହନ ସେଠ, ଅଂଶୁମାନ ପଟେଲ  ଓ  ଅନ୍ୟାନ୍ୟ ସଦସ୍ୟ  ଉପସ୍ଥିତ ଥିଲେ l ରିପୋର୍ଟ  ସଦାନନ୍ଦ ଠାକୁର  ଡିସି, ବଲାଙ୍ଗୀର

ଆଜିର ମୁଖ୍ୟ ଖବର

Image
ଆଜିର ମୁଖ୍ୟ ଖବର ତାରିଖ  ୧୮/୧୧/୨୦, ବୁଧବାର ୧-ଲଣ୍ଡନଠାରେ ଚାରି ଏକର ପରିମିତ ଜମିରେ ଖୁବ୍‌ଶୀଘ୍ର ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏଥିସକାଶେ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି ପାଇଁ ଭୁବନେଶ୍ୱରରେ ଦାରୁ ଚିହ୍ନଟ । ୨-୨୦୨୧ ଜାନୁଆରି ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା । ଯେଉଁମାନଙ୍କୁ ୧୮ ବର୍ଷ ବୟସ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିପାରିବେ। ୩-ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍‌, କରୋନା ପାଇଁ କମିଲା ୫୦ ପ୍ରତିଶତ ଆୟ, ଏଥରର ବଜେଟ୍‌ରେ ସେବାୟତ କଲ୍ୟାଣ ଓ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ୪-ଶୀତ ଅଧିବେଶନ ପାଇଁ ବାଚସ୍ପତି, ବିଧାୟକ ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ । ୫-୩ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଯତ୍ନ ଓ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ଶୈଶବର ବିକାଶ ପାଇଁ ମହିଳା ଓ ଶିଶୁବିକାଶ ଓ ମିସନ ଶକ୍ତି ବିଭାଗ ପକ୍ଷରୁ ‘ବାତ୍ସଲ୍ୟ’ କାର୍ଯ୍ୟକ୍ରମ ଆରମ୍ଭ । ୬-ଚଳିତବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର ଦେବା ପାଇଁ ପ୍ରସ୍ତୁତି । ୭- ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ କୋରାପୁଟ ସାଂସଦ ସପ୍ତଗିର...

ଟ୍ରକ ଧକ୍କାରେ ଖେଳ ଶିକ୍ଷକ ମୃତ ।

Image
ଟ୍ରକ ଧକ୍କାରେ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡିଏଭି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଜଗନ୍ନାଥ ଦାଶ ମୃତ । ଢେଙ୍କାନାଳ, ଅନୁଗୋଳ (  ୧୭.୧୧.୨୦୨୦ ):- ମୋଟଙ୍ଗା ଥାନା ଗଉଡ଼କାଟେଣି କେନାଲ ପୂର୍ବରୁ ଦୃଘଟଣା,  ଟ୍ରକ ଧକ୍କାରେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ । ସୂଚନା ମୁତାବକ ଉକ୍ତ ମୃତ ବ୍ୟକ୍ତି ଜଣଙ୍କ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡିଏଭି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଜଗନ୍ନାଥ ଦାଶ ଅଟନ୍ତି ।  ଅନୁଗୋଳ ରୁ ଶିବାଶିଷ ରାଉତ Cprime odisha

ନାଲକୋର ଶ୍ରମିକ ମାରଣ ନୀତି ଯୋଗୁଁ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

Image
ନାଲକୋର ଶ୍ରମିକ ମାରଣ ନୀତି ଯୋଗୁଁ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ।  ଅନୁଗୋଳ, ବଅଁରପାଳ ( ୧୭.୧୧.୨୦୨୦ ):- ନାଲକୋ ଥାନା ନାଲକୋ ସ୍କେଲଟର ପ୍ଲାଣ୍ଟ ମଧ୍ୟରେ ଆଜି ସକାଳ ସମୟରେ ଜଣେ ଠିକା ଶ୍ରମିକ କାର୍ଯ୍ୟରତ ଥିବା ବେଳେ  ସୁରକ୍ଷା ବ୍ୟବସ୍ଥା ଢିଲା କାରଣରୁ ମୃତ୍ୟୁ ବରଣ କରିଥିବା ସୂଚନା  ମିଳୁଅଛି । ସ୍ମେଲଟର ପ୍ଲାଣ୍ଟ ମଧ୍ୟରେ ମା ମଙ୍ଗଳା ଠିକାସଂସ୍ଥା ଦ୍ୱାରା କାର୍ଯ୍ୟରତ ଶ୍ରମିକ ଅକ୍ଷୟ ଦେହୁରୀ ( ୪୭ ) ମୃତ୍ୟୁ ବରଣ କରିଛନ୍ତି । ଅକ୍ଷୟଙ୍କ ଘର ବଅଁରପାଳ ଥାନା ତୁଳସୀପାଳ ଗ୍ରାମରେ ବୋଲି ସୂଚନା ମିଳୁଅଛି । ବାରମ୍ବାର ନାଲକୋ କମ୍ପାନୀର ଖାମଖିଆଲି ଶ୍ରମିକ ମାରଣ ନୀତି ଯୋଗୁଁ ପୂର୍ବରୁ ମଧ୍ୟ ଅନେକ ଶ୍ରମିକ ମୃତ୍ୟୁ ବରଣ କରିଥିବା ସୂଚନା ରହିଅଛି । ଶ୍ରମିକ ସୁରକ୍ଷା ବ୍ୟବସ୍ଥା ପାଇଁ ବାରମ୍ବାର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ନାଲକୋ  କମ୍ପାନୀ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଅଛି । ଶ୍ରମିକ ସୁରକ୍ଷା ପାଇଁ ସେଫ୍ଟି ବେଲ୍ଟ, ହେଲମେଣ୍ଟ, ସୁରକ୍ଷା ସାମଗ୍ରୀ ଯୋଗାଇବାରେ ଅବହେଳା କାରଣରୁ ଶ୍ରମିକ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଅଛି । ଆଗାମୀ ଦିନରେ ଏଭଳି ଅବହେଳା ଦେଖା ଦେଲେ ଶ୍ରମିକ ସଂଗଠନ ପକ୍ଷରୁ ନାଲକୋ କମ୍ପାନୀକୁ ସମ୍ପୂର୍ଣ୍ଣ ଅଚଳ କରିଦେବା ନେଇ ଚେତାବନୀ ଦେଇଥିବା ସୂଚନା । ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ମୃତ...

ଆଜିର ମୁଖ୍ୟ ଖବର

Image
ଖବର ଆଜିର ତାରିଖ ୧୬-୧୧-୨୦ ସୋମବାର ୧-ଓଡ଼ିଶା ଷ୍ଟାର୍ଟଅପ୍‌ ଲିଡର୍‌ : ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି । ୨-ସୀମାନ୍ତରେ ପୁଣି ଆନ୍ଧ୍ର ଦାଦାଗିରି : ଓଡ଼ିଶା ସରକାରଙ୍କ ବିରୋଧରେ ଗର୍ଜିଲେ । ୩-ପୂର୍ବତଟ ରେଳପଥ ପାଇବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ପୁରସ୍କାର । ୪-ବ୍ରାଜିଲର ଗୋମାଂସ, ଆରବ ଚିଙ୍ଗୁଡ଼ିରୁ କରୋନା ଭୂତାଣୁ ଚିହ୍ନଟ । ୫-ବିଧାନସଭା ଶୀତ ଅଧୂବେଶନ ପୂର୍ବରୁ ଆସନ୍ତା ୧୮ରେ ବସିବ ସର୍ବଦଳୀୟ ବୈଠକ । ୬-କରୋନା ଉପରେ ଆଧାରିତ ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ର ‘ୱାରିଅର୍‌ସ ୱାର୍‌ ୱିଦିନ୍‌’କୁ ୩ଟି ଆନ୍ତର୍ଜାତିକ ପୁରସ୍କାର ମିଳିଛି।  ୭-ରେଢ଼ାଖୋଲ ବନଖଣ୍ଡରେ ଅଭାବନୀୟ ଦୃଶ୍ୟ: ହାତୀ ମଣିଷ ଗୋଡ଼ାଗୋଡ଼ି, ଭୟରେ ଆସିଲେନି ବନ କର୍ମଚାରୀ । ୮-ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମିଳିଥିବା ପରାଜୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତତଃ ଶେଷରେ ତାଙ୍କର ପରାଜୟ ହୋଇଥିବା ସ୍ଵୀକାର କରିଛନ୍ତି।  ୯-ସପ୍ତମ ଫର୍ମୁଲା-ୱାନ୍ world ଟାଇଟଲ ଜିତିଲେ ଲୁଇସ୍ ହାମିଲ୍ଟନ୍, ନିକଟରେ ଜିତିଥିଲେ ଟର୍କି ଗ୍ରାଣ୍ଡ ପ୍ରିକ୍ସ। ୧୦-ଦୀପାବଳିରେ ଭାରତ ମାଲାମାଲ୍: ହେଲା ୭୨ ହଜାର କୋଟି ଟଙ୍କାର କାରବାର, ୪୦ ହଜାର କୋଟି ଟଙ୍କାର ଘାଟାରେ ପଡିଲା ଚୀନ । । ୧୧-ଦିଲ୍ଲୀରେ କରୋନା ନିୟନ୍ତ୍ରଣ ପାଇଁ ଶାହାଙ୍କ ସମୀକ୍ଷା ବୈଠକ : ଦ୍ବିଗୁଣିତ ହେବ ଆର୍‌ଟି-ପିସିଆର ପରୀକ୍ଷା, ବଢିବ ଆଇସିୟୁ ଶଯ...

ବଦଳିଲେ ଜିଲ୍ଲାପାଳ

Image
ମାଲକାନଗିରି ଜିଲ୍ଲାପାଳ ମନିଷ୍ ଅଗ୍ରଔଲ କଂ ବଦଳି ହୋଇଯାଇଛି। ଓ ତାଙ୍କ ବଦଳରେ   Y.ବିଜୟ ହେଲେ ନୂତନ ଜିଲ୍ଲାପାଳ।

ମାଲକାନଗିରି ଜିଲ୍ଲାପାଳକଂ ନାଁରେ ହତ୍ୟା ମାମଲା ରୁଜୁ

Image
ମାଲକାନଗିରି ଜିଲ୍ଲାପାଳକଂ ନାଁରେ ହତ୍ୟା ମାମଲା ରୁଜୁ ମାଲକାନଗିରି ତା.୧୩.୧୧.୨୦୨୦ ରିଖ ଦିନ ମାଲକାନଗିରି SDJM କୋର୍ଟ କଂ ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାପାଳକଂ ସମେତ ୪ଜଣକଂ ନାମରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଆପଣ ମାନଙ୍କ ମନେ ଥିବ ଗତ ୨୮ ଡିସେମ୍ବର ୨୦୧୯ ତାରିଖ ସକାଳ ସମୟରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାର ରେ ତତ୍କାଳୀନ ଜିଲ୍ଲାପାଳ କଂ ବ୍ୟକ୍ତିଗତ ସହାୟକ ସ୍ବର୍ଗତ ଦେବନାରାୟଣ ପଣ୍ଡା କଂ ମୃତ୍ୟୁ ଶରୀର ଭାସୁଥିବା ସ୍ଥାନୀୟ ମସ୍ଛ୍ୟଜିବୀ ମାନେ ଦେଖି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଥିଲେ ଓ ପଣ୍ଡାଙ୍କ ବ୍ୟବହାର କରିଥିବା ଗାଡ଼ି ହେଲମେଟ୍  ପାଇଥିଲେ । ପରେ ଅଗ୍ନି ସେବା ବାହିନୀକଂ ସହାୟତା ରେ ମୃତ୍ୟୁ ଶରୀର କୁ ଉଦ୍ଧାର କରି ଡାକ୍ତର କଂ ନିକଟକୁ ଵ୍ୟଵଛ୍ଛେଦ ପାଇଁ ପଠା ଯାଇଥିଲା। ସେହି ସମୟରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ନିରବ ସାଜିଥିବା ସ୍ବର୍ଗତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ତନୁଜା ପଣ୍ଡାଙ୍କ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାକଥା ଗତ ୨୭.୧୨.୨୦୧୯ ରେ ସ୍ବର୍ଗତ ପଣ୍ଡା ମଧ୍ୟାନ୍ନ ଭୋଜନ କରି ଘରୁ ବାହାରି ଥିଲେ ଓ ସେ ରାତିରେ ଘରକୁ ଫେରି ନଥିଲେ। ତେଣୁ ସେ ଚିନ୍ତାରେ ଥିଲେ ଏବଂ ସକାଳେ ତାଙ୍କ ସ୍ବାମୀ କଂ ମୃତ୍ୟୁ ଖବର ପାଇଥିଲେ। ସେ ସମୟରେ ତନୁଜା ପଣ୍ଡା ଭାବିଥିଲେ ହୁଏତ ସ୍ୱାମୀ  ଅପମୃତ୍ୟୁ କରି ଥାଇପାରନ୍ତି। କି...

ଆଜିର ମୁଖ୍ୟ ଖବର

Image
ଆଜିର ମୂଖ୍ୟ ଖବର ତାରିଖ - ୧୫/୧୧/୨୦୨୦(ରବିବାର) ୧. କରୋନା ମୃତ୍ୟୁ ସଂଖ୍ୟା ୧୫୦୦ ଡେଇଁଲା । ୨. ନବୀନଙ୍କ ଦୀପାବଳୀ ଶୁଭେଚ୍ଛାରେ କୋଭିଡ଼୍ ସ୍ପର୍ଶ । ୩. ବିହାରରେ ଏନଡିଏ ବୈଠକ ଆଜି । ନେତା ନିର୍ବାଚନ ହେବ , ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ କେଁ । ୪. ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ ।  ୫. ଲାଗୁ ହେଲା ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ –୨୦୨୦ । ୬. ବିଳମ୍ବିତ ହେଉଛି ଏକକ ପିଜି ପ୍ରବେଶିକା ଫଳ । ଭବିଷ୍ୟତ ବାଟ ପାଉନାହାନ୍ତି ଛାତ୍ରଛାତ୍ରୀ । ୧୭ ତାରିଖ ପର୍ଯ୍ୟନ୍ତ ସ୍ନାତକ ମାର୍କ ଅପଲୋଡ଼ କରିହେବ , ୨୧ ରେ ପ୍ରକାଶ ପାଇବ ମେଧା ତାଲିକା । ୭. ଯବାନଙ୍କ ସହିତ ଦୀପାବଳୀ ପାଳିଲେ ମୋଦୀ । ୮. ଭାରତ ଆକ୍ରମଣରେ ପାକ୍ ଯବାନଙ୍କ ମୃତ୍ୟୁ , ସଂଖ୍ୟା ୧୧ କୁ ବଢିଲା । ୯. ଅକ୍ଟୋବର ରେ ଅଧିକ ଡିଜେଲ ବିକ୍ରି । ୧୦. ଚୀନ୍ ଛାଡି ଭାରତ ଆସିବେ ୩୬ କମ୍ପାନୀ । ସରକାରଙ୍କୁ ଦେଇଛନ୍ତି ପ୍ରସ୍ତାବ । ୧୧. ଅନକ୍ୟାପଡ଼ ଭାରତୀୟ ଏକାଦଶ । ୧୨. ଭବିଷ୍ୟତକୁ ନେଇ ଉତ୍କଣ୍ଠାରେ ଭାରତୀୟ ମହିଳା କ୍ରିକେଟର । ୧୩. ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ । ୧୪. ଗଞ୍ଜାମରୁ ୮ ପଜିଟିଭ୍‌ ଚିହ୍ନଟ, କୋଭିଡ୍ ‌ପରୀକ୍ଷା ୬ ଲକ୍ଷ ଛୁଇଁବ । ୧୫. ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଉ...

ଆଜିର ମୂଖ୍ୟ ଖବର

ଆଜିର ମୁଖ୍ୟ ଖବର ତାରିଖ ୧୪-୧୧-୨୦ ଶନିବାର ୧-ସୀମାରେ ମୁତୟନ ଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ । ୨-ଧନ୍ ତେରସ୍ ରେ ସୁନାଦୋକାନରେ ପ୍ରବଳ ଭିଡ,କରୋନା କଟକଣାକୁ ଫୁ,ଭୁଲିଗଲେ ସାମାଜିକ ଦୂରତା ଓ ମାସ୍କପିନ୍ଧା। ୩--ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ । ୪-ଦୂରଦର୍ଶନ ଓଡ଼ିଆ ଚ୍ୟାନେଲ୍‌ରେ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ‘ଶିକ୍ଷା ଦର୍ପଣ’ ନଭେମ୍ବର ୧୬ରୁ ଆରମ୍ଭ ହୋଇ ନଭେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ।  ୫-‘ଅମ୍ଫନ’ ପାଇଁ ଓଡିଶା କୁ ୧୨୮.୨୩ କୋଟି ଟଙ୍କା ର ଅତିରକ୍ତ କେନ୍ଦ୍ରୀୟ ସହାୟତା । ୬-୮ ମାସର କ୍ଷତି ୮ ଦିନରେ ଭରଣା: ୪୩୪୪୩ରେ ବନ୍ଦ ହେଲା ସେନସେକ୍ସ, ନିଫ୍ଟି ୧୨୭୧୯ । ୭-ବିଜେପିର ସାଙ୍ଗଠନିକ ପୁନର୍ଗଠନ, ନିଯୁକ୍ତ ହେଲେ ୩୬ ପ୍ରଭାରୀ ଓ ୨୭ ସହ-ପ୍ରଭାରୀ । ୮-ଡି ପୁରନ୍ଦେଶ୍ୱରୀ ହେଲେ ବିଜେପିର ନୂଆ ଓଡ଼ିଶା ପ୍ରଭାରୀ, ବିଜୟପାଲ ସିଂହ ତୋମାର ସହ-ପ୍ରଭାରୀ । ୯-ବିଜେପି ମୁଖପାତ୍ର ଡା.ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ପଦ ମିଳିଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ଓ ଦିଲ୍ଲୀର ପ୍ରଭାରୀ ଦାୟିତ୍ୱ ମିଳିଛି। ୧୦-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍‌ଲାଇନ ସେବାର ଶୁଭାରମ୍ଭ , ରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍‌’ର ଅନ୍ତର୍ଭୁକ୍ତ ,...

ନ୍ୟୁଜ ଅପଡେଟ

ଖବର ଅପଡେଟ ୧. ଧନତେରାସ ପାଇଁ ବଢିଲା ସୁନା ଦର । ୨. ଅମ୍ଫାନ ପାଇଁ ଓଡ଼ିଶା ପାଇଲା ଆଉ ୧୨୮ କୋଟି । ୩. ଢେଙ୍କାନାଳ ଜିଲ୍ଲାରେ ନିଖୋଜ ନାବାଳିକାର କ୍ଷତ ବିକ୍ଷତ ଶବ ଜବତ ; ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ୪. କଂଗ୍ରେସ ନେତା ରାହୁଲ ଗାନ୍ଧି ଜଣେ ନର୍ଭସ ବ୍ୟକ୍ତି : ବାରାକ ଓବାମା ୫. ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଭିଡିଓ ଭାଇରାଲ ହେବା ପରେ ସବ ଇନ୍ସପେକ୍ଟର ନିଲମ୍ବିତ । ସି ପ୍ରାଇମ 

ଆଜିର ଖବର

ସଂକ୍ଷେପରେ ଆଜିର ଖବର ତାରିଖ - ୧୩/୧୧/୨୦୨୦(ଶୁକ୍ରବାର) ➡️୧. ଭୁବନେଶ୍ୱର : ଆନ୍ଧ୍ର, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହିତ ଲାଗି ରହିଛି ସୀମା ବିବାଦ । ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ମଧ୍ୟ ଏହି ପଡ଼ୋଶୀ ରାଜ୍ୟଗୁଡ଼ିକର ଆଖି ରହିଛି ।  ➡️୨. ଏଣିକି ବାହାର ରାଜ୍ୟର ଡାକ୍ତରଙ୍କୁ ମିଳିପାରିବ ସରକାରୀ ନିଯୁକ୍ତି ।  ➡️୩. କରୋନା, ବାୟୁ ପ୍ରଦୂଷଣକୁ ନେଇ ଅଧିକ ଚିନ୍ତା । ➡️୪. ସରିଲା ଉପନିର୍ବାଚନ, ଏବେ ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ : ଗଞ୍ଜାମରେ ବିଜେଡିର ଶତ୍ରୁ ବିଜେଡି। ➡️୫. ନୂଆଦିଲ୍ଲୀ : ଦେଶରେ ବର୍ତମାନ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ କମି ନଥିବା ବେଳେ ବର୍ତମାନ ମଧ୍ୟପ୍ରଦେଶର ପନ୍ନା ନିକଟରେ ପାଖାପାଖି ୨୦୦ ବର୍ଷ ପୁରୁଣା ରୋଗ ସ୍କ୍ରବ ଟାଇଫସ ପୁଣି ଆଉଥରେ ଲୋକମାନଙ୍କ ଭିତରେ ବ୍ୟାପିବାକୁ ଲାଗିଲାନି । ➡️୬. ପୁରୀ ଐତିହ୍ୟ କରିଡର ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି : ବିନାମୂଲ୍ୟରେ ଅଧିଗୃହୀତ ଜମି ଶ୍ରୀମନ୍ଦିରକୁ ହସ୍ତାନ୍ତର କରାଯିବ । ➡️୭. ନୂଆ ବିଧାୟକ ଓ ନେତାଙ୍କୁ ମନ୍ତ୍ର ଫୁଙ୍କିଲେ ନବୀନ । ଲୋକଙ୍କ ଆବଶ୍ୟକତା ମୋତେ ଜଣାଅ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବ ତିର୍ତ୍ତୋଲ ଓ ବାଲେଶ୍ବର କର୍ମୀଙ୍କୁ ଧନ୍ୟବାଦ ଦେଲେ । ➡️୮. କାଠଗଡ଼ାରେ ଘରୋଇକରଣ ପ୍ରସଙ୍ଗ : ପାନ୍ଥନିବା‌ସ ଘରୋଇକରଣ ପ୍ରକ୍ରିୟାରେ ରହିତାଦେଶ । ➡️୯. ରାଜ୍ୟରେ ୪ %ରୁ କମ୍ କରୋନା ରୋଗୀ ଚିକିତ୍ସାଧୀନ । ➡️୧୦. ଧୋନୀ କ...

ସଂକ୍ଷେପରେ ଆଜିର ଖବର

ସଂକ୍ଷେପରେ ଆଜିର ଖବର  ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟାରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ନିର୍ବାଚନମଣ୍ଡଳୀ ର କର୍ମକର୍ତ୍ତା ଓ ନିର୍ବାଚନ ପରିଚାଳନାରେ ସାମିଲ ଥିବା ନେତାମାନଙ୍କୁ ଡିଜିଟାଲ ମାଧ୍ୟମରେ ସମ୍ବୋଧନ କରିବେ। ଏଥର ରାଜ୍ୟର ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ ।କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଓ ସାତକୋଶିଆରେ ହେବ। ପରିବେଶ ପର୍ଯ୍ୟଟନ ପାଇଁ ବୁକିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଇକୋ ରିଟ୍ରିଟ୍ ଚାଲିବ। ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଆୟୂଷ ଡାକ୍ତରଙ୍କୁ ସରକାରୀ ମାନ୍ୟତା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଦାବି । ଆଜି ଭୁବନେଶ୍ବର ଏମସ୍‌ରେ ରୋବୋଟିକ୍‌ ଫିଜିଓଥେରାପି ଚିକିତ୍ସାର ହେବ ଲୋକାର୍ପିତ, ଏମସ୍‌ ପକ୍ଷରୁ ସୂଚନା । ଦେଶର ୮ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୫ ପ୍ରତିଶତ ବଢ଼ିବ, ନଭେମ୍ବର ପହିଲାରୁ ଲାଗୁ ! ବ୍ରାଜିଲରେ ଅଟକିଲା ଚୀନ୍ ପ୍ରସ୍ତୁତ Covid ଟିକା ସିନୋଭେକ୍‌ର କ୍ଲିନିକାଲ ଟ୍ରାୟଲ । କରୋନା ମୁକାବିଲା ନିମନ୍ତେ Pfizer ଟିକା କିଣିବାକୁ ଭାରତ ସରକାର ପ୍ରସ୍ତୁତ, କୋଲ୍ଡ ଚେନ୍‌କୁ ନେଇ ଚିନ୍ତା । ବିହାର’ ବିଜୟ ପରେ ବି...

ଗଞ୍ଜାମ ଜିଲ୍ଲାରେ ଲୁଟେରା ଗିରଫ

ଆଜି ଗଞ୍ଜାମ ପୋଲିସ ୧୦ ଜଣ ଲୁଟେରା ଓ ପାଞ୍ଚ ଜଣ  କ୍ରେତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଏହି ଲୁଟେରା ମାନେ ଗତ ମାସ ୧୨ ତାରିଖରେ ପୁରୁଷୋତ୍ତମପୁର ଚାଙ୍ଗୁଡିପଦର ଗ୍ରାମର ସୁନା ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ପ୍ରାୟ ଅଢେଇ କୋଟି ଟଙ୍କାର ସୁନା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିଲେ। ଏହି ଚୋରା ସାମଗ୍ରୀକୁ ବିକ୍ରି କରିବା ବେଳେ କ୍ରେତାଙ୍କ ସହ ଆଜି ପୋଲିସ ଗିରଫ କରିବା କଥା ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ରିପୋର୍ଟ ଦୀପକ ପ୍ରଧାନ ଗଞ୍ଜାମ